ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଗି ଗ୍ରାମରେ ଚର୍ଚ୍ଚ ନିର୍ମାଣ କୁ ଗ୍ରାମବାସୀଙ୍କ ବିରୋଧ : ନିର୍ମାଣ ବନ୍ଦ ପାଇଁ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା

ତେନ୍ତୁଳିଖୁଣ୍ଟି -୨୧/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମରେ ଚର୍ଚ୍ଚ ନିର୍ମାଣ କୁ ଗ୍ରାମବାସୀ ବିରୋଧ କରି ତେନ୍ତୁଳିଖୁଣ୍ଟି ଥାନା ରେ ଏତଲା ଦେଇଛନ୍ତି। ଗ୍ରାମର ହରିଜନ ସାହି ରେ ଗ୍ରାମ ଠାକୁରାଣୀଙ୍କ ଜାଗାରେ ଚର୍ଚ୍ଚ ନିର୍ମାଣ ବାହାର ଅଞ୍ଚଳର ଖ୍ରୀଷ୍ଟ ଧର୍ମ ର ପାଳକ ପାଷ୍ଟର ଆଦି କିଛି ବ୍ୟକ୍ତି ଆସି ଆରମ୍ଭ କରୁଥିଲେ। ଗ୍ରାମରେ ଖ୍ରୀଷ୍ଟ ସମ୍ପ୍ରଦାୟର କ୍ଵଚିତ ଲୋକ ରହିଛନ୍ତି। ଯେଉଁଠାରେ ଚର୍ଚ୍ଚ କାମ ଆରମ୍ଭ ହୋଇଛି ତାର ଅନତି ଦୂରରେ ଗ୍ରାମ ଦେବୀ ଙ୍କ ପୀଠ ରହିଛି। ଚର୍ଚ୍ଚ ହେଲେ ସେହି ସ୍ଥାନର ଶାନ୍ତିପୂର୍ଣ୍ଣ ପରିବେଶ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି। ତେନ୍ତୁଳିଖୁଣ୍ଟି ଥାନାରେ ଦିଆ ଯାଇଥିବା ଏତଲା ରେ ଦିଗି ସରପଞ୍ଚ କିଶୋର ନାୟକ ,ସମିତି ସଭ୍ୟା ସୁଶୀଳା ପୂଜାରୀ ସମେତ ପ୍ରାୟ 30 ରୁ ଚାଳିଶ ଜଣ ଦସ୍ତଖତ କରିଛନ୍ତି। ଗ୍ରାମର ସର୍ବସାଧାରଣ ଜାଗାରେ ଏଭଳି ନିର୍ମାଣ କୁ ଗ୍ରାମବାସୀ ବିରୋଧ କରି କାମ ବନ୍ଦ କରାଇବା ସହ ଥାନାରେ ଏତଲା ଦେଇଛନ୍ତି। ଉକ୍ତ ସ୍ଥାନଠାରୁ କିଛି ଦୂରରେ ପାଇକ ,ଗୌଡ଼ ମାଳି ଜାତିର ଲୋକ ରହୁଥିବା ବେଳେ ନିର୍ମାଣ ସ୍ଥାନ ନିକଟରେ ଅଙ୍ଗନବାଡି କେନ୍ଦ୍ରରହିଛି। ବର୍ତ୍ତମାନ ଗ୍ରାମ ବାସି କାମ ବନ୍ଦ କରିଥିବା ବେଳେ ଆଉ ଭବିଷ୍ୟତ ରେ ନିର୍ମାଣ କରିବା ଉଦ୍ୟମ ରୁ କ୍ଷାନ୍ତ କରାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଇକ ପଛ ପଟେ ଧକ୍କା ଦେଲା ବାଇକ ଜଣେ ଗୁରୁତର

masiha

ଜନ ଶୁଣାଣି ଶିବିରରେ ଅଧିକାରୀଙ୍କ ଅନୁପସ୍ଥିତ ନେଇ ଅଭିଯୋଗ କଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

କଳାହାଣ୍ଡି : ଥୁଆମୂଳ ରାମପୁର ବ୍ଲକ ରେ କଫି ଚାଷ । ଆଦିବାସୀ ମହିଳା ଙ୍କୁ ନୂଆ ପରିଚୟ ଦେବ କଫି ଚାଷ…

masiha

Leave a Comment

error: Content is protected !!