ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଲ୍. ଡି. ଏ ର ଚତୁର୍ଥ ତମ ପ୍ରତିଷ୍ଠା ଦିବସ ବହୁତ ଜୋରସୋର ରେ ପାଳିତ ହୋଇଯାଇଛି

ଏଲ୍. ଡି. ଏ ର ଚତୁର୍ଥ ତମ ପ୍ରତିଷ୍ଠା ଦିବସ ବହୁତ ଜୋରସୋର ରେ ପାଳିତ ହୋଇଯାଇଛି

ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ ଲାଠୋର ଉଗ୍ରସେନ ଭବନ ଠାରେଏଲ୍. ଡି. ଏ ବା ଉଦାରବାଦୀ ଗଣତାନ୍ତ୍ରିକ ସଂଗଠନ ପକ୍ଷରୁ ଚତୁର୍ଥ ତମ ପ୍ରତିଷ୍ଠା ସମୋରହ ଅନୁଷ୍ଠିତ ହୋଇଥିଲା। ଏଲ୍. ଡି. ଏ କହିଲେ ପଲ୍ଲୀ ରୁ ଦିଲ୍ଲୀ ସବୁସ୍ଥାନରେ ଲୋକଙ୍କ ସମର୍ଥନ ରହିଛି। ଆଜକୁ ଦିର୍ଘ ପାଞ୍ଚ ବର୍ଷ ତଳେ ପୂର୍ବତନ ବି ଏସ ପି ବିଧାୟକ ପ୍ରାର୍ଥୀ ତଥା ଆଇନଜୀବୀ ଲଵ ସୂନା ଙ୍କ ନେତୃତ୍ୱରେ ଜନ୍ମ ନେଇଥିଲା ଏହି ସଂଗଠନ।ପ୍ରଥମେ ଲାଠୋର ରେ ଆରମ୍ଭ କରାଯାଇଥିବା ସଂଗଠନ ନିଜ ଅଞ୍ଚଳ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଆଗକୁ ଆଗକୁ ବଢ଼ି ଆଜି ଦିଲ୍ଲୀ ରାଜଧାନୀ ପର୍ଯ୍ୟନ୍ତ ପହଞ୍ଚି ପାରିଛି।ଯାହାକୁ ସଫଳ କରିଛନ୍ତି ଏଲ ଡି ଏ ପ୍ରତିଷ୍ଠାତା ଲବ ସୁନା ଏବଂ ସଂଗଠନ ର ସଦସ୍ୟ ମାନେ।ପାନୀୟ ଜଳ ଯୋଗାଣ,ଗରିବ ଲୋକଙ୍କ ସାହାଯ୍ୟ ହେଉ କିମ୍ବା କୌଣସି ପ୍ରକାର ଅସୁବିଧା ରେ ଏଲ ଡି ଏ ଛିଡ଼ା ହୋଇ କାର୍ଯ୍ୟ କରୁଛି।ଆଜି ଚତୁର୍ଥ ତମ ପ୍ରତିଷ୍ଠା ବା ଚାରି ବର୍ଷ ରେ ପାଦ ଦେଇଛି ଏଲ ଡି ଏ। ବହୁତ ଆନନ୍ଦ ଉଲ୍ଲାସ ରେ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯାଇଥିଲା।ଏହି ଅବସର ରେ ବିଦ୍ୟାଧର ଦେହୁରୀ, ନୀଳମଣି ଜାଲ, ଶ୍ରୀମତୀ ପ୍ରେମଲତା ସୁନା, ଜିତେନ୍ଦ୍ର ସୁନା, ମହମ୍ମଦ ଇକବଲ୍, ମନୋରଞ୍ଜନ ଜେନା ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଞ୍ଚାସିନ ହୋଇଥିଲେ।ହଜାର ହଜାର ସଂଗଠନ ର ସଦସ୍ୟ ଓ ଜନସାଧାରଣ ଉପସ୍ଥିତ ରହି ଏହି ପ୍ରତିଷ୍ଠା ଦିବସ ପାଳନ କରିଥିଲେ।ଏହି ସଙ୍ଗଠନ ଏକ ଚାପ ସୃଷ୍ଟିକାରୀ ସଙ୍ଗଠନ ଭାବେ ପରିଚିତ, ପ୍ରାୟ ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲାପାଳ ଏସ୍.ପି ରୁ ଆରମ୍ଭ କରି ବ୍ଲକ ଅଫିସ, ତହସିଲ ଅଫିସ ଏବଂ ପୋଲିସ ଷ୍ଟେସନ ଏକ ମାସ ରେ 7 ଥର ଘେରାଉ କରିବା ର ଉଦାହରଣ ରହିଛି।ଏହା ସବୁ ସମାଜ ର ବିଶେଷ କରି ଗରିବ ଲୋକଙ୍କ ପାଇଁ ଲଢ଼େଇ କରୁଛି, ତେଣୁ ଏହାକୁ ସମସ୍ତେ LDA -A Movement for poor ବା ଏଲ୍ ଡି ଏ ଗରୀବ ଙ୍କ ଏକ ଆନ୍ଦୋଳନ ବୋଳି କହନ୍ତି।ଆଜିର ଏହି ଉତ୍ସବ ରେ ମୁକେଶ ସୁନାଙ୍କ ବହୁତ୍ ମାତ୍ରା ରେ ଅବଦାନ ରହିଛି।ଏବଂ ସଭା ପରିଚାଳିତ କରିଥିଲେ ଜଳନ୍ଧର ତାଣ୍ଡି ଓ ସମାଜ ସେବୀ ତଥା ଯୁବ ସାମ୍ବାଦିକ ବେଦବର ଛତ୍ରିଆ।ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରେ ଏହି ସଂଗଠନ ବଲାଙ୍ଗୀର ଜିଲ୍ଲାର ରାଜନୈତୀକ ସମୀକରଣ ବଦଳେଇବେ ବୋଲି ବୁଦ୍ଧୀଜୀବୀ ମହଲରେ ଚର୍ଚ୍ଚା ହେଉଛି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସାପ କାମୁଡାରେ ଗୁରୁତର ବ୍ୟକ୍ତିଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

Sunil Chandra Nayak

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!