ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୬ ପାଳିତ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୬ ପାଳିତ

ଢେଙ୍କାନାଳ : ତା.୦୫.୦୬.୨୦୨୬ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ପ୍ରାତଃ ୦୯ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା ସ୍ୱୀୟ ବକ୍ତବ୍ୟରେ ସୁସ୍ଥ ପରିବେଶ,ସୁସ୍ଥ ଶରୀର,ସୁସ୍ଥ ମନର ଜନକ।ପରିବେଶ ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ଜନସାଧାରଣଙ୍କ ଉତ୍ତମ ପରିବେଶ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତ ପୋଷଣ କରିଥିଲେ। ମୁଖ୍ୟବକ୍ତାଭାବେ ‘ଦୈନିକ ସମାଜ’ର ପୂର୍ବତନ ସମ୍ପାଦକ ତଥା ଲୋକପ୍ରିୟ ବିଜ୍ଞାନ ଲେଖକ ଡ.ପ୍ରମୋଦ କୁମାର ମହାପାତ୍ର ମୋ ପରିବେଶ,ମୋ ଦାୟୀତ୍ଵ।ପରିବେଶ ସଚେତନତା ହିଁ ସୁରକ୍ଷା ଓ ସୁରକ୍ଷା ହିଁ ଜୀବନ ରକ୍ଷା,ତେଣୁ,ସମସ୍ତଙ୍କର ପାରିପାର୍ଶ୍ବିକ ପରିବେଶର ଉନ୍ନତିରେ ହିଁ ସମାଜର ପ୍ରଗତି ସମ୍ଭବ ବୋଲି ଦୃଢ଼ ମତପୋଷଣ କରିଥିଲେ।ଅନ୍ୟତମ ଵିଶିଷ୍ଟ ବକ୍ତା ଆମେରିକା ଫେରନ୍ତା ଡ଼ା.ତୁଷାରକାନ୍ତି ନାୟକ,ସମ୍ମାନିତ ଅତିଥି ଭାବରେ ଭିକାରୀ ଚରଣ ରାଉତ,ପ୍ରାକ୍ତନ ସିବିଆଇ ବିଚାରପତି,ଶୈଳବାଳା ମହିଳା ମହାବିଦ୍ୟାଳୟ,କଟକର ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ପଟ୍ଟନାୟକ,ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ,ସମାଜସେବୀ ସରୋଜ କୁମାର ଶତପଥି,ଉଫୁନାର ମହାସଚିବ ଡ.ଦୀପାୟନ ପଟ୍ଟନାୟକ, ଢ଼େଙ୍କାନାଳର ଵିଶିଷ୍ଟ ଦନ୍ତ ଚିକିତ୍ସକ ଡ଼ା.ତାପସ କୁମାର ମହାପାତ୍ର,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,କଂଗ୍ରେସ ନେତା ବିନୟ ସାହୁ,ବରିଷ୍ଠ ଶିକ୍ଷାବିତ୍ ଉଫୁନାର ମିଡ଼ିଆ ପ୍ରଭାରୀ ତଥା ପ୍ରଚାର ପ୍ରସାର ସମ୍ପାଦକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ସ୍ୱୀୟ ବକ୍ତବ୍ୟରେ ଉଫୁନା ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ବିଶ୍ଵ ପରିବେଶ ସଚେତନତାର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ବିଶ୍ୱରେ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ ବିଶ୍ଵ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି ବୋଲି କହିବା ସଙ୍ଗେ ସଙ୍ଗେ ବିଶ୍ଵ ପରିବେଶ ଦିବସ -୨୦୨୬ ପାଇଁ ଦୁଇଟି ଇଂରାଜୀ ଓ ଦୁଇଟି ଓଡ଼ିଆ ସନେଟ୍ ପାଠ କରିଥିଲେ ଓ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ।ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ କହିଲେ ଯେ ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ।୧୯୭୨ରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି।ମିଳିତ ଜାତିସଂଘ ୧୯୭୨,ଜୁନ୍‌ ୫ରେରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା।ବିଶ୍ବ ପରିବେଶ ଦିବସର ଚଳିତ ବର୍ଷର ମୁଖ୍ୟବିଷୟବସ୍ତୁ ରହିଛି”ପ୍ରକୃତି ଦ୍ୱାରା ଅନୁପ୍ରାଣିତ।ଜଳବାୟୁ ପାଇଁ।ଆମ ଭବିଷ୍ୟତ ପାଇଁ।”।