ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଳାହାଣ୍ଡି ଉତ୍ସଵ ବ୍ଲକ ସ୍ତରୀୟ ଫୁଟବଲ ଫାଇନାଲରେ ଫୁପଗାଁ ଟିମ ଚାମ୍ପିୟାନ

କୋକସରା,୪/୧- କଳାହାଣ୍ଡି ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଘୁମୁରା ପାଇଁ କୋକସରା ବ୍ଲକ ସ୍ତରୀୟ ଫୁଟବଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କୋକସରା କସ୍ତୁରବା ଖେଳ ପଡ଼ିଆ ରେ ୪ ଟିମ ମଧ୍ୟରେ। ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ମ୍ୟାଚ ଟେମରା ଓ ଫୁପଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପେନାଲଟିକ ସୁଟ ଆଉଟରେ ୪/୩ ଗୋଲରେ ଫୁପଗାଁ ଦଳ ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହୋଇଥିବା ବେଳେ ଦ୍ଵିତୀୟ ଖେଳ ଡହଗାଁ ଓ ଗମ୍ଭାରୀଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଡ଼ହଗାଁ ୧/୦ ରେ ବିଜୟୀ ହୋଇଥିଲା। ଫାଇନାଲ ଖେଳ ଡ଼ହଗାଁ ଓ ଫୁପଗାଁ ଦଳ ମଧ୍ୟରେ ଚିତାକର୍ଷକ ମ୍ୟାଚ ରେ ୪/୨ ଗୋଲ ରେ ଫୁପଗାଁ ଦଳ ମ୍ୟାଚ ବିଜୟୀ ହୋଇ ଜିଲ୍ଲା ସ୍ତରୀୟ ଖେଳ କୁ ହୋଇଛି। ଫୁଟବଲ ଖେଳକୁ ଖେଳ ଶିକ୍ଷକ ଶଙ୍କର ପୋଢ଼, ଚିତ୍ତରଞ୍ଜନ ଠାକୁର ଓ ଗୁଣନିଧି ପୁଝାରି ପରିଚାଳନା କରିଥିଲେ। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଏହି ବ୍ଲକ ସ୍ତରୀୟ ଫୁଟବଲ ଖେଳ ପରିଚାଳନା ଦାୟିତ୍ବରେ ରହିଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ 

Related posts

ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ

masiha

ସିଙ୍ଗମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବଙ୍କାପଳା କୁ ହରାଇ ଝାର କୁଣ୍ଡାମାଲ ଦଳ ଚାମ୍ପିୟାନ

masiha

ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନୟାଗଡ଼ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!