ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

ରାଇଘର ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତିନିଦିନିଆ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି | ପ୍ରଥମ ଦିନ ସକାଳୁ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ଛାତ୍ରୀ ଛାତ୍ର ମାନେ ମଶାଲ ଶୋଭାଯାତ୍ରାରେ ଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପହଞ୍ଚିବା ପରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ପରୀକ୍ଷିତ ସାହୁ ପତାକା ଉତ୍ତୋଳନ କରିଥିଲେ | ଏହାପରେ କବାଡି 200ମିଟର,100ମିଟର ଦୌଡ଼, ଜାଭାଳିନ, ସଟପୁଟ,ଡ଼ିସ କସ, ଲଙ୍ଗ ଜମ୍ପ, ହାଇ ଜମ୍ପ ଇତ୍ୟାଦି ଖେଳ ଗୁଡିକ ଆରମ୍ଭ ହୋଇଥିଲା | ଖେଳ ଗୁଡିକୁ ଅଧ୍ୟାପକ ଦୀନବନ୍ଧୁ ନନ୍ଦୀ, ରମେଶ ଚନ୍ଦ୍ର ପଟ୍ଟନାୟକ, କିଶୋର କୁମାର ପାଲ, ଦିବାକର ଚନ୍ଦ୍ର ଦେ, ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପିକା ରେଣୁକା ସାମଲ, ପ୍ରଲ୍ଲୀଭା ଭୂୟାଁ, ଦିଲୀପ କୁମାର ପଦ୍ଦାର, ଶକ୍ତିକାନ୍ତ ଜେନା,ସଦାରାମ କେଉଟ, ବୁଦ୍ଧଶ୍ୱର ମଣ୍ଡଳ ବିଭୀଷଣ ଗଣ୍ଡ, ଭବାନୀ ପନକା ଇତ୍ୟାଦି ପରିଚାଳନା କରିଥିବା ବେଳେ ପିଇଟି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ସମ୍ପୂର୍ଣ୍ଣ ତତ୍ତ୍ୱାବଧାନ କରିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଭବାନୀପାଟଣା କୁ ହରାଇ ଜୁନାଗଡ଼ ବିଜୟୀ

masiha

ନବରଙ୍ଗପୁର ପ୍ରିମିଅର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ

କଳାହାଣ୍ଡି କପ୍ ନିମନ୍ତେ ଜିଲ୍ଲା କ୍ରିକେଟ ଦଳ ଘୋଷଣା

masiha

Leave a Comment

error: Content is protected !!