ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ପିତୃବିୟୋଗ…..

ରାଉରକେଲା/ ସହରର ଜଣାଶୁଣା ଦୈନିକ ସମ୍ବାଦପତ୍ର ‘ ସଜାଗ’ର ସଂପାଦକ ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଦସ୍ୟ ସନ୍ତୋଷ କୁମାର ସ୍ବାଇଁଙ୍କ ପିତା ରାମଚନ୍ଦ୍ର ସ୍ବାଇଁଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ନିମୋନିଆ ରେ ପୀଡିତ ହୋଇ ଗତ ୧୩ଦିନ ଧରି ଆଇଜିଏଚ ରେ ଚିକିତ୍ସାଧୀନ ଥିଲେ। ଜଗତସିଂହପୁର ଜିଲ୍ଲାର ମୂଳବାସିନ୍ଦା ସ୍ବର୍ଗତ ସ୍ବାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆରମ୍ଭ ହେବା ପୂର୍ବରୁ (୧୯୫୮) ରାଉରକେଲା ଆସି ବ୍ୟବସାୟ କରିବା ସହ ସେକ୍ଟର ୨୦ ର ମାର୍କେଟ ବିଲ୍ଡିଂ ରେ ସପରିବାରେ ରହିଆସୁଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବିଧବା ପତ୍ନୀ, ଦୁଇ ପୁତ୍ର ପୁତ୍ରବଧୁ, ୪ ଝିଅ ଜ୍ୟାଇଁ, ନାତିନାତୁଣୀ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ । ଜଣେ ମେଳାପି ଓ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳ ସହ ଇସ୍ପାତ ମାର୍କେଟ ରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ତାଙ୍କ ଅନ୍ତେଷ୍ଟି କ୍ରୀୟା ସମାପନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ । ତେବେ ସ୍ବର୍ଗତ ସ୍ବାଇଁ ଙ୍କ ବିୟୋଗ ଖବର ପାଇ ସେକ୍ଟର ୧୯ ଥାନାର ଆମ ପୋଲିସର ସର୍ବଶ୍ରୀ ଡଃ ସୁମନ ଦତ୍ତ, ନିହାର ଦାସ ,ଗଣେଶ ଜୟସିଂହ,ମନୋଜ ଦାସ,ଏଏସଆଇ ପ୍ରଦୀପ ସାହୁ, କୁଞ୍ଜବିହାରୀ ରାଉତ ଙ୍କ ସହ ବହୁ ସାମ୍ବାଦିକ ଆଇଜିଏଚ କୁ ଯାଇ ଶେଷଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଯୋଡ଼ା ସରକାରୀ ଖଣି ବିଭାଗ ନାମରେ ସମ୍ବାଦ ପ୍ରକାଶନ କର – “ଜେଏସଡବ୍ଲୁ କର୍ମଚାରୀ” 

masiha

ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପରିବେଶ ଓ ଖଣିଜ ସଂପଦ ସଚେତନତା କାର୍ଯ୍ୟକ୍ରମ

masiha

ସରକାରୀ ରାଖାସାହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ର ବାର୍ଷିକୋତ୍ସବ

masiha

Leave a Comment

error: Content is protected !!