ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ

ଥୁଆମୁଳ ରାମପୁର:୨୮/୦୬- (ମନିସ):- ଦେଶ ସ୍ବାଧୀନତାର ୭୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଆଜାଦୀର ମହୋତ୍ସବ ମୁଖରିତ ସମୟରେ ମଧ୍ୟ କେତେକ ଦୁର୍ଗମ ଅଞ୍ଚଳରେ ବିକାଶ ଅପହଞ୍ଚ ରହିଥିବା ଘଟଣାରେ ଲୋକେ ବିଶ୍ୱାସ ନକଲେ ମଧ୍ୟ ଦେଖିଲେ ନିଶ୍ଚୟ ବିଶ୍ବାସ କରିପାରିବେ। ଦେଶ ୭୫ ବର୍ଷରେ ପଦାର୍ପଣ କରିସାରିଛି ସତ ତଥାପି ବିକାଶ ସେଅନୁସାରେ ହୋଇପାରିଲା ନାହିଁ। ଯୋଜନା ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି ସତ କିନ୍ତୁ ଯୋଜନା ଅନେକ ସମସ୍ୟା ବି ବହୁତ ରହିଛି। ଯାହାକି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଥୁଆମୂଳ ରାମପୁର ବ୍ଳକ। ଏହି ବ୍ଳକ ୨୪ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ। ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ଠାରୁ ପ୍ରାୟ ପଞ୍ଚାୟତ ମାନଙ୍କର ଦୂରତା ଯଥାକ୍ରମେ ପ୍ରାୟ ୬୦,୫୦.୪୦,୩୦ କିଲୋମିଟର ଦୂରତା ରହିଥିବା ବେଳେ ଅଧିକାଂଶ ଗ୍ରାମପଞ୍ଚାୟତ ରେ ଥିବା ଦୁର୍ଗମ ଅଞ୍ଚଳର ଗ୍ରାମ ମାନଙ୍କରେ ମୌଳିକ ସୁବିଧା ଅପହଞ୍ଚ ଭାବରେ ରହିଯାଇଛି। ଯାହାଫଳରେ ଅନେକ ସମୟରେ ଲୋକମାନେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ରାସ୍ତା ଓ ପୋଲର ଅଭାବ ଯୋଗୁଁ କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳା ଙ୍କୁ ଚିକିତ୍ସା ପାଇଁ ହଠାତ ନେବା ପାଇଁ ହେଲେ ଖଟିଆରେ ବୋହିବା ଭଳି ସମସ୍ୟା ଅଧିକ ଗୁରୁତର ରହିଛି। ସେହିଭଳି ବୃଦ୍ଧ ବୃଦ୍ଧା ଓ ପିଡିଏସ ଚାଉଳ ପଞ୍ଚାୟତ ଠାରୁ ଆଣିବା କୁ ହେଲେ ପାହାଡ ଚଢି ଯିବାକୁ ପଡିଥାଏ। ଏହାଛଡା ଛାତ୍ରଛାତ୍ରୀ ମାନଙ୍କ ପାଠପଢା ମଧ୍ୟ ନଦୀ ନାଳ ବାଧକ ସାଜୁଛି। ଅଧିକାଂଶ ଦୁର୍ଗମ ଅଞ୍ଚଳ ପାହାଡିଆ ଓ ନଦୀନାଳ ରହିଛି ବର୍ଷା ଆଗମନରେ ଲୋକେ ଆହୁରି ଜଟିଳ ସମସ୍ୟା ଦେଇ ଗତିକରୁଛନ୍ତି। ଏହି ପାହାଡ ପର୍ବତ ଘେରରେ ଥିବା ଦୁର୍ଗମ ଅଞ୍ଚଳ ମାନଙ୍କରେ ମୌଳିକ ସୁବିଧା ପହଞ୍ଚି ପାରୁନାହିଁ। ସୁବିଧା ସୁଯୋଗ ଯେଉଁଠି ରହିଛି ସେପର୍ଯ୍ୟନ୍ତ ହିଁ ଉନ୍ନୟନ ମୂଳକ କାର୍ଯ୍ଯ ପହଞ୍ଚି ବା ସହଜ ହେଉଛି ବୋଲି ବିଭିନ୍ନ ମହଲରେ ଆଲୋଚନା ର