ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମୟୂରଭଞ୍ଜ ୪/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ବୁଧବାର ଦିନ ୨୪ ତମ ଆନ୍ତଃ ରାଜ୍ୟ ୫ ଦିବସୀୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ତଥା ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝୀ, ସମ୍ମାନିତ ଅତିଥି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ଗୌରହରି ହାଁସଦା ,ଅନ୍ୟତମ ବରିଷ୍ଠ ସଦସ୍ୟ ଶିକ୍ଷାବିତ ଶ୍ରୀ ପ୍ରଶାନ୍ତ ପରୀକ୍ଷା,ଓଡ଼ିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ଶ୍ରୀ ଦୁର୍ଗା ପଟନାୟକ, ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ୍ ର ଅମ୍ପାୟାର ଦିଲିପ ଚୌଧୁରୀ,ସଂପାଦକ ପଞ୍ଚୁ ଲୋହାର,ଶ୍ୟାମ ସୁନ୍ଦର ଜ୍ୟୋତିଷ,ପ୍ରଦୀପ ରାଉତ, କ୍ରିକେଟ ପ୍ରେମୀ, ଦର୍ଶକ ପ୍ରମୁଖ ସାମିଲ ହୋଇ ପ୍ରଦୀପ ପ୍ରଜ୍ବଳନ ସହ ପିତା କାଟି ଖେଳର ଶୁଭାରମ୍ଭ କରିବା ସହ ଖେଳ ପଡିଆକୁ ଯାଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ପୂର୍ବାହ୍ନରେ ଡିଆରକେ ବାରିପଦା ଟିମ୍ ସହ ୟୋଥ କ୍ରିକେଟ କ୍ଲବ ରାଉରକେଲା ମଧ୍ୟରେ ଖେଳରେ ରାଉରକେଲା ବିଜୟୀ ହୋଇଛି ।ଆଲୋକ ପ୍ରଧାନ ୪୨ ବଲରେ ୬୯ ରନ କରି ମେନ୍ ଅଫ ଦି ମେଚ ହୋଇଥିଲେ । ସେହିଭଳି ଦିତୀୟ ଖେଳରେ ବିହାର ରାଜ୍ୟର ସ୍ପୋର୍ଟିଂୟୁନିୟନ ସହ ବାଲେଶ୍ବର ଖେଳ ମଧ୍ୟରେ ବିହାର ୭ ଉଇକେଟରେ ବିଜୟୀ ହୋଇଛି ରୋନୀ ଯାଦବ ୩୦ ବଲରେ ୫୬ ରନ କରି ମେନ୍ ଅଫ ଦି ମେଚ ହୋଇଛି । ଆସନ୍ତାକାଲି ପ୍ରଥମ ସେମି ଫାଇନାଲ ଖେଳର ରାଉରକେଲା ବନାମ ବିହାର ମଧ୍ୟରେ ଅନୁଷ୍ଠିତ ହେବ । ରେଫେରୀ ଭାବେ ପଞ୍ଚୁ ଲୋହାର ଦାୟିତ୍ଵ ନିର୍ବାହ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭବ୍ୟସଫଳତା

Sunil Chandra Nayak

ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ପି.ଏସ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା

Sunil Chandra Nayak

Leave a Comment

error: Content is protected !!