ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସାମ୍ବାଦିକ ଦିବସ ପାଳିତ

ଜାତୀୟ ସାମ୍ବାଦିକ ଦିବସ ପାଳିତ 

କାମାକ୍ଷାନଗର (ମନିସ )16/11/24 // ଭୁବନ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ସଂଘ ସଭାପତି ମଧୂପ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ସଂଘ ଉପଦେଷ୍ଟା ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ସାମ୍ବାଦିକ ଦିବସ ର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହ ଗଣମାଧ୍ୟମ ଗଣଙ୍କ ସ୍ୱର ହେଉ । ଗରିବ,ଅବହେଳିତ, ନିଷ୍ପେସିତ ଲୋକଙ୍କ ସମସ୍ୟା ସମାଧାନ ପାଇଁ କଲମ ଚାଳନା କରିବା ସହ ସରକାରଙ୍କ ଦୋଷ ଦୁର୍ବଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ” ଭୁବନ ” ପତ୍ରିକା ସମ୍ପାଦକ ତଥା ସଂଘ ଉପଦେଷ୍ଟା ଚିତ୍ତ ରଞ୍ଜନ ମିଶ୍ର ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଞ୍ଜୟ କୁମାର ନାୟକ,ମନୋଜ କୁମାର ପୋଥାଳ,,ଅବିନାଶ ସାଥୁଆ ମହାପାତ୍ର,ଅଶୋକ ଗୁରୁ, କମଳ ଲୋଚନ ମହାରଣା,ଦେବାନନ୍ଦ ସାହୁ,ପ୍ରମୋଦ ମଲ୍ଲିକ, ମାତାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଘ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅଜଗର ସାପ ଗିଳିଦେଲା ଛେଳିକୁ

masiha

ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ:୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା 

masiha

ଅନୁଷ୍ଠିତ ହେଲା ପଞ୍ଚାୟତର ମାସିକ ବୈଠକ

masiha

Leave a Comment

error: Content is protected !!