ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲକୁ ଧକ୍କା ଦେଲା ବାଇକ 3 ଗୁରୁତର

ପାପଡାହାଣ୍ଡି,4/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ଉମରକୋଟ ରାସ୍ତାର ଚିଙ୍ଗୁଡ଼ିଶର ନିକଟରେ ବୁଧବାର ଏକ ସାଇକେଲକୁ ବାଇକ ପଛ ପଟେ ଧକ୍କା ହେବାରୁ 3 ଜଣ ଗୁରୁତର ହୋଇଛନ୍ତି | ସେମାନଂକୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ବ୍ଲକର ପାତ୍ରୀ ପଂଚାୟତ ମୁଣ୍ଡାଗୁଡା ଗ୍ରାମର କପୁର ଚନ୍ଦ୍ ଗୌଡ଼ କୌଣସି କାମରେ ଘାଟଗୁଡା ଆସି ନିଜ ଗ୍ରାମକୁ ଫେରିବା ସମୟରେ ପଛ ପଟୁ ଆସୁଥିବା ଉମରକୋଟ ବେହେଡା ଅଞ୍ଚଳର ଉମେଶ ହରିଜନ ଓ ତାପସ ହରିଜନଙ୍କ ବାଇକ ନମ୍ବର OD 24 B6524 ସାଇକେଲକୁ ଧକା ଦେଇଥିଲା | ଏଥିରେ ତିନିଜଣ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ, ପରେ ସେମାନଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବିକ ଅଧିକାର ଦିବସ କୁ ନେଇ ସଚେତନତା ଶିବିର 

masiha

ମୟୂରଭଂଜ ଆଦିବାସୀ ଷ୍ଟୁଡେଣ୍ଟ୍ ଆସୋସିଏସନ୍( ମାସା) ତରଫରୁ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବି ପ୍ରଦାନ

masiha

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ଟିଟଲାଗଡ ଓ ମୁରିବାହାଲ ବ୍ଲକ ପକ୍ଷରୁ ଏକ ସାମାଜିକ ବନ୍ଧୁ ମିଳନ ଓ ସାମାଜିକ ଆଲୋଚନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!