ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

 ରାୟଗଡା :- ଚଳିତ ମାସ ଅଗଷ୍ଟ 09 ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଗୁଣପୁର ନୁଆ ବସ ଷ୍ଟାଣ୍ଡ ଠାରୁ ଆଦିବାସୀ ସଂଘର୍ଷ ମୋର୍ଚା ତରଫରୁ ଆଦିବାସୀ ମାନଙ୍କ ପାରମ୍ପରିକ ବାଜା, ନାଚ, ଗୀତ, ସହ ବିଶାଳ ଆଦିବାସୀ ଶୋଭାଯାତ୍ରା ରେ ଗୁଣପୁର ପ୍ରକମ୍ପିତ ହୋଇଥିଲା ଏହା ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିର୍ସାମୁଣ୍ଡା କୁଂ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଆଦିବାସୀ ମାନଙ୍କ ତରଫରୁ ଏକ ଆଲୋଚନା ଚକ୍ର କରାଯାଇଛି। ଉକ୍ତ ଆଲୋଚନା ଚକ୍ର ରେ ସିପିଆଇ (ଏମ୍ଏଲ) ଲିବରେସନ ର ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାର କଂ ଆଦିବାସୀ ବିରୋଧୀ ନିତି ବିରୁଦ୍ଧ ରେ ବକ୍ତବ୍ୟ ପ୍ରଦାନ କରିଥିଲେ l

       ବିକାଶ ନାମରେ ଭାଷା ଓ ସଂସ୍କୃତି ଓ ପ୍ରକୃତି ଧର୍ମିକୁ ଲୋପ କରିବା ପାଇଁ ଚକ୍ରାନ୍ତ ଚାଲିଛି ଲ ଆଦିବାସୀ ମାନଙ୍କ ଭାଷା ଓ ଲିପିକୁ ସାମ୍ଭିଧାନିକ ଅଧିକାର ଦିଆଯାଉ ନାହିଁ। ବିକାଶ ନାମର ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରାଯାଉଛି l ଦେଶର ସାଂବିଧାନ ଓ ପେସା ଆଇନ୍ ରେ ଆଦିବାସୀ ର ଜମି, ଜଳ, ଜଙ୍ଗଲ ଉପରେ ଥିବା ଅଧିକାର କୁ ଚଡେଇ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି l ଯୁଗ ଯୁଗ ରୁ ଆଦିବାସୀ ମାନେ ଶୋଷଣ ଓ ଠକେଇ ର ଶିକାର ହେଉଛନ୍ତି। ଆଦିବାସୀ ମାନଙ୍କ ସାମ୍ଭିଧାନିକ ଅଧିକାର ଆଜି ପର୍ଯ୍ୟନ୍ତ ଅଦାଂର ଭିତରେ ରହିଛି ।2006 ଜଗଂଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉନାହିଁ l ଆଦିବାସୀ ମାନେ ପୂର୍ବ ପୁରୁଷ ରୁ ଭୋଗ ଦଖଲରେ ଥିବା ଜମି ଗୁଡ଼ିକୁ ଓଡିଶା ଓ ଆନ୍ଧ୍ର ପ୍ରଦେଶ ର ଜମି ମାଫିଆ ମାନେ ଆଦିବାସୀ ମାନଙ୍କ ଠାରୁ ନେଉଛନ୍ତି। ସରକାର ଆଦିବାସୀଙ୍କ ଦୁଖ ନ ଦେଖି ବଡ ବଡ କମ୍ପାନୀ ମାନଙ୍କୁ ଜମି ଅଧିକାର ଦେଉଛନ୍ତି। ସରକାର ଆଦିବାସୀଙ୍କ ଅଧିକାର କୁ ଖିଲାପ କରନ୍ତି ତାହା ହେଲେ ଆନ୍ଦୋଳନ ତୀବ୍ର କରିବା ପାଇଁ ରାଜ୍ୟ ସଭାପତି ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି। 

କୈଳାସ ଶବର, ଅନାସିମ ଶବର,ଅନିରୁଦ୍ଧ ନିଶିକା, ନିରଞ୍ଜନ ବିଡିକା, ତ୍ରିପତି କାଡ୍ରାକା, ଆଚାନା ମଣ୍ଡାଗିଂ, ମାଥ୍ୟୁ ରଇତ, ସଂଜୀବ ଶବର , ରାଜେନ୍ଦ୍ର ମାଝୀ, ମାଧବ କାଡ୍ରାକା, ସିମାଦ ପାତିକା, ଅଷ୍ଟମ ଉଲକା, ରମେଶ ବିଡିକା , ମଜେଶ ଶବର ,ବାସୁ ମାମ୍ଭାଲାକା, ପୁଷ୍ପା ବିଡିକା, ସୋମନାଥ ମାଝୀ , ପିକିଂ ଶବର,ମୁନି ଶବର, ଅଗୟ ଶବର ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇପିଏ ୱିକ୍ଲି ସମ୍ପାଦକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଶୋକ  

masiha

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷକ ସଙ୍ଘ ନିର୍ବାଚନ ଅନୁଷ୍ଠିତ 

Sunil Chandra Nayak

ଆର୍ଥିକ ସଙ୍କଟରେ ଥିବା ସଫଳ ନିଟ୍ ଆଦିବାସୀ ଛାତ୍ରୀଙ୍କୁ ମେଡ଼ିକାଲ ପଢ଼ିବା ପାଇଁ ସହାୟତାର ହାତ ବଢାଇଲା’ ଅଗ୍ରଣୀ ସ୍ବେଛାସେଵୀ ଅନୁଷ୍ଠାନ ଖେରଓ୍ବାଳ ଜୁମିଦ୍ ସଂଗଠନ’

Sunil Chandra Nayak

Leave a Comment

error: Content is protected !!