ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

ନବରଙ୍ଗପୁର, ୦୯/୦୯(ମସିହା) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦ୍ଧେଶ କ୍ରମେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେ ୨ ଗୋଟି ନିଷ୍ପଦନ କେସ (Execution Petition) ଫଇସଲା କରି ଟ.୧୦,୯୭,୧୫୨/- ରୁଣ ଆଦାୟ କରିଛନ୍ତି । ପରିବାର ବିଚାରବିଭାଗୀୟ ଜର୍ଜ ଡକ୍ଟର ମୁନରାନୀ ମିଶ୍ର ୧୩ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ସେଥିମଧ୍ୟରୁ (୨) ଦୁଇଟି କେସ ରେ ଆପୋଷ ମିଳାମିଶା କରାଇଛନ୍ତି । ବରିଷ୍ଟ ଦେବାନୀ ଜର୍ଜ ଶ୍ରୀଯୁକ୍ତ ରାଜୀବ ଲୋଚନ ସାହୁ ୪ ଟି ବ୍ୟ।ଙ୍କ ଋଣ ଦେୟ ସମ୍ବଦ୍ଧିୟ ବିବାଦ ର ଫଇସଲା କରି ଟ.୩,୨୭,୩୪୮.୭୯ ଟଙ୍କା ରୁଣ ଆଦାୟ କରିଛନ୍ତି । ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ଶ୍ରୀମତୀ ପ୍ରଜ୍ଞା ପଣ୍ଡା ୫୪ ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୧୪୬ ଗୋଟି କୋର୍ଟ କେସ ଓ ୧୦୬୯୬ ଗୋଟି ରାଜସ୍ୱ କେସ ର ଫଇସଲା କରାଯାଇ ଟ.୬,୦୧,୨୩୮/- ରାଜସ୍ୱ ଆଦାୟ କରାଯାଇଛି। ବ୍ୟାଙ୍କର ୫ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧,୮୧,୬୫୦/- ରୁଣ ଆଦାୟ କରାଯାଇଛି ଓ ଭାରତ ସଂଚାର ନିଗମ ଲିମିଟେଡ (BSNL) ୧୨ ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ଟ.୧୮,୧୦୦/- ରୁଣ ଆଦାୟ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ଶ୍ରୀମତୀ ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ବରିଷ୍ଟ ଦେବାନୀ ଜର୍ଜ (ମହିଳା କୋର୍ଟ) ଶ୍ରୀମତୀ ସୁଦୀପା ପାତ୍ର ଓ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶାରଳା ପରିବାରର ମା ଶାରଳାଙ୍କ ପୂଜା 

Sunil Chandra Nayak

ଉତ୍କଳ ଗୋପାଳ ଗଉଡ ସମାଜ ଜିଲ୍ଲା ମହିଳା ସଂଗଠନର ବୈଠକ , ଗଉଡ ସମାଜର ମହିଳାଙ୍କ ବିକାଶ ଚାହୁଁ : ଜିଲ୍ଲା ସଭାନେତ୍ରୀ

Sunil Chandra Nayak

ସେଣ୍ଟ୍ ଜାଭିୟର ହାଇସ୍କୁଲ୍,ରଣପଶି,ଢେଙ୍କାନାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!