ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ନର୍ଲା-(ମନୀସ) ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।ଆଠ ଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଚନ୍ଦ୍ର ସାହୁ ଉଦଘାଟନ କରିଥିଲେ ।ସୁଚିସ୍ମିତା ସେଠି ଓ କୁମୁଦିନି ମାଝୀ ସମସ୍ତ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବେ । ଆୟୋଜିତ ଉତ୍ସବରେ ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ନାୟକ ସଭା ପରିଚାଳନା କରିଥିବା ବେଳେ ସୁମନ୍ତ ପୁଝାରି ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅର୍ଥ ଶାସ୍ତ୍ର ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଭବାନୀ ଦାସ, ବୈଷୟିକ ଶିକ୍ଷା ବିଭାଗର ସନ୍ତୋଷ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ ।

ନର୍ଲା ରୁ ଦୀପକ କୁମାର ଠାକୁର ଙ୍କ ରିପୋର୍ଟ 

Related posts

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

masiha

ପିଣ୍ଡିରୀ ଗୁଡା ବିଜୟ ସହ ଟ୍ରଫି ହାତେଇ ଛନ୍ତି

ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!