ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମହୁଲଡିହା ପଡ଼ିଆରେ ୫ ଦୀବହସୀୟ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଚମ୍ପିୟାନ 

ମୟୂରଭଞ୍ଜ ୮/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ରବିବାର ଦିନ ୨୪ ତମ ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଉଦଯାପିତ ହୋଇଯାଇଛି । ଏଥିରେ ରାଉରକେଲା ସମ୍ବଲପୁର ଟିମକୁ ହରାଇ ଚମ୍ପିୟାନ ହୋଇଛି । ସଂଜିବ ବାଡିକ ମେନ୍ ଅଫ ଦି ମେଚ ହୋଇଥିବାବେଳେ ସୋମ୍ଯା ଲେଙ୍କା ମେନ୍ ଅଫ ଦି ସିରିଜର ହୋଇଛନ୍ତି । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ମୋରଡା ବିଧାୟକ ରାଜ କିଶୋର ଦାସ, ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ଝାଡ଼ଖଣ୍ଡ ମୁକ୍ତିମୋର୍ଚା ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନ ମୟୂରଭଞ୍ଜ (୧) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ମୟୂରଭଞ୍ଜ (୧) ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଶ୍ରୀ ଶଚିନ ଅଗ୍ରୱାଲ, ,ଓଡ଼ିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ଶ୍ରୀ ଦୁର୍ଗା ପଟନାୟକ, ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ୍ ର ଅମ୍ପାୟାର ଦିଲିପ ଚୌଧୁରୀ,ସଂପାଦକ ପଞ୍ଚୁ ଲୋହାର,ଶ୍ୟାମ ସୁନ୍ଦର ଜ୍ୟୋତିଷ,ପ୍ରଦୀପ ରାଉତ, କ୍ରିକେଟ ପ୍ରେମୀ, ଦର୍ଶକ ପ୍ରମୁଖ ଉଦଯାପନ ସମାରୋହରେ ସାମିଲ ହୋଇଥିଲେ । ଅତିଥିଗଣ କହିଥିଲେ ଖେଳ ମନ, ସ୍ବାସ୍ଥ୍ୟ କୁ ସୁସ୍ଥ ରଖିଥାଏ ।ଖେଳ ଭାଇଚାରା ଓ ସୁସଂପର୍କ ଯୋଡିଥାଏ ।କ୍ରୀଡାଓ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ଅର୍ଥ ବାଧକ ସାଜିବ ନାହିଁ । ମ଼ହୁଲଡିହା ପଡିଆ ଓ କ୍ରୀଡାର ବିକାଶ ପାଇଁ ସେମାନେ ସ୍ଵତନ୍ତ୍ର ଧ୍ୟାନ ଦେବେ ବୋଲି କହିଥିଲେ ।ହଜାର ହଜାର ଦର୍ଶକ ଓ କ୍ରିକେଟ ପ୍ରେମୀ ପଡ଼ିଆରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥିଗଣ ଚମ୍ପିୟାନ ଟିମ୍ ଏବଂ ରନର୍ସ ଅପ୍ ଟିମକୁ ଟ୍ରଫି ଓ ଅର୍ଥ ରାଶି ପୁରସ୍କୃତ କରିଥିଲେ । ଖେଳ ପରିଚାଳନାରେ ବୁବୁନ,ବାବୁଲା,ପଟି,ଲୁଲୁ,କାଶି,ବାବୁ,ଜଗନ୍ନାଥ,ମୁନା,ସୁନ୍ଦର,କିଶାନ ,ଜିତୁ, ଗୁଲଟୁ, ହନି,ଧର୍ମବୀର, ବ୍ରିଡାର, ଉକୁଲ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ରେଫେରୀ ଭାବେ ପଞ୍ଚୁ ଲୋହାର ଦାୟିତ୍ଵ ନିର୍ବାହ କରିଥିଲେ । ଖେଳ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ଏବଂ ବାମନଘାଟୀ ଉପଖଣ୍ଡ ବାସୀ ସଂପୁର୍ଣ୍ଣ ସହଯୋଗ ଓ ସହାୟତାର ହାତ ବଢ଼ାଇଥିବାରୁ ଅନୁଷ୍ଠାନର ଅଧ୍ୟକ୍ଷ ନବ ଚରଣ ମାଝୀ ଏବଂ ସଂପାଦକ ପଞ୍ଚୁ ଲୋହାର କୃତଜ୍ଞତା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ରକ୍ଷା କୌଶଳ ତାଲିମ ଉଦଘାଟିତ

Sunil Chandra Nayak

ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬

Sunil Chandra Nayak

Leave a Comment

error: Content is protected !!