ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) – ୨୦୨୬ କୁ ନେଇ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଭାପତି/ସମ୍ପାଦକମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ 

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) – ୨୦୨୬ କୁ ନେଇ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଭାପତି/ସମ୍ପାଦକମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ 

ଭବାନୀପାଟଣା : ତା. ୧୯.୦୫.୨୦୨୬ – ଆଜି କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.) କଳାହାଣ୍ଡି ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଭାପତି/ସମ୍ପାଦକମାନଙ୍କ ସହିତ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) – ୨୦୨୬ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରିବା । ଏଥିରେ ମୃତ ବ୍ୟକ୍ତିଙ୍କ ନାମ ଏବଂ ଡୁପ୍ଲିକେଟ ନାମଗୁଡିକୁ ଚିହ୍ନଟ କରାଯାଇ ତାଲିକାରୁ ହଟାଯିବ । ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ । ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ବୃଦ୍ଧି କରିବା ପାଇ ଏସ.ଆଇ.ଆର. ଲାଗୁ କରାଯାଇଛି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ । ବୈଠକରେ ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ ଲେଭେଲ୍ ଏଜେଣ୍ଟ (BLA) ନିଯୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥସ୍ତରୀୟ ଏଜେଣ୍ଟଙ୍କ ତାଲିକା ପ୍ରଦାନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି । ବୈଠକରେ ଏସ.ଆଇ.ଆର. କାର୍ଯ୍ୟକ୍ରମର ସମୟସୀମା ସମ୍ପର୍କରେ ମଧ୍ୟ ରାଜନୈତିକ ଦଳମାନଙ୍କୁ ଅବଗତ କରାଯାଇଥିଲା । ଏହା ଆନୁସାରେ ୦୧-୦୭-୨୦୨୬ ତାରିଖକୁ ଯୋଗ୍ୟତା ତାରିଖ (Qualifying Date) ଭାବେ ନିର୍ଦ୍ଧାରିତ କରାଯାଇଛି । ୨୦-୦୫-୨୦୨୬ ଠାରୁ ୨୯-୦୫-୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ସମ୍ପନ୍ନ ହେବ । ୩୦-୦୫-୨୦୨୬ ଠାରୁ ୨୮-୦୬-୨୦୨୬ ପର୍ଯ୍ୟନ୍ତ BLO ମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କରାଯିବ । ୨୮-୦୬-୨୦୨୬ ସୁଦ୍ଧା ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନାସ (Polling Station Rationalization) କାର୍ଯ୍ୟ ସମ୍ପନ୍ନ କରାଯିବ । ୦୫-୦୭-୨୦୨୬ ତାରିଖରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବ । ୦୫-୦୭-୨୦୨୬ ଠାରୁ ୦୪-୦୮-୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ୦୫-୦୭-୨୦୨୬ ଠାରୁ ୦୨-୦୯-୨୦୨୬ ପର୍ଯ୍ୟନ୍ତ ସେଗୁଡିକର ଉପରେ କାର୍ଯ୍ୟ କରାଯିବ । ଶେଷରେ ୦୬-୦୯-୨୦୨୬ ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ।

ଏହି ବୈଠକରେ ୭୭-ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା – ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ (ଓ.ପ୍ର.ସେ.), ୭୮-ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ) ବଇତୁରା ଦୀପ (ଓ.ପ୍ର.ସେ.) ଏବଂ ୮୦-ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ପ୍ରଭାତ କୁମାର ପରିଡା (ଓ.ପ୍ର.ସେ.) ଭବାନୀପାଟଣା ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଅବିନାଶ ଦଳେଇ (ଓ.ପ୍ର.ସେ.), ଜିଲ୍ଲା ସହକାରୀ ନିର୍ଦ୍ଦେଶକ ସଂଚୟ ଏବଂ ଆର୍ଥିକ ସେବା ଅଧିକାରୀ ଓ ନୋଡାଲ ଅଫିସର ପ୍ରିଣ୍ଟିଙ୍ଗ ବିବେକାନନ୍ଦ ମହାନନ୍ଦ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଡାକ୍ତର ବୀରକିଶୋର ଦେବତାଙ୍କ ବିୟୋଗ

masiha

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋଟର ସାଇକେଲ

masiha

Leave a Comment

error: Content is protected !!