ବିଷୟ ପାଲଟିଛି। ତେବେ ଥୁଆମୂଳ ରାମପୁର ବ୍ଳକର ବିକାଶ ହେବାକୁ ହେଲେ ଆଉ କେତେ ବର୍ଷ ଲାଗିବ ବୋଲି ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ କୋହଭରା କଣ୍ଠରେ ପ୍ରାୟ ସମୟରେ ଗଣମାଧ୍ୟମ ଆଗରେ ପ୍ରକାଶ କରୁଛନ୍ତି। ଏଭଳି କି ଦୁର୍ଗମ ଅଞ୍ଚଳରେ ଥିବା ପ୍ରାଥମିକ ଶିକ୍ଷା ବିଷୟରେ ନକହିବା ଭଲ କେଉଁଠି ବିଦ୍ୟାଳୟ ଅଛି ତୋ ଛାତ୍ରଛାତ୍ରୀ ମାନଙ୍କୁ ନଈ ନାଳ ପାରି ହୋଇ ଯିବାକୁ ପଡୁଛି। ଏହାଛଡା ବିଦ୍ୟାଳୟ ଅଛି ତୋ ଶିକ୍ଷକ ଅଭାବ, କେଉଁଠି ଶିକ୍ଷକ ଅଛନ୍ତି ତୋ ବିଦ୍ୟାଳୟ ଅବସ୍ଥା ଖରାପ ଏପରିସ୍ଥିତରେ ଦୁର୍ଗମ ଅଞ୍ଚଳରେ ଥିବା ଗରିବ ଲୋକମାନଙ୍କ ଛୋଟ ଛୋଟ ପୁଅଝିଅ ଙ୍କ ପାଠପଢା କେମିତି ଚାଲିଛି ତାହା ଅନୁମାନ କରାଯାଇପାରେ। ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରାଥମିକ ଶିକ୍ଷା ପ୍ରତି ସରକାରଙ୍କ ପକ୍ଷରୁ ବୈମାତୃକ ମନୋଭାବ ପୋଷଣ କରୁଥିବା ଭଳି ମନେହୁଏ। ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶିକ୍ଷା ବ୍ଯବସ୍ଥା ପ୍ରତି ସରକାରଙ୍କ ପକ୍ଷରୁ ଅବହେଳା କରାଯାଇଛି। ଆଜି ମଧ୍ୟ ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ଯବସ୍ଥାରେ ଘୋର ଅଭାବ ରହିଅଛି।ସେହିଭଳି ଗମନାଗମନ ଅଭାବ କାରଣରୁ ରୋଗୀ ଙ୍କ ସେବାରେ ଲାଗୁଥିବା ଆମ୍ବୁଲାନ୍ସ ଗାଡି ପହଞ୍ଚି ପାରୁନାହିଁ, ସେହିପରି ରାସ୍ତାଘାଟ ଅଭାବରେ ପାନୀୟ ଜଳ ଯୋଗାଇବା ପକ୍ଷେ ସମ୍ଭାବନା ହେଉନାହିଁ ନଳକୂପ ଗାଡି ଯିବାପାଇଁ ରାସ୍ତା ନାହିଁ। ଏହା ହେଉଛି ମୂଖ୍ଯ କାରଣ ଏହା ଯୋଗୁଁ ଦୀର୍ଘ ଦିନରୁ ଦୁର୍ଗମ ଅଞ୍ଚଳରେ ଲୋକେ ପାନୀୟ ଜଳ ଭାବରେ ଝରଣା ଜଳ ଉପରେ ନିର୍ଭରଶୀଳ, ଲୋକେ ଦୂଷିତ ଜଳ କୁ ପାନୀୟ ଭାବରେ ବ୍ଯବହାର କରି ଅଜଣା ରୋଗର ଶିକାର ହେଉଥିବା ନଜିର ରହିଛି। ଏହା ପୁଣି ପ୍ରଗତି ଶୀଳ ରାଜ୍ୟ ଏହା କିଭଳି ବ୍ଯବସ୍ଥା ବିଭିନ୍ନ ଉପାନ୍ତ ଅଞ୍ଚଳ ମାନଙ୍କରେ ମୌଳିକ ସୁବିଧା ବାଟବଣା ହେଉଅଛି। ସ୍ଥାନୀୟ କିଛି ମୁଷ୍ଠୀମେୟ ଲୋକେ ହିଁ ଏହାର ଫାଇଦା ଉଠାଇବା ଯୋଗୁଁ ଅଞ୍ଚଳର ବିକାଶ ପ୍ରତି ବାଧା ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଅଛି। ଯଦି ଉଚିତ ଭାବରେ ମୌଳିକ ସୁବିଧା ପହଞ୍ଚି ପାରିବ ତେବେ ଯାଇ ବିକାଶ କିଛି ମାତ୍ରରେ ହୋଇପାରିବ ବୋଲି