ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାଇସିଙ୍ଗା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

କାମାକ୍ଷାନଗର/(ମ ନି ସ)୨୨/୧୨_ କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପୂର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପରାମର୍ଶ ଦାତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରାଣବନ୍ଧୁ ମହାରଣା ଓ ଗ୍ରାମ ର ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ସାହୁ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ବେହେରା ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ର ମହତ୍ତ୍ଵ ଏବଂ ପ୍ରତିଯୋଗିତା ର ନିୟମ ବୁଝାଇଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଏବଂ ଶ୍ରୀ ଦିପଳି ସ୍ବାଇଁ କ୍ରୀଡା ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା ବିଜୟଲକ୍ଷ୍ମୀ ସାହୁ , ଲକ୍ଷ୍ମୀ ବେହେରା,କ୍ରୀଡା ଦଳ ନାୟକ,କାଦମ୍ବିନୀ ନାୟକ,ବିନୋଦିନୀ ମହାପାତ୍ର,ପ୍ରଭାତୀ ମହୁନ୍ତ, ଯୁଧିଷ୍ଠିର ବିଶ୍ଵାଳ ,ଯମୁନା ସାହୁ,ଗୀତାଞ୍ଜଳି ବେହେରା,ରୋଜାଲିନ ସ୍ବାଇଁ , ସି ଆର୍ ସି ସି ଆଶିଷ କୁମାର ସାହୁ,କମ୍ପ୍ୟୁଟର ଶିକ୍ଷକ ଶ୍ରୀ ସୁନିଲ ନାଏକ,କର୍ମଚାରୀ ନିବାରଣ ସାହୁ ତଥା ମମତା ରଣା ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ ଓ ଜିଲ୍ଲା ପରିଷଦ ଦୀପ୍ତିମୟୀ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଂସୃତିକ କାର୍ଯ୍ୟକ୍ରମ ରେ ଚମ୍ପିଆନ ହୋଇଥିବା ବାଳକ ବାଳିକା ମାନେ ହେଲେ ଓମ ପ୍ରକାଶ ଦେହୁରୀ (୧୦ମ) , ବର୍ଷା ସେଠୀ (୯ମ) ଜୁନିଅର ଚମ୍ପିଆନ ପ୍ରିୟମ୍ ପ୍ରୀୟଂଶୁ ବେହେରା (୮ମ),ଦେବସ୍ମିତା ସାହୁ (୭ମ) ,ଜିଜ୍ଞସୁ ସାହୁ(୬ଷ୍ଠ), ତେଜସ୍ଵୀନି ଦାସ (୬Sଷ୍ଠ) । ସର୍ବ ଶେଷରେ ମୁଖ୍ୟ ଅତିଥି ପ୍ରେମାନନ୍ଦ ସାହୁ ଓ ଦୀପ୍ତିମୟୀ ବିଶ୍ଵାଳ ଚାମ୍ପିଆନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧୂମାଭଟା ଗାଁରେ କବାଡି ପ୍ରତିଯୋଗିତା….. ବେଲପଡା କୁ ହରାଇ ପାଟଣାଗଡ଼ ଦଳ ଚମ୍ପିୟାନ 

masiha

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

ରାଜ୍ୟ ଅଣ୍ଡର ୧୭ ଭଳିବଲରେ ସ୍ଥାନ ପାଇଲେ ଜବାହାର ହାଇସ୍କୁଲର ୩ ଛାତ୍ର

Sunil Chandra Nayak

Leave a Comment

error: Content is protected !!