ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର ଠାରେ ରାକ୍ଷୀ ପୂର୍ଣ୍ଣିମା ପାଳନ 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର ଠାରେ ରାକ୍ଷୀ ପୂର୍ଣ୍ଣିମା ପାଳନ 

ରାୟଗଡା:- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର, ରାୟଗଡା ଠାରେ ପବିତ୍ର “ରାକ୍ଷୀ ପୂର୍ଣ୍ଣିମା” ଉତ୍ସବ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ ଅତିରକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନନୀୟ ଶ୍ରୀଯୁକ୍ତ କାଳୁ ଚରଣ ନାଏକ ମୁଖ୍ୟ ଅତିଥି ଓ ଶିକ୍ଷାବିତ ମାନନୀୟ ଶ୍ରୀଯୁକ୍ତ ପ୍ରଦୀପ ତ୍ରିପାଠୀ ମହୋଦୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏଥି ସହିତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ମନୋରଞ୍ଜନ ଦାସ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ମାଙ୍ଗିଲାଲ ଜୈନ ଓ ଉପସଭାପତି ମାନନୀୟ ରଘୁ ନନ୍ଦନ ନନ୍ଦ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ। ବିଦ୍ୟାଳୟର ପୂର୍ବ ପରିଚାଳନା ସମିତିର ସମସ୍ତ ସଦସ୍ୟ ମଧ୍ୟ ନିମନ୍ତ୍ରିତ ଅତିଥି ରୂପେ ଉପସ୍ଥିତ ହୋଇଥିଲେ।

          ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ ପରେ ପ୍ରଧାନ ଆଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଠାକୁରଙ୍କୁ ରାକ୍ଷୀ ବାନ୍ଧିବା ପରେ ବିଦ୍ୟାଳୟର ଗୁରୁମାମାନେ ଅତିଥି ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ। ଏହା ପରେ ବୃକ୍ଷ ପୂଜନ ଓ ଗୋ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଶିଶୁମାନେ ସ୍ୱାଗତ ସଙ୍ଗୀତ ବୋଲିବା ପରେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହାପରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ନିଜ ବକ୍ତବ୍ୟ ମାଧ୍ୟମରେ ଶିଶୁଙ୍କୁ ରକ୍ଷା ବନ୍ଧନର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ଶିଶୁ ଭାଇ ଭଉଣୀ ମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଟାନ ଖୁଆଇ ଥିଲେ। ଉପ ସଭାପତିଙ୍କ ଦ୍ୱାରା ଧନ୍ୟବାଦ ପ୍ରଦାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।ଶେଷରେ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନେ ନିକଟସ୍ଥ BSF କ୍ୟାମ୍ପସ ଓ ବିଦ୍ୟାଳୟ ସହ ଜଡିତ ଦୁଇଟି ସଂସ୍କାର କେନ୍ଦ୍ର ଯାଇ ରାକ୍ଷୀ ବାନ୍ଧିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଥିଲା 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୋଟର ସାଇକେଲ ଦୁର୍ଘଟଣା, ୪ ଆହତ 

masiha

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲା ସ୍ତରୀୟ ବାଳିକା ଦିବସ, କନ୍ୟା ରତ୍ନ ସୁରକ୍ଷା

Sunil Chandra Nayak

Leave a Comment

error: Content is protected !!