ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ 

ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ 

ରାଉରକେଲା: ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ଆସନ୍ତା ମଇ ମାସ ୨୧ ତାରିଖ ରେ ହେବାକୁ ଥିବା ଚତୁର୍ଥ ସ୍ମୃତି ଚାରଣ ସଭା ପାଇଁ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ସେକ୍ଟର ୧୪ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ଆବାହକ ନଳିନୀକାନ୍ତ ଧର ଙ୍କ ଆବାହକତ୍ଵ ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସହରର ବିଭିନ୍ନ ବିଦ୍ୟାଳୟ ଯଥା ଡିଏଭି,ଡିପିଏସ, ସେଣ୍ଟ ପଲ୍, ଜ୍ଞାନ ଜ୍ୟୋତି, ପ୍ରଗତି, ଇଂରାଜୀ ଇସ୍ପାତ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ଗୁରୁନାନକ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ମଧୁସୂଦନ ଶିକ୍ଷା ନିବାସ,କାର୍ମେଲ ସ୍କୁଲର ଶତାଧିକ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବର୍ଗ କରାଯାଇ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆଦର୍ଶ ସାହିତ୍ୟ ଘର ଠାରେ ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା ରେ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି। ଏଣୁ ଉକ୍ତ ମଇ ମାସ ୨୧ ତାରିଖ ଦିନ ଆଦର୍ଶ ସାହିତ୍ୟ ଘର ଠାରେ ଆୟୋଜିତ ହେବାକୁ ଥିବା ସ୍ମୃତି ଚାରଣ ସଭାରେ ବହୁ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଆଜିର ପ୍ରତିଯୋଗିତା କୁ ସର୍ବଶ୍ରୀ ଉମେଶ ଚନ୍ଦ୍ର ବେହେରା,ମୈ।ସମି ମହାନ୍ତି, ଅଶୋକ କୁମାର ପଟ୍ଟନାୟକ, ସ୍ମିତା ମିଶ୍ର, କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ମୀରା ଦାସ, ସୂର୍ଯ୍ୟ ପାଢ଼ୀ ଅରିନ୍ଦମ ଦାସ ମହାପାତ୍ର ପ୍ରମୁଖ ଯୋଗଦେଇ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଆବାହକ ଶ୍ରୀ ଧର ପ୍ରତିଯୋଗିତା ର ସଫଳତା ପାଇଁ ବିଦ୍ୟାଳୟ ତଥା ସମସ୍ତ ଉପସ୍ଥିତ ଅଭିଭାବକ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ପାଇଁ ଦାବୀ 

Sunil Chandra Nayak

ଉପଖଣ୍ଡ ସ୍ତରୀୟ ରଥଯାତ୍ରା ସମନ୍ୱୟ ବୈଠକ

” ଟିକାବାଲି ମହୋତ୍ସବ -୨୦୨୬” ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!