ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

ରାଇଘର ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତିନିଦିନିଆ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି | ପ୍ରଥମ ଦିନ ସକାଳୁ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ଛାତ୍ରୀ ଛାତ୍ର ମାନେ ମଶାଲ ଶୋଭାଯାତ୍ରାରେ ଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପହଞ୍ଚିବା ପରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ପରୀକ୍ଷିତ ସାହୁ ପତାକା ଉତ୍ତୋଳନ କରିଥିଲେ | ଏହାପରେ କବାଡି 200ମିଟର,100ମିଟର ଦୌଡ଼, ଜାଭାଳିନ, ସଟପୁଟ,ଡ଼ିସ କସ, ଲଙ୍ଗ ଜମ୍ପ, ହାଇ ଜମ୍ପ ଇତ୍ୟାଦି ଖେଳ ଗୁଡିକ ଆରମ୍ଭ ହୋଇଥିଲା | ଖେଳ ଗୁଡିକୁ ଅଧ୍ୟାପକ ଦୀନବନ୍ଧୁ ନନ୍ଦୀ, ରମେଶ ଚନ୍ଦ୍ର ପଟ୍ଟନାୟକ, କିଶୋର କୁମାର ପାଲ, ଦିବାକର ଚନ୍ଦ୍ର ଦେ, ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପିକା ରେଣୁକା ସାମଲ, ପ୍ରଲ୍ଲୀଭା ଭୂୟାଁ, ଦିଲୀପ କୁମାର ପଦ୍ଦାର, ଶକ୍ତିକାନ୍ତ ଜେନା,ସଦାରାମ କେଉଟ, ବୁଦ୍ଧଶ୍ୱର ମଣ୍ଡଳ ବିଭୀଷଣ ଗଣ୍ଡ, ଭବାନୀ ପନକା ଇତ୍ୟାଦି ପରିଚାଳନା କରିଥିବା ବେଳେ ପିଇଟି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ସମ୍ପୂର୍ଣ୍ଣ ତତ୍ତ୍ୱାବଧାନ କରିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

୨୦ ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣଆମେଣ୍ଟ

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ କ୍ରୀଡ଼ା ସପ୍ତାହ ପାଳନ ଉପଲକ୍ଷେ ଦୁଇଦିନିଆ କ୍ରୀଡ଼ା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!