ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ରାଇବଣିଆ ଇନର ହୁଇଲ କ୍ଲବର ୬ଷ୍ଠ ଅଧିଷ୍ଠାନ ଦିବସ

ସୁବର୍ଣ୍ଣରେଖା ରାଇବଣିଆ ଇନର ହୁଇଲ କ୍ଲବର ୬ଷ୍ଠ ଅଧିଷ୍ଠାନ ଦିବସ

ଜଳେଶ୍ବର,-୮/୧୦(ମନିସ)-ଜଳେଶ୍ୱରର ଅନ୍ୟତମ ଅଗ୍ରଣୀ ମହିଳା ସ୍ବେଚ୍ଛାସେବୀ ସଂଗଠନ ସୁବର୍ଣ୍ଣରେଖା ରାଇବଣିଆ ଇନର ହୁଇଲ କ୍ଲବର ୬ଷ୍ଠ ଅଧିଷ୍ଠାନ ଦିବସ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କ୍ଲବର ବିଦାୟୀ ସଭାପତି ଆରତୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା।ବିଦାୟୀ ସମ୍ପାଦିକା ନଳିନୀ ଖଣ୍ଡା କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଜିଲ୍ଲା ୩୨୬୨ର ପୂର୍ବତନ ଗଭର୍ଣ୍ଣର ରୋଟାରୀ ଜିଲ୍ଲା ୩୨୬୨ର ପୂର୍ବତନ ଗଭର୍ଣ୍ଣର ତଥା ସି.ଓ.ଏଲ୍ ଯଜ୍ଞାଶିଷ ମହାପାତ୍ର ଯୋଗଦେଇ ବିଶ୍ୱର ସର୍ବଶ୍ରେଷ୍ଠ ମହିଳା ସଙ୍ଗଠନକୁ ସୁଦୃଢ ଓ ସୁସଙ୍ଗଠିତ କରିବା ଆବଶ୍ୟକ ରହିଛି ବୋଲି ପ୍ରକାଶ କରିଥିଲେ।ମୁଖ୍ୟବକ୍ତା ରୂପେ ଶ୍ରୀ ଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଅଞ୍ଜନା ଚକ୍ରବର୍ତ୍ତୀ ଇନର ହୁଇଲ କ୍ଲବର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ପରେ ଚଳିତ ବର୍ଷର ନୂତନ ସଭାପତି ରୂପେ ମଧୁଛନ୍ଦା ମହାନ୍ତି ଓ ସମ୍ପାଦିକା ରୂପେ ସ୍ମରଣିକା ପଟ୍ଟନାୟକ ସେମାନଙ୍କ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଇନର ହୁଇଲ କ୍ଲବର ପ୍ରତିଷ୍ଠାତା ସଭାପତି ଆରତୀ ଦାସ ଅତିଥି ପରିଚୟ ଓ ମଞ୍ଚ ଆହ୍ୱାନ କରିଥିବା ବେଳେ ପୂର୍ବତନ ସଭାପତି ସୁଷମା ରାଣୀ ଭୁୟାଁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।କ୍ଲବର ଏଡିଟର ଗୌରୀବାଳା ମହାନ୍ତି,ଉପସଭାପତି ଚାରୁବାଳା ସେନାପତି ପ୍ରମୁଖ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ। ଶେଷରେ କ୍ଲବର ସମ୍ପାଦିକା ସ୍ମରଣିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅତିଥି ମାନଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ଅଫ୍ ସୁବର୍ଣ୍ଣରେଖା ରାଇବଣିଆର ସଭାପତି ସୁକୁମାର ରଣା,ସମ୍ପାଦକ ସପନ କୁମାର ଜେନା,ପ୍ରତିଷ୍ଠାତା ସଭାପତି ଡ. ଲଳିତ ରଞ୍ଜନ ସେନାପତି,ବିଦାୟୀ ସଭାପତି ପ୍ରାଣକୃଷ୍ଣ ଗିରି,ନିର୍ବାଚିତ ସଭାପତି ଡ.ଅକ୍ଷୟ କୁମାର ପରିଡ଼ା,ପୂର୍ବତନ ସଭାପତି ପ୍ରଫେସର ଶ୍ୟାମା ଚରଣ ଦାସ, ସୁନୀଲ କୁମାର ନାୟକ,ଡ. ଅଜିତ କୁମାର ମହାନ୍ତି ଓ ଡ.ନୀଳକଣ୍ଠ ଖଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବିଘ୍ନ ନାଶକ ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

Sunil Chandra Nayak

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

Sunil Chandra Nayak

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ପ୍ରସ୍ତୁତି

Leave a Comment

error: Content is protected !!