ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର ସ୍ୱାତୀ ମହାକୁଡ଼ଙ୍କୁ ସମ୍ବର୍ଦ୍ଧିତ କଲେ ବିଜୁ ଛାତ୍ର ଜନତା ଦଳ

ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର ସ୍ୱାତୀ ମହାକୁଡ଼ଙ୍କୁ ସମ୍ବର୍ଦ୍ଧିତ କଲେ ବିଜୁ ଛାତ୍ର ଜନତା ଦଳ

ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଥିବା ସ୍ୱାତୀ ମହାକୁଡ଼ଙ୍କୁ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗଣନାଥପୁର ଗାଁ ର ଗରୀବ ଚାଷୀ ପରିବାରରୁ ଆସିଥିବା ଛାତ୍ରୀ ସ୍ବାତୀ ସରକାରୀ ବିଦ୍ୟାଳୟରେ ପାଠପଢି କଳାହାଣ୍ଡି ଜିଲ୍ଲାର ଟପ୍ପର ହୋଇପାରିଛନ୍ତି। ଏଣୁ ତାଙ୍କ ଏହି ସଫଳତା ଓ ଜିଲ୍ଲା ପାଇଁ କୃତିତ୍ୱ ଆଣିଥିବାରୁ ଛାତ୍ର ବିଜେଡି କର୍ମକର୍ତ୍ତା ତାଙ୍କ ବାସଭବନକୁ ଯାଇ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ଯୁବନେତା ଶିବା ସାହୁ, ଶ୍ରୀଚନ୍ଦନ ନାଏକ, ନିମସ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ 

masiha

ଭାରତୀୟ କପା ନିଗମ ରାୟାଗଡା ଶାଖା ଦ୍ୱାରା ଦୁର୍ନୀତି ନିବାରଣ ସଚେତନତ ସପ୍ତାହ ପାଳିତ 

masiha

ଜିଲ୍ଲା ସ୍ତରୀୟ ସମିତି ସଭ୍ୟା ଓ ସଭ୍ୟଙ୍କ ମିଳିତ ସମ୍ମିଳନୀ

Leave a Comment

error: Content is protected !!