ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କ୍ଲଷ୍ଟର ସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି – 4/01/23  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ କୁ ବି ଇ ଓ ସମରେନ୍ଦ୍ର ଭୌମିକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଯଥାବିଧି ଆରମ୍ଭ କରିଥିଲେ। ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସାଧିକାରୀ ଯୋଗ ଦେଇ ଦୃଷ୍ଟି ସମସ୍ୟା ଭୋଗୁଥିବା ଛାତ୍ର ଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥା କରା ଯାଇପାରୁଛି। ଆଜି ପ୍ରାୟ 200 ଛାତ୍ର ଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିଲା ପଚାଶ ଜଣ ଛାତ୍ର ଛାତ୍ରୀ ଙ୍କୁ ଚଷମା ଓ ଅନ୍ୟାନ୍ୟ ଔଷଧ ପ୍ରଦାନ କରାଯାଇଛି ପରବର୍ତ୍ତୀ ଚିକିତ୍ସା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ରେଫର କରା ଯାଇଛି। ଆଜି ପାତ୍ରପୁଟ , ଅଞ୍ଚଳଗୁମ୍ମା ,ଅଁଳା ଭଟ୍ଟା, ଝରିଗୁମ୍ମା ,କଂଗ୍ର। ଆଦି ପଂଚାୟତ ର ଛାତ୍ର ଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା ହୋଇଛି।ଏହି କାର୍ଯ୍ୟକ୍ରମ ରେ ଏ ବି ଇ ଓ ରମେଶ ଟାକ୍ରୀ ଯୋଗ ଦେଇ ସବୁଜ ପନିପରିବା ଓ ଫଳମୂଳ ଚକ୍ଷୁ ପାଇଁ ବରଦାନ ବୋଲି ଉପଦେଶ ଦେଇଥିଲେ। ସୁନେତ୍ର କାର୍ଯ୍ୟକ୍ରମର ସଫଳତା ଛାତ୍ର ଛାତ୍ରୀ ଙ୍କୁ ଭବିଷ୍ୟତ ରେ ଚକ୍ଷୁ ସମସ୍ୟା ରୁ ମୁକ୍ତ କରିବାରେ ସହାୟକ ହେବ ବୋଲି ବି ପି ଏମ ରଂଜନ ମିଶ୍ର କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସଫଳତା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।ଗୋଷ୍ଠୀ ସାଧନ କର୍ମୀ ପ୍ରଣବ କିଶୋର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୁର୍ବେଦ ଚିକିତ୍ସା ଶିଵିର

Sunil Chandra Nayak

ଆଞ୍ଚଳିକ ବସ୍ତରିଣି ମହାବିଦ୍ୟାଳୟ ସାନଚେରଗାଁ ରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ବେଦାନ୍ତ ହସ୍ପିଟାଲରେ ବିଶ୍ୱ ଯକ୍ଷ୍ମାଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!