ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାହାଡାପଦା ଠାରେ ଦଶ ଦିବସିୟ ରାଜ୍ୟସ୍ତରୀୟ ବରୁଣ ଭୋଇ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ୍ ଅନ୍ତର୍ଗତ ବି ପଲମେଣ୍ଡି ଗ୍ରାମପଞ୍ଚାୟତ ର ବାହାଡାସାହି ଛକଠାରେ ରାଜ୍ୟସ୍ତରୀୟ ବରୁଣ ଭୋଇ ମେମୋରିଆଲ୍ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୂଷ୍ଠିତ ହେଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ ଟିକାବାଲି ଅଞ୍ଚଳ ଜାତୀୟ କଂଗ୍ରେସ ଦଳ ର ଜଣେ ଟାଣୁଆ ରାଜନେତା ତଥା ଗରିବ ଲୋକ ର ଦୁଃଖ ବୁଝୁଥିବା ସମାଜସେବୀ ଦକ୍ଷ ଭଲିବଲ ଖେଳାଳି ସ୍ୱର୍ଗତଃ ବରୁଣ ଭୋଇ ଙ୍କର ସ୍ମୃତିରେ ତାଙ୍କ ନାମରେ ନାମିତ ବୁରୁଣ ଭୋଇ ଭଲିବଲ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ସଭାପତି ତଥା ସୁ ପରିଚିତ ପ୍ରତିଷ୍ଠିତ ବ୍ୟକ୍ତି ସୁନିଲ କୁମାର ଭୋଇ କିଟୁ ଙ୍କର ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ତା ୨୨/୧୨/୨୦୨୨ ଠାରୁ ୩୧ /୧୨/୨୦୨୨ ରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବା ନିମନ୍ତେ କମିଟି ପକ୍ଷରୁ ସୂଚନା ମିଳିଥିବା ବେଳେ ଟିକାବାଲି ର ସ୍ଥାନୀୟ ସୁଭମ ସିକ୍ସ,ଚାହାଳି,ଲାଇନପଡା,ନୂଆଗାଁ, ବାବନପୁର,ଦାରିଙ୍ଗବାଡି,ବରଖମା ପାୱାର ସିକ୍ସ, ଗଜପତି, ଅଡଭା,ବହାଡ଼ାସାହି,ଗଞ୍ଜାମ,ତୁମୁଡିବନ୍ଧ, ବ୍ରାହ୍ମଣୀ ଗାଁ ରାଇକିଆ, ଜି.ଉଦୟଗିରି,ଫିରିଙ୍ଗିଆ ଏବଂ କାର୍ଗିଲ ବ୍ରହ୍ମପୁର ୧୬ ଗୋଟି ଦଳ ଅଂଶ ଗ୍ରହଣ କରିବା ନିମନ୍ତେ କମିଟି ପକ୍ଷରୁ ସୂଚନା ମିଳିଛି। ଉକ୍ତ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ଦିବସ ର ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରି ପ୍ରଥମ ଦିନ ରେ ଚାହାଳି ଓ ଲାଇନପଡା ମଧ୍ୟରେ ହୋଇଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସମାନ୍ନିତ ଅତିଥି ଭାବେ ସୁନିତା କଁହର, ତାରିଣୀ ମାଟିଆ,ସୁବାଷ ଚନ୍ଦ୍ର ପାଣିଗ୍ରାହୀ,ବାଳକ ବେହେରା, ସମୀର ଭୋଇ ମିସି, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବରୁଣ ଭୋଇ ଙ୍କର ତୈଳଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉପ ସଭାପତି ପ୍ରଭଞ୍ଜନ କଁହର, ସହ ସମ୍ପାଦକ ସୁଶାନ୍ତ ମଲ୍ଲିକ, ସଞ୍ଜୟ ବଗର୍ତ୍ତି,ପ୍ରଦୀପ କଁହର, ମିରେନ ନାୟକ, ବସନ୍ତ ଭୋଇ ରାଜେଶ ଦିଗାଲ, କାନ୍ତ ଭୋଇ ଟୁର୍ଣ୍ଣାମେଣ୍ଟ କୁ ସମ୍ପୂର୍ଣ୍ଣ ସହଯୋଗ କରି ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିନ ଖେଳ ର ପ୍ରଥମ ସେଟ ଚାହାଳି ସହ ଲାଇନପଡା ଦଳ ମଧ୍ୟରେ ଖେଳ ହୋଇଥିଲା । ଦୁଇଟି ଯାକ ସେଟ ରେ ଚାହାଳି ବିଜୟ ହାସଲ କରିଥିଲା। ଦ୍ୱିତୀୟ ସେଟ ଟିକାବାଲି ସୁଭମ ସିକ୍ସ ସହିତ ବାଲିଗୁଡା ନୂଆଗାଁ ମଧ୍ୟରେ ଖେଳ ହୋଇଥିଲା ।ଏହି ଖେଳ ରେ ଟିକାବାଲି ସୁଭମ ସିକ୍ସ ବିଜୟ ହୋଇଥିଲା । ଉକ୍ତ ମ୍ୟାଚର ରେଫ୍ରି ଭାବେ ଗୋବିନ୍ଦ ବେହେରା ଦାୟିତ୍ୱ ନେଇ ଖେଳ ପରିଚାଳନା କରିଥିଲେ। ଉଦଘାଟନ ଦିବସ କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ତନୁଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଦୀପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଇଚ୍ଛାପୁରମ କୁ ପରାସ୍ତ କରି ହିଞ୍ଜିଳି ରୟାଲ କ୍ଳବ ଚମ୍ପିୟାନ

Sunil Chandra Nayak

ବିଶ୍ୱ ପୁରୁଷ ହକିକପ ଅବସରରେ ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୩ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଓ ଜଗତସିଂପୁର ଜିଲ୍ଲା ଖେଳାଳିଙ୍କ ମିଳିତ ସଫଳତା

masiha

Leave a Comment

error: Content is protected !!