ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମକା ବୋଝେଇ ଟ୍ରକ ଚୋରୀ ଅଭିଯୋଗ, ଟ୍ରକ ଜବତ

ଡାବୁଗାଁ, ୪/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ରେ ମକା ବୋଝେଇ ଟ୍ରକ ଚୋରୀ ନେଇ ଅଭିଯୋଗ ହୋଇଥିଲା | ମଙ୍ଗଳବାର ଉକ୍ତ ଟ୍ରକ କୁ ପୋଲିସ ଜବତ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧୀନ ଝାଳିଆଗୁଡା ଗ୍ରାମର ହରିଶ ଚନ୍ଦ୍ର ସାହୁ ତା. ୨୨/୧୨/୨୨ ଦିନ ଉମରକୋଟ ଦୂର୍ଗା ଟ୍ରାନ୍ସପୋର୍ଟ ରୁ ଟ୍ରକ ନଂ ଓଡି ୦୪ ସି ୦୦୩୨ ରେ ୩୦୦ ବସ୍ତା ମକା ବୋଝେଇ କରି ବାଲେଶ୍ଵର ପଠାଇଥିଲେ | ୨୫ ତାରିଖ ସୁଦ୍ଧା ମକା ବୋଝେଇ ଟ୍ରକ ଟି ବାଲେଶ୍ଵରରେ ନପହଞ୍ଚିବାରୁ ହରିଶ ଚନ୍ଦ୍ର ସାହୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ | ଏନେଇ ତା ୨୯/୧୨/୨୨ ଦିନ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ଥାନା କେସ ନଂ ୨୦୧/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା | ପରେ ପୋଲିସ ବିଭିନ୍ନ ସ୍ଥାନକୁ ଯାଇ ଚଢାଉ କରିଥିଲା | କୌଣସି ସୂତ୍ରରୁ ପୋଲିସ ଖବର ପାଇ ସୋନପୁର – ବୌଦ୍ଧ ମୁଖ୍ୟ ରାସ୍ତା କଡରେ ଏକ ଜଙ୍ଗଲ ମଧ୍ୟରୁ ଉକ୍ତ ଟ୍ରକ କୁ ଉଦ୍ଧାର କରି ମଙ୍ଗଳବାର ରାତିରେ ଥାନାକୁ ଆଣିଛି | କିନ୍ତୁ ଟ୍ରକରେ ମକା ନଥିଲା | ଟ୍ରକ ଡ୍ରାଇଭର ରାଜ କୁମାର ୟାଦବ ଫେରାର ଫେରାର ହୋଇଯାଇଛି | ଟ୍ରକରେ ଲୋଡ ହୋଇ ଯାଇଥିବା ମକାର ମୂଲ୍ୟ ୭ ଲକ୍ଷ ୩୯ ହଜାର ୯୦୦ ଟଙ୍କା ହେବ ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିରରେ ଚୋରୀ

masiha

ଠାକୁରାଣୀ ଙ୍କ ମନ୍ଦିର ର ତାଲା ଭାଙ୍ଗି 5 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ସୂନା ଅଳଙ୍କାର ଏବଂ ଆସବାବପତ୍ର ଲୁଟି ନେଲେ ଦୁର୍ବୁର୍ତ୍ତ

masiha

ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ 

Sunil Chandra Nayak

Leave a Comment

error: Content is protected !!