ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋଲିସ ବିଭାଗକୁ ମିଳିଲା ବଡ ସଫଳତା, ୫ ଜଣ ଏଟିଏମ ଲୁଟେରା ଅଟକ 

ପୋଲିସ ବିଭାଗକୁ ମିଳିଲା ବଡ ସଫଳତା, ୫ ଜଣ ଏଟିଏମ ଲୁଟେରା ଅଟକ 

ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ସଦରମହକୁମା ବ୍ଳକ ପାଖ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ ରୁ ଦୁର୍ବୃତ୍ତ ମାନଙ୍କ ଦ୍ଵାରା ଲୁଟ ଘଟଣା ନବରଙ୍ଗପୁର ଜିଲାରେ ଆଲୋଡନ ସୃଷ୍ଟି କରି ପୋଲିସ ବିଭାଗର ନିଦ ହଜାଇ ଦେଇଥିଲା l ସୂଚନାଯୋଗ୍ୟ:- ମଙ୍ଗଳବାର ବିଳମ୍ବିତ ରାତ୍ରି ରେ ଏଟିଏମ ଭାଙ୍ଗି ଚୋରୀ କରିଥିବା ଖବର ପାଇ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ତତ୍ଵାବଧାନରେ ଧଳା ରଙ୍ଗର କାର ଟିକୁ ପିଛା କରିଥିଲା ପୋଲିସ | ଡାବୁଗାଁ ଆଦର୍ଶ ବିଦ୍ୟାଳୟ ଆଗରେ ଥିବା ସିକିଲି ସଂରକ୍ଷିତ ଜଙ୍ଗଲ ଭିତରେ କାର ଟିକୁ ଛାଡି ଲୁଟେରା ମାନେ ଫେରାର ହୋଇଯାଇଥିଲେ l ସେହି ଜଙ୍ଗଲ ଚତୁଃପାର୍ଶ୍ୱ କୁ ପୋଲିସ ଘେରାଉ କରି ଜଙ୍ଗଲ ମଧ୍ୟରେ ପୋଲିସ ସର୍ଚ୍ଚ କରି ପାଞ୍ଚ ଜଣଙ୍କୁ ଧରି ଡାବୁଗାଁ ଥାନାରେ ପଚରା ଉଚରା କରୁଛି l ୪୦ ଲକ୍ଷ ଟଙ୍କା ଚୋରୀ ହୋଇଥିବା ଶୁଣିବାକୁ ମିଳିଥିବା ବେଳେ ୨୦ ଲକ୍ଷ ମିଳିଥିବା ସୂଚନା ମିଳିଛି l ହେଲେ ଆରକ୍ଷୀ ଅଧିକ୍ଷକ ଗଣ ମାଧ୍ୟମରେ କୌଣସି ତଥ୍ୟ ପ୍ରକାଶ ନ କରି ତଦନ୍ତ ଜାରି ରହିଛି ଓ ଟଙ୍କା ଗଣତି ଚାଲିଛି ଏବଂ ନବରଙ୍ଗପୁର ପ୍ରେସ ମିଟ୍ ରେ ସମସ୍ତ ତଥ୍ୟ ପ୍ରକାଶ ପାଇବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି l ତେବେ ୪ ଜଣ ଲୁଟେରା ହରିଆନା ର ହୋଇ ଥିବା ବେଳେ ୧ ଜଣ ଛତିଶଗଡ଼ ରାଜ୍ୟ ରାଇପୁର ର ବୋଲି ଜଣାପଡିଛି l ଡାବୁଗାଁ ଥାନାରୁ ପାଞ୍ଚ ଜଣ ଚୋର ଙ୍କୁ ଜିଲ୍ଲା ସଦରମହକୁମା ଥାନାକୁ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ ରେ ସ୍ଥାନାନ୍ତର କରାଯାଇଥିବା ବେଳେ ବ୍ୟବହୃତ ହୋଇଥିବା କାର ନମ୍ବର ନଂ ସିଜି ୦୭ ବିପି ୩୩୧୯ ଟି ର ପଛ ଦୁଇଟି ଚକା ପମ୍ପଚର ହୋଇ ଜଙ୍ଗଲ ରୁ ଉଦ୍ଧାର କରିବା ପରେ ଜବତ କରି ନବରଙ୍ଗପୁର ଥାନାକୁ ନିଆଯାଇଛି l ଏଥିରେ ନବରଙ୍ଗପୁର ରୁ ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି | ଏହି ଚଢାଉରେ ନବରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରl, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ମଧୁଶିକ୍ତା ମିଶ୍ର, ପାପଡାହାଣ୍ଡି ଉପଖଣ୍ଡ ପୋଲିସ ଅଧିକାରୀ ଆଦିତ୍ୟ ସେନ, ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, ପାପଡାହାଣ୍ଡି ଥାନା ଆଇଆଇସି ଦୀପକ କୁମାର ଜେନା, ଉମରକୋଟ ଥାନା ଆଇଆଇସି ଡମ୍ବରୁଧର ପ୍ରଧାନ, ସବଇନିସ୍ପେକ୍ଟର ବିଜୁରାମ ବାଗ ଓ ଚନ୍ଦନ ସାହୁ, ଏଏସ୍ଆଇ ଗୋପାଳ କୃଷ୍ଣ ହଲୱା,ଚନ୍ଦ୍ର ଶେଖର ହଜାରୀ ଓ ସୀମାଞ୍ଚଳ ମହାରଣା ଙ୍କ ସମେତ ନବରଙ୍ଗପୁର ଥାନା, ପାପଡାହାଣ୍ଡି ଥାନା, ଡାବୁଗାଁ ଥାନାର ପୋଲିସ କର୍ମଚାରୀ ଓ ପୋଲିସ ଫୋର୍ସ ଏବଂ ବନବିଭାଗ ଅଧିକାରୀ ମାନଙ୍କ ମିଳିତ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇ ପୋଲିସ ବିଭାଗକୁ ବଡ ସଫଳତା ମିଳିଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତିରିଂ ତହସିଲ ! ରାମବେଡା ନଦୀଘାଟରୁ ପଡୋଶୀ ଝାଡଖଣ୍ଡକୁ ଦିନରାତି ବେଧଡକ ଚୋରା ବାଲି ଚାଲାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଉମୁରାହାଣ୍ଡି ନଦୀକୂଳରୁ ମିଳିଲା ମୄତ ଯୁବକର ଆପାଚି ବାଇକ୍

masiha

ବେକରେ ଦୌଡି ଦେଇ ଜଣଙ୍କର ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!