ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛେଣ୍ଡ୍ କଲୋନୀରେ ଭାରତୀୟ ସେନାର ସମ୍ମାନାର୍ଥେ ବିଜୟ ଶୋଭାଯାତ୍ରା

ଛେଣ୍ଡ୍ କଲୋନୀରେ ଭାରତୀୟ ସେନାର ସମ୍ମାନାର୍ଥେ ବିଜୟ ଶୋଭାଯାତ୍ରା

ରାଉରକେଲା :.ଭାରତୀୟ ସେନାର ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ପରିପ୍ରେକ୍ଷୀରେ ଦେଶ ବ୍ୟାପୀ ବିଜୟ ଉତ୍ସବ ପାଳନ ଅବସରରେ ରାଉରକେଲାର ରୋଟାରୀ କ୍ଲବ ରିଭର ସାଇଡ୍, ଇନ୍ ହୁଇଲ କ୍ଲବ୍ ରିଭର ସାଇଡ୍ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀରେ ଏକ ବିଶାଳ ରାଲି ଆୟୋଜିତ ହୋଇ ଯାଇଛି। ରୋଟାରୀ କ୍ଳବ୍ ରିଭର ସାଇଡ୍ ର ରୋଟାରୀ ଆନ୍ ପ୍ରମିଳା ମିଶ୍ର, ଶଙ୍କର ପ୍ରସାଦ ତ୍ରିପାଠୀ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଦୀପକ୍ ଦାଶ, ବସନ୍ତ କୁମାର ପାଠୀ, ସିଦ୍ଧିନାଥ ଜ୍ୟୋତିଷୀ, ସୁଖବିନ୍ଦର ସିଂ, ସିମରନ୍ ଜିତ୍ ସିଂ, ଇନର ହୁଇଲ କ୍ଲବ୍ ର ଅଜିତା ମହାନ୍ତି, ସୁପ୍ରିୟା ମହାନ୍ତି, ପ୍ରତିମା ମହାପାତ୍ର, ଅଞ୍ଜଳି ହୋତା, ଡିମ୍ପଲ ସାହୁ, ଆରତି ପଣ୍ଡା, ସଙ୍ଗୀତା ରଣା, ଡଃ ସଂଯୁକ୍ତା ପତି, ନିବେଦିତା ପଟ୍ଟନାୟକ, ରଞ୍ଜିତା ପାଣିଗ୍ରାହୀ, ଅନିତା ନାୟକ, ଅଂଶିକା ସେବନ, ସଙ୍ଗୀତା ରାମା, ପ୍ରଜ୍ଞା ତ୍ରିପାଠୀ, ସବିତା ମହାନ୍ତି ଏବଂ ଗୋପବନ୍ଧୁ ପାଠାଗାରର ହରିହର ଶତପଥୀ, ଲକ୍ଷ୍ମଣ ନାଥ ଦାସ, ଜଗବନ୍ଧୁ ଜେନା, ହରିହର ନାୟକ, ନଳିନୀ ପ୍ରଭା ପଟ୍ଟନାୟକ , ଡଃ କିଶୋରୀ ଦାଶ, ରବୀନ୍ଦ୍ର କୁମାର ସରାଫ, ଅନୀଲ କୁମାର ଦାଶ, ନିର୍ମଳ କୁମାର ଆଚାର୍ଯ୍ୟ, ନମିତା ଆଚାର୍ଯ୍ୟ, ପ୍ରତାପ ଚନ୍ଦ୍ର ମହାନ୍ତି, ଆଦିକନ୍ଦ ନାୟକ, ରବୀନ୍ଦ୍ର ନାଥ ସାହୁ, ପ୍ରକାଶ କୁମାର ମହାନ୍ତି, ଭଜହରି ବେହେରା, ଘନଶ୍ୟାମ ମିରି, ମଧୁସୂଦନ ବଳ, ନାରାୟଣ ସାହୁ, ରମେଶ ଚନ୍ଦ୍ର ସିଂହ, ରବୀନ୍ଦ୍ର କୁମାର ଦାଶ, ଜି.କେ.ରାୟ, ଅଶୋକ କୁମାର ଶୁକ୍ଳ, ଧ୍ରୁବ ଚରଣ ନାୟକ, ମାଥିଆସ ଲାକ୍ରା ପ୍ରମୁଖ ଶତାଧିକ ସଦସ୍ୟ ସଦସ୍ୟା ଏହି ରାଲିରେ ଯୋଗ ଦେଇ କଲୋନୀ ପରିକ୍ରମା କରିବା ସହ ବୀର ଜବାନ ମାନଙ୍କ ସମ୍ମାନାର୍ଥେ ବିଭିନ୍ନ ଜାତୀୟତା ବୋଧକ ସ୍ଲୋଗାନ ଦେଇଥିଲେ। ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଏବଂ ପଥଚାରୀ ମାନଙ୍କୁ ଲଡୁ ପ୍ରଦାନ କରି ଆପ୍ୟାୟିତ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାଗ ଭୋଟର ଜାଗ 

masiha

କୁମ୍ଭାରୀ ବଜାରରେ ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ମଧୁବାବୁଙ୍କ ଓଡ଼ିଶା ଆଜି କର୍ପୋରେଟ୍‌‍ ହାଉସ୍‌‍ ନିୟନ୍ତ୍ରଣରେ, ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ  

Sunil Chandra Nayak

Leave a Comment

error: Content is protected !!