ଅନ୍ୟ ମଞ୍ଚାସୀନ ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ ଆଜି ଲୋକମାନଙ୍କ ପରିବେଶର ସୁରକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ଭିତ୍ତିଭୂମିର ପୂର୍ଣ୍ଣାଙ୍ଗ ବିକାଶ,ନିରାମୟ ସୁସ୍ଥ ପରିବେଶ ଗଠନ ପାଇଁ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ ସରକାର ହାତକୁ ନେବା ଦରକାର।ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ ଓ ଏହାକୁ ରୋକିବା ଦରକାର।ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦ ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ ଡ.ବଂଶୀଧର ସାହୁ,ଡ.ମୁରଲୀଧର ନାୟକ,କବି ଗୋଲୋକବିହାରୀ ବେହେରା,ହିନ୍ଦୋଳରୁ କବି ସାଦତ୍ ଖାନ୍,ଲିଙ୍କୁ ପତି,ଉପମା ସାମଲ,ଡ.ପ୍ରମୋଦ କୁମାର ନାୟକ,ଡ଼ା.ଦେବୀ ପ୍ରସାଦ ମିଶ୍ର,ଯାଜପୁରରୁ ସୀମା ମିଶ୍ର, କଟକରୁ କବି ସମ୍ବିତ୍ ଦାସ,ଅବସପ୍ରାପ୍ତ ଅଧ୍ୟାପିକା ଡ.ମାନସୀ କର,ବୈଜୟନ୍ତି ପଟ୍ଟନାୟକ,ମନୋଜ ମଞ୍ଜରୀ ଦାଶ,ଜଲି ସାହୁ,ଡ.ଅନୁପମା ମିଶ୍ର,କାହ୍ନୁ ଚରଣ ବାରିକ ଓ ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସୋମେନ୍ଦୁ ଶତପଥୀ, ଇଂ.ଅବିନାଶ ଦାସ ତରୁଣ କୁମାର ବିଶ୍ବାଳ,ଜିତାମିତ୍ରା ଶତପଥୀ, ରବିନାରାୟଣ ସେଠୀ,ଲକ୍ଷ୍ମୀଧର ଶତପଥି,ସୁଜାତା ପଟ୍ଟନାୟକ,ବର୍ଷା ପଟ୍ଟନାୟକ,ସୌମ୍ୟରଞ୍ଜନ ପଟ୍ଟନାୟକ,ରୁଦ୍ର ପ୍ରସାଦ ଶରଣ,ବିପିନ ବିହାରୀ ବେହେରା,ଦେବ ପ୍ରସାଦ ମିଶ୍ର, ତରୁଣ କୁମାର ବିଶ୍ବାଳ,ଯୁଧିଷ୍ଟିର ସାହୁ,ଦିଲ୍ଲୀପ କୁମାର ସାହୁ, ଇଂ.ଲଳିତ ମୋହନ ବେହେରା ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ସଭାପ୍ରାରମ୍ଭରେ ଲିଙ୍କୁ ପତି ମଙ୍ଗଳାଚରଣ ଗାନ ଶେଷରେ ଶାନ୍ତିପାଠ କରିଥିଲେ।ଉଫୁନାର ସାଧାରଣ ସମ୍ପାଦକ ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ସ୍ୱୀୟ ବକ୍ତବ୍ୟରେ ପରିବେଶ ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ସମସ୍ତଙ୍କ ଐକାନ୍ତିକ ନିଃସ୍ବାର୍ଥପର ଦାୟିତ୍ବ ସମ୍ପନ୍ନ କାର୍ଯ୍ୟ ଦ୍ବାରା ସମାଜ ଓ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ଢ଼େଙ୍କାନାଳର ବିଶିଷ୍ଟ ଦନ୍ତ ଚିକିତ୍ସକ ତାପସ କୁମାର ମହାପାତ୍ର, ଡ.ମୁରଲୀଧର ନାୟକ,ଡ.ବଂଶୀଧର ସାହୁ ଓ କବି ଗୋଲୋକ ବିହାରୀ ବେହେରାଙ୍କୁ ପୁଷ୍ପଗୁଛ,ଉତ୍ତରୀୟ,ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ଉଫୁନାର ମହାସଚିବ ଡ.ଦୀପାୟନ ପଟ୍ଟନାୟକ ସ୍ଵୀୟ ଅଭିଭାଷଣରେ ଜାତିସଂଘର ବହୁମୁଖୀ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଶ୍ଵ ପରିବେଶ ସୁରକ୍ଷା ପ୍ରତି ନିଜେ ସଚେତନ ହୋଇ ସମସ୍ତେ ଯଦି ବିଶ୍ଵ ପରିବେଶ ସୁରକ୍ଷାର ନୀତି,ନିୟମ ପାଳନ କରନ୍ତେ ତାହା ନିଜ ପ୍ରତି,ନିଜ ପରିବାର ପ୍ରତି ସର୍ବୋପରି ସମାଜ ତଥା ଦେଶ ପ୍ରତି ଆଶୀର୍ବାଦ ହୋଇଯାଆନ୍ତା ବୋଲି ଦୃଢ଼ ମତପୋଷଣ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଦଶ ଦିନ ହେଲା ଲିମସେର ଗାଁରେ ପିଇବା ପାଣି ପାଇଁ ଡହକ ବିକଳ

Sunil Chandra Nayak

ଚଉଁରା ଗ୍ରାମର ଝରନି ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଶିଶୁର ମୃତୁ

Sunil Chandra Nayak

ଅପରେସନ ସିନ୍ଦୂର ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Leave a Comment

error: Content is protected !!