ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଙ୍କ ୧୯୨ ତମ ଜନ୍ମ ଜୟନ୍ତୀ ପାଳିତ

ନବରଙ୍ଗପୁର,() ନବରଙ୍ଗପୁର ଜିଲ୍ଲାର ଟିରଲୀ ଆମ୍ବଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଙ୍କ ୧୯୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକାରୀ ଅଧ୍ୟକ୍ଷ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖିକା ତଥା ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟା ଶ୍ରୀମତୀ ଜେମାମଣି ବିଷୋୟୀ ଯୋଗଦେଇ ସାବିତ୍ରୀ ବାଈଙ୍କ ଜୀବନ ସଂଗ୍ରାମ ବିଷୟରେ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଥିଲେ।ସମ୍ମାନିତ ବକ୍ତା ଭାବେ ସମାଜ ସେବୀ ଗୋପାଳ ଚନ୍ଦ୍ର ଯୋଗଦେଇ ନାରୀଙ୍କ ଶିକ୍ଷା ଅଧିକାରରେ ସାବିତ୍ରୀ ବାଈଙ୍କ ଯୋଗଦାନ କିପରି ତାଙ୍କୁ ମହିୟସୀ ମହିଳା ରେ ରୂପାନ୍ତରିତ କଲା,ସେ ବିଷୟରେ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ। ମହାବିଦ୍ୟାଳୟର ପ୍ରାଣୀ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଅରବିନ୍ଦ କୁମାର ଓଝା ଛାତ୍ରଛାତ୍ରୀଙ୍କୁ ସମାଜ ପାଇଁ ନିଜ ଜୀବନର କିଛି ବହୁମୂଲ୍ୟ ସମୟ ତଥା ଜ୍ଞାନ ଉପଯୋଗ କରିବା ପାଇଁ ପରାମର୍ଶ ଦେଇ ଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ପୁରାତନ ସମୟରେ ଥିବା କଟୁ ସାମାଜିକ ପ୍ରଥାର ବିରୋଧର ସାମ୍ନା ହୋଇଥିଲେ ଉଭୟ ସ୍ବାମୀ ଓ ସ୍ତ୍ରୀ ଜ୍ୟୋତି ରାଓ ଫୁଲେ ଓ ସାବିତ୍ରୀ ବାଈ ଫୁଲେ, ଉକ୍ତ ଦମ୍ପତ୍ତି କିପରି ନିଜ ଜୀବନକୁ ବାଜି ଲଗେଇ କୁପ୍ରଥା ଉପରେ କୁଠାର ଘାତ କଲେ ଓ ବିଜୟୀ ହେଲେ ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପିକା ସୁଲୋଚନା ନାୟକ ଓ ଜିଭିଭି ରଞ୍ଜିତା ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରି ଛାତ୍ରଛାତ୍ରୀ ତଥା ସ୍ବେଚ୍ଛାସେବୀଙ୍କ ଜ୍ଞାନବର୍ଦ୍ଧନ କରିଥିଲେ। ସମାଜ ସେବୀ ଦେବରାଜ ନାଗ ଓ ରବି ସତନାମି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ସହକାରୀ ପ୍ରଫେସର ଡ ରିୟାଯତ୍ ଖାଦିମ୍ ଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ର ପରି ସମାପ୍ତି ହୋଇ ଥିଲା। ଯୁଗଳ କର୍କରା ,ସୋନୁ ସାହୁ, ସୁମନ୍ତ ବାଘେଲ , ଶ୍ରବଣ କୁମାର ପୁଝାରୀ, ସନ୍ଧ୍ୟାରାଣୀ ପାଢ଼ୀ,ଧନର ମାଝି ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସମାଧାନ ହେଲା ନନ୍ଦିଗୋର ବେଆଇନ ବାଲି ଉତ୍ତୋଳନ ସମସ୍ୟା 

Sunil Chandra Nayak

ବାଲିଆପାଳ ସ୍ୱାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

“ରେଜାଙ୍ଗଲା ସହିଦ ମାଟି କଳସ ଯାତ୍ରା କୁ ଭବାନୀପାଟଣା ଠାରେ ଭବ୍ୟ ସ୍ୱାଗତ “

masiha

Leave a Comment

error: Content is protected !!