ଜାମଶୂଳୀ ଲକ୍ଷ୍ମୀନାରାୟଣ ମହାବିଦ୍ଯାଳୟ ରେ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବସ୍ତା,୨୦/୧ – ଜାମଶୂଳୀ ସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ଯାଳୟ ରେ ନୂଆ – ଓ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଓ ମହାବିଦ୍ଯାଳୟ ର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି, ମହାବିଦ୍ଯାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ପ୍ରଧାନ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାରିପଦା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ପ୍ରାଧ୍ୟାପକ ଡ଼ଃ ଜୟଦେବ
ପ୍ରାମାଣିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହାପୁରୁଷ ମାନଙ୍କ କଥା ଅବତାରଣା କରିବା ସହିତ ତାହାକୁ ଅନୁସରଣ କରିବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବରେ ବସ୍ତା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ ଦାସ ମହାପାତ୍ର ଯୋଗ ଦେଇ ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବରେ ମହାବିଦ୍ଯାଳୟ ର ପରିଚାଳନା କମିଟି ସଭାପତି ସୃଷ୍ଟି ଧର ପାତ୍ର ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ। ନୋଡାଲ ଅଫିସର ପ୍ରାଧ୍ୟାପକ ଦେବବ୍ରତ ଦାସ ମଞ୍ଚ ଆହ୍ୱାନ , ପ୍ରାଧ୍ୟାପକ ଦିବ୍ଯେନ୍ଦୁ ଗିରି ଅତିଥି ପରିଚୟ , ପ୍ରାଧ୍ୟାପିକା ଲିପିକା ଜାନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ମାନପତ୍ର ପ୍ରଦାନ କରିଥିଲେ।ସର୍ବ ଶେଷରେ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ କୁ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ଃ ଶିବ ନାରାୟଣ ମହାପାତ୍ର ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ସଂଗ୍ରାମ କେଶରୀ ନାୟକ , ଡ଼ଃ ସୁକାନ୍ତ କୁମାର ଗିରି ,ପରମାନନ୍ଦ ମହାନ୍ତି ,ଦେବେନ୍ଦ୍ର ନାଥ ସେଠୀ ,ନଗେନ୍ଦ୍ର ନାଥ ପାତ୍ର ,ତାପସ ତନୟ ନନ୍ଦୀ ,ଅଜିତ କୁମାର ଭୂୟାଁ ,ଆଶୁତୋଷ ଯ ତି ,ବାଙ୍କିମ ଚନ୍ଦ୍ର ମୈ କାପ ,ଅଧ୍ୟାପିକା ମିତା ରାଣୀ ଜେନା ,ଶ୍ରୀକାନ୍ତ ମହାପାତ୍ର , ଲିପିକା ମାନ୍ନା ,ବଂଶୀଧର ନାୟକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ (
ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍


