ସଂକଳ୍ପ ସପ୍ତାହ ଉଦଯାପନ
ଡାବୁଗାଁ, ୯/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସଂକଳ୍ପ ସପ୍ତାହ ସୋମବାର ଉଦଯାପନ ହୋଇଯାଇଛି | ଏଥିରେ ଅକ୍ଟୋବର ୩ ତାରିଖ ଠାରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ସଂକଳ୍ପ ସପ୍ତାହ ପାଳନ କରାଯାଇଛି | ଏହି ୭ ଦିନରେ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଏକ ସଂକଳ୍ପ, ସୁପୋଷିତ ପରିବାର, ସ୍ଵଛତା ଏକ ସଂକଳ୍ପ, କୃଷି ମହୋତ୍ସବ, ଶିକ୍ଷା ଏକ ସଂକଳ୍ପ, ସମୃଦ୍ଧି ଦିବସ ଏବଂ ସମାବେଶ ଓ ସମାରୋହ ଆଦି ବିଷୟରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ବିଷୟ ଉପରେ କାର୍ଯ୍ୟକ୍ରମ ମାନ ପାଳନ କରାଯାଇଛି | ପଞ୍ଚାୟତ, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ମେଡିକାଲ ଓ ଶେଷ ଦିନରେ ବ୍ଲକ କାର୍ଯ୍ୟ|ଳୟ ରେ ସଂକଳ୍ପ ଦିବସ ଉଦଯାପନ କରାଯାଇଛି | ଏଥିରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ସାଇରା ବାନୁ, କୁନମୁନ ସେନାପତି ଓ ରୋଜାଲିନ ପ୍ରଧାନ, ନିତି ଆୟୋଗ ବରିଷ୍ଠ କାର୍ଯ୍ୟକ୍ରମ ଲିଡର ଡାଇନାସିଲ ବଂଶଦ, ଶେଫାଳି ସୁତାର, ମମତା କୁମାରୀ, ହିତେଶ ବୋଲେରା ଓ ଫାରେନା ଖାତୁନ, ମିଲେଟ ମିଶନ ବ୍ଲକ ସଂଯୋଜକ ନବୀନ ମହୁରିଆ, ଅତିରିକ୍ତ ବ୍ଲକ ସଂଯୋଜକ ସସ୍ମିତା ବଳବନ୍ତରାୟ, ମିଶନ ଶକ୍ତି ବିପିଏ ନବୀନ ଭତ୍ରା ଓ ଜନସାଧାରଣ ଯୋଗ ଦେଇଥିଲେ |