ପାପଡାହାଣ୍ଡି,4/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ଉମରକୋଟ ରାସ୍ତାର ଚିଙ୍ଗୁଡ଼ିଶର ନିକଟରେ ବୁଧବାର ଏକ ସାଇକେଲକୁ ବାଇକ ପଛ ପଟେ ଧକ୍କା ହେବାରୁ 3 ଜଣ ଗୁରୁତର ହୋଇଛନ୍ତି | ସେମାନଂକୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ବ୍ଲକର ପାତ୍ରୀ ପଂଚାୟତ ମୁଣ୍ଡାଗୁଡା ଗ୍ରାମର କପୁର ଚନ୍ଦ୍ ଗୌଡ଼ କୌଣସି କାମରେ ଘାଟଗୁଡା ଆସି ନିଜ ଗ୍ରାମକୁ ଫେରିବା ସମୟରେ ପଛ ପଟୁ ଆସୁଥିବା ଉମରକୋଟ ବେହେଡା ଅଞ୍ଚଳର ଉମେଶ ହରିଜନ ଓ ତାପସ ହରିଜନଙ୍କ ବାଇକ ନମ୍ବର OD 24 B6524 ସାଇକେଲକୁ ଧକା ଦେଇଥିଲା | ଏଥିରେ ତିନିଜଣ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ, ପରେ ସେମାନଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ |
next post