ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ

ଧର୍ମଗଡ଼ ବ୍ଲକ ଓଷ୍ଟା ପକ୍ଷରୁ ୩୬ ତମ ଶିଶୁ ମେଳା ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣ ଛେଣ୍ଡିଆ ଠାରେ ଅନୁଷ୍ଠିତ ହୋଇଛି । ଓଷ୍ଟା ସଭାପତି ବାଞ୍ଛାନିଧି ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିଶୁମେଳା ରେ ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକିଶୋର ସାହୁ,କଳାହାଣ୍ଡି ଜିଲ୍ଲା ଓଷ୍ଟା ସଭାପତି ମନୋରଞ୍ଜନ ପାଣିଗ୍ରାହୀ,ଗାୟତ୍ରୀପ୍ରସାଦ ମୁଣ୍ଡ ପ୍ରଧାନଶିକ୍ଷକ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ବ୍ରହ୍ମଣଛେଣ୍ଡିଆ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଓଷ୍ଟା ଉପଦେଷ୍ଟା ଜଗବନ୍ଧୁ ମିଶ୍ର ଯୋଗଦେଇଥିଲେ । ଧର୍ମଗଡ଼ ବ୍ଲକ ଓଷ୍ଟା ଉପ ସଭାପତି ରିକିରାମ ବେହେରା ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ତେଜସ୍ବର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବ ରେ ବାଳିକା ଉଚ୍ଚ ବିଦ୍ୟାଳୟ ଧର୍ମଗଡ଼ ର ପୂର୍ବତନ ସଂସ୍କୃତ ଶିକ୍ଷକ ଦେବେନ୍ଦ୍ର ମହାନ୍ତି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟ ଅତିଥି କୃତି ପ୍ରତିଯୋଗି ଙ୍କୁ ପୁରସ୍କାର ବିତରଣ କରିଥିଲେ ।ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶଶିକାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ରମେଶ ଚନ୍ଦ୍ର ନାଏକ, ଦେବେଶ କୁମାର ପଣ୍ଡା,ରାଜେନ୍ଦ୍ର ଆଚାର୍ଯ୍ୟ,ମୁକେଶ କୁମାର ଛାତ୍ରୀଆ ପ୍ରମୁଖ ସହାୟତା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିକ୍ଷା ଉପରେ ପାଲା ମାଧ୍ୟମରେ ସଚେତନତା       

Sunil Chandra Nayak

ପାଚିକା ହାତରେ ଅଙ୍ଗନବାଡି କେନ୍ଦ୍ର  ଅଙ୍ଗନବାଡି ଅନୁପସ୍ଥିତ ରେ କାର୍ଯ୍ୟ ଭାର ସମ୍ଭାଲୁଛନ୍ତି ପାଚିକା 

masiha

ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏମ୍. କେ କ୍ଳାସେସ୍ ରେ

masiha

Leave a Comment

error: Content is protected !!