ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ ପତ୍ରିକା ନବକାକଳି ର ବିଷୁବ ପୁରସ୍କାର ..

ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ସହରରେ ଆଲୋଚନା ହୁଏ: ସଂଗ୍ରାମ ମହାପାତ୍ର 

ରାଉରକେଲା/ ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ସହରରେ ଆଲୋଚନା ହୁଏ ବୋଲି ଅତିଥିଭାବେ ଯୋଗଦେଇ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ମତ ରଖିଛନ୍ତି । ଜଗତସିଂହପୁର ଜିଲ୍ଲାର କେଳି-କାଞ୍ଚନ-ରତ୍ନାକର ପାଠାଗାର ଓ ବଣମଲ୍ଲୀ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ତ୍ରୈମାସିକ ସାହିତ୍ୟ ସଂସ୍କୃତି ଆଧ୍ୟାତ୍ମିକ ପତ୍ରିକା ନବକାକଳି ର ବିଷୁବ ଉତ୍ସବ, ରାଜ୍ୟସ୍ତରୀୟ କବି ସମ୍ମେଳନ ଓ ସମ୍ବର୍ଦ୍ଧନା ସଭା କଟକ ସ୍ଥିତ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସ୍ବପ୍ନିଳ କବି ଡଃ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତା ଓ ନବକାକଳି ର ପରିଚାଳନା ସଂପାଦିକା ମନୋରମା ଦାଶଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂଗ୍ରାମ କେଶରୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡଃ ନାରାୟଣ ପଣ୍ଡା, ଉଦଘାଟକ ଭାବେ ଡଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସମ୍ମାନିତ ଅତିଥି ଭାବେ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, ରାଉରକେଲାର ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ,ସାହିତ୍ୟିକ ଦିଲ୍ଲୀପ ଦାସ ପ୍ରମୁଖ ଯୋଗଦେଇ ‘ ଓଡିଆ ନବବର୍ଷ ର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ସାହିତ୍ୟର ଦିଗନ୍ତ ବିସ୍ତାରୀ ଚେତନା ରହିଛି । ନବକାକଳି ହେଉଛି ସାହିତ୍ୟର ସ୍ବରଲିପି। ଆଧୁନିକ ସାହିତ୍ୟ ମାନବବାଦର ସାହିତ୍ୟ ହେବା ଆବଶ୍ୟକ । ସେହିପରି କବି ର କବିତା ମାନସିକ ଚେତନାର ଚୌହଦୀରେ, ଶାମୁକା ର ମୁକ୍ତାରେ, ଘାସର କାକର ବିନ୍ଦୁରେ, ଗଛ ଡାଳର କଅଁଳ ପତ୍ରରେ ଥାଏ। ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ମନୋଭାବ ଦରକାର । ଓଡିଆ ଭାଷା ସାହିତ୍ୟକୁ ବଂଚାଇ ରଖିବା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକ ବୋଲି ମତ ରଖିଥିବା ବେଳେ ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଆଚରଣ ଓ ଉଚ୍ଚାରଣରେ ସମନ୍ବୟ ଉପରେ ଗୁରୁତ୍ବାରୋପ କରିଥିଲେ । ସ୍ରଷ୍ଟା, ସମାଲୋଚକ ଓ ସଂଗଠକଙ୍କୁ ନେଇ ସମାବେଶ ସୃଷ୍ଟି ତଥା ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ଓ ସହରରେ ଆଲୋଚନା ହୁଏ ବୋଲି ସେ ମତ ରଖିଥିଲେ । ଏହି ଅବସରରେ ଅତିଥିମାନେ ନବକାକଳି ର ବିଷୁବ ବିଶେଷାଙ୍କ ଓ ଅମିତା ଦାସଙ୍କ ” ଅପା” ର ତୃତୀୟ ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଙ୍କୁ ନବକାକଳି ବିଷୁବ ସମ୍ମାନ, ମୁଖ୍ୟବକ୍ତା ଡଃ ପଣ୍ଡାଙ୍କୁ ପ୍ରଫେସର ଗୌରୀ କୁମାର ବ୍ରହ୍ମା ନବକାକଳି ବିଷୁବ ପ୍ରବନ୍ଧ ସମ୍ମାନ,ଡଃ ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ନବକାକଳି ବିଷୁବ କବିତା ସମ୍ମାନ, କବି କୁଞ୍ଜବିହାରୀ ରାଉତଙ୍କୁ ନବକାକଳି କବି ଗୌରବ ସମ୍ମାନ ସହ ମୀନତି ଶତପଥୀ, ପ୍ରତିଭା ଶତପଥୀ, ଚୈତନ୍ୟ ରାଉତ,ଗୀତାଞ୍ଜଳୀ ପୃଷ୍ଟି, ଦେବେନ୍ଦ୍ର ନାଥ ସାହୁ, ସୁରଭି ଦ୍ବିବେଦୀ, ସଞ୍ଜୟ କୁମାର ଚୌଧୁରୀ, ମୀନତି କର, ଡଃ ଉମେଶ ମହାନ୍ତି, ଗୋକର୍ଣ୍ଣିକା ପତ୍ରିକାର ସଂପାଦକ ରମାକାନ୍ତ ଜେନାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭୂବନମୋହନ ମହାନ୍ତି ଓ ଗୀତାଞ୍ଜଳୀ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରାଜ୍ୟର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଶିବାନୀ ଭଟ୍ଟାଚାର୍ଯ୍ଯ ସ୍ବାଗତ ଭାଷଣ ରଖିଥିବା ବେଳେ ଅଧ୍ୟକ୍ଷ ଡଃ ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଇଂ ବର୍ଷା ତ୍ରିପାଠୀ, କଲ୍ୟାଣୀ ମିଶ୍ର, ଦେବେନ୍ଦ୍ର ନାଥ କର, ସ୍ନିଗ୍ଧା ସ୍ବୟଂପ୍ରଭା ଦାଶ, ପ୍ରଭାତୀ ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଉପସ୍ଥିତ ସମସ୍ତ ଅତିଥି ଓ କବିଙ୍କୁ ପଣା ଓ ପ୍ରସାଦ ସେବନରେ ଅପ୍ୟାୟିତ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

masiha

ପେନସନ୍ ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ପରିଚୟପତ୍ର ପ୍ରଦାନର ସୁବିଧା ପାଇଁ ଏସବିଆଇ ତରଫରୁ ଏକ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା

masiha

ନୂତନ ଥାନାଧିକାରୀ ଭାବେ ରମାକାନ୍ତ ମୁଦୁଲି ଙ୍କ ଯୋଗଦାନ

masiha

Leave a Comment

error: Content is protected !!