ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଡିଏସ ଚାଉଳ ଓ ଭତ୍ତା ଯୋଗାଣ ଦାବିରେ ପିଇଓଙ୍କୁ ତାଲା ପକାଇଲେ ଲଡୁଗାଁ ପଞ୍ଚାୟତ ହିତାଧିକାରୀ

ପିଡିଏସ ଚାଉଳ ଓ ଭତ୍ତା ଯୋଗାଣ ଦାବିରେ ପିଇଓଙ୍କୁ ତାଲା ପକାଇଲେ ଲଡୁଗାଁ ପଞ୍ଚାୟତ ହିତାଧିକାରୀ

କୋକସରା,୧୯/୧ // କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଗରିବ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ପିଡ଼ିଏସ ଚାଉଳ ଯୋଗାଣ କରୁଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ୱ ହୀନତା କାରଣରୁ ଅନେକ ସମୟରେ ପିଡ଼ିଏସ ସାମଗ୍ରୀ ପାଇବାରୁ ବଞ୍ଚିତ ରହୁଛନ୍ତି ହିତାଧିକାରୀ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତରେ। ପିଡ଼ିଏସ ଚାଉଳ ଓ ଭତ୍ତା ଯୋଗାଣ ଦାବିରେ ଆଜି ଲଡୁଗାଁ ପଞ୍ଚାୟତ ପିଇଓ ମାନସ ବେଣୁପାଣିଙ୍କୁ ଦୀର୍ଘ ସମୟ ଧରି ତାଲା ପକାଇ ପ୍ରତିବାଦ କରିଛନ୍ତି ହିତାଧିକାରୀ। ସୁଚନା ଅନୁସାରେ ଲଡୁଗାଁ ପଞ୍ଚାୟତ ରେ ୨୮୧୯ ଜଣ ହିତଧିକାରୀ ଥିବା ବେଳେ ସେମାନଙ୍କ ପାଇଁ ପ୍ରତି ମାସରେ ୫୧୯ କ୍ୱିଣ୍ଟାଲ ୬୫ କେଜି ଚାଉଳ ଉଠାଣ ହୋଇଥାଏ। ହିତାଧିକାରୀଙ୍କୁ ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଜାନୁୟାରୀ, ଫେବୃଆରୀ, ମାର୍ଚ୍ଚ ଓ ଅପ୍ରେଲ ମାସର‌ ଚାଉଳ ଯୋଗାଣ କରିବା କଥା ହଲେ ୨୦ ଦିନ ବିତି ଯାଇଥିଲେ ମଧ୍ୟ ହିତାଧିକାରିମାନଙ୍କୁ ଚାଉଳ ଯୋଗାଣ ନ କରି ଥିବାରୁ ଶୁକ୍ରବାର ଶତାଧିକ ପୁରୁଷ ମହିଳା ହିତାଧିକାରୀ ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାବନ୍ଦ କରି ପିଡ଼ିଏସ ଚାଉଳ ଓ ଭତ୍ତା ଯୋଗାଣ ଦାବି କରି ଆନ୍ଦୋଳନ କରିଥିଲେ।ଅନ୍ୟ ପକ୍ଷେ ଚାଉଳ ଠିକ୍ ସମୟରେ ପଞ୍ଚାୟତରୁ ମିଳୁନଥିବା କାରଣରୁ ହିତାଧିକାରୀ ମାନେ ଖୋଲା ବଜାରରୁ ଚଢା ଦରରେ ଚାଉଳ କିଣି ଆର୍ଥିକ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ତାଲା ଦେଇ ଆନ୍ଦୋଳନ ଘଟଣା ନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ କୋକସରା ପୋଲିସ ଅଧିକାରୀ ପହଞ୍ଚି ଧାରଣାରେ ବସିଥିବା ହିତାଧିକାରୀଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ପରେ ଦୀର୍ଘ ୪ ଘଣ୍ଟା ପରେ ପଞ୍ଚାୟତର ତାଲା ଖୋଲାଯାଇଥିଲା । ପିଇଓ ବେଣୁପାଣିଙ୍କ ପ୍ରତିକ୍ରିୟା ନେବାରୁ ଚାଉଳ ଆସିନାହିଁ ଦିନେ ଦୁଇଦିନ ମଧ୍ୟରେ ଚାଉଳ ଦିଆଯିବା ନେଇ କହିଛନ୍ତି। ହେଲେ ଏହି ପଞ୍ଚାୟତ ରେ ଦୁର୍ନୀତି ପିଛା ଛାଡୁ ନଥିବା ଅଭିଯୋଗ ହୋଇ ଆସୁଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ମସିହା ନିୟୁଜ ସର୍ଭିସ୍

Related posts

ଶତାୟୁ,ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୮୦ ତମ ସ୍ଵାଧୀନତା ଦିବସ -୨୦୨୬ ଉତ୍ସବ ପାଳିତ 

Sunil Chandra Nayak

ୱାକର୍ସ କ୍ଳବର ୨୩ତମ ପ୍ରତିଷ୍ଠା ଦିବସ ପାଳନ

ଜୟ ହିନ୍ଦ ପବ୍ଲିକ ସ୍କୁଳ ର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!