ଆଶା କରାଯାଉଛି। ସେହିପରି ଥୁଆମୂଳ ରାମପୁର ବ୍ଳକରେ ଏକ ପଞ୍ଚାୟତ ରହିଛି ତାହା ହେଲା ପୋଡାପଦର ଗ୍ରାମପଞ୍ଚାୟତ ଏହି ପଞ୍ଚାୟତ ଇନ୍ଦ୍ରାବତୀ ଜଳଭଣ୍ଡାର ଘେରରେ ରହିଅଛି ଯାହାକି ଥୁଆମୂଳ ରାମପୁର ବ୍ଳକ ଠାରୁ ବାହ୍ଯ ଜଗତରୁ ବିଛିନ୍ନ ଭାବରେ ରହିଅଛି ଏହି ପଞ୍ଚାୟତରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନ ଶୈଳୀରେ ଅତ୍ଯନ୍ତ ଦୁଃଖ ଦାୟକ ହୋଇପଡିଛି। ସେମାନଙ୍କ ଜୀବନ ପ୍ରାୟତଃ ବିପଦରେ ରହିଅଛି, ବିଭିନ୍ନ କାମନେଇ ଯିବାକୁ ହେଲେ ସେମାନଙ୍କୁ ଡଙ୍ଗାର ସହାୟତାରେ ଗଭୀର ତମ ଜଳଭଣ୍ଡାର ପାରି ହୋଇ ଦୀର୍ଘ ୫୦ କିଲୋମିଟର ଦୂରରେ ଥିବା ଥୁଆମୂଳ ରାମପୁର ବ୍ଳକ କାର୍ଯ୍ଯାଳୟକୁ ଯିବାକୁ ପଡିଥାଏ। ପୂର୍ବରୁ ଏମାନଙ୍କ ଜୀବନ ଶୈଳୀରେ ଯାହାଥିଲା  ଇନ୍ଦ୍ରାବତୀ ଜଳ ବିଦ୍ଯୁତ ପ୍ରକଳ୍ପ ହେବା ଦିନରୁ ସେମାନଙ୍କୁ ଜଳବନ୍ଦୀ ଜୀବନ ବିତାଇବା କୁ ବାଧ୍ୟ ହେବାକୁ ପଡିଲା। ଦୀର୍ଘ ଦିନରୁ ଏନେଇ ପୋଡାପଦର ଗ୍ରାମପଞ୍ଚାୟତ ଅଧିବାସୀ ଏକ ପୋଲ ନିର୍ମାଣ ପାଇଁ ବାରମ୍ବାର ମନ୍ତ୍ରୀ, ବିଧାୟକ ଓ ପ୍ରଶାସନ ପାଖରେ ହାରିଗୁହାରୀ କରି ଆସୁଥିବା ସତ୍ବେ କୌଣସି ସୁଫଳ ମିଳି ପାରିଲାନାହିଁ। ସେମାନଙ୍କୁ ଏଭଳି ଡଙ୍ଗା ସାହାଯ୍ୟ ରେ ଜଳଯାତ୍ରା କେତେ ଯେ ବିପଦ ରହିଥିଲେ ମଧ୍ୟ ସେମାନଙ୍କୁ ପରିସ୍ଥିତି ଅନୁସାରେ ଡଙ୍ଗାର ଆବଶ୍ୟକତା ପଡିଥାଏ। ଡଙ୍ଗାବିନା ପୋଡାପଦର ଗ୍ରାମବାସୀ ଙ୍କ ଅନ୍ଯ କୌଣସି ଉପାୟ ନାହିଁ। ଏପରିପ୍ରେକ୍ଷୀରେ ଏହି ସ୍ଥାନ ମାନଙ୍କରେ ଜରୁରୀକାଳୀନ ସେବା ପହଞ୍ଚିବା ନିହାତି ଜରୁରୀ ରହିଥିଲେ ମଧ୍ୟ ବିକାଶ ଭଳି ଯୋଜନା ପାହାଡ ଚଢିବା ଓ ଜଳଭଣ୍ଡାର ପାରି ହେବା ପାଇଁ ଅକ୍ଷମ ରହୁଥିବା ଭଳି ମନେହୁଏ। ଥୁଆମୂଳ ରାମପୁର ବ୍ଳକର ଅନେକ ଉପାନ୍ତ ଅଞ୍ଚଳ ରହିଅଛି ସେହି ସ୍ଥାନ ମାନଙ୍କରେ ବିକାଶ ଅପହଞ୍ଚ ଭାବରେ ରହିଯାଇଛି। ଏପରିସ୍ଥିତରେ ରାଜନେତା ମାନେ ଲୋକ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦିନ ଗଡେଇ ଚାଲୁଛନ୍ତି। ନିର୍ବାଚନ ସମୟରେ ଲୋକମାନଙ୍କୁ ନେତା ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଭୋଟ ହାତେଇ ଜିତିଗଲା ପରେ ଲୋକଙ୍କୁ ଧକ୍କା ଦେଉଥିବା ଭଳି ଘଟଣା ଅଭ୍ଯାସ ରେ ପରିଣତ ହେଲାଣି। ତେବେ ଆଉ କେତୋଟି ନିର୍ବାଚନ ହେବା ପରେ ଥୁଆମୂଳ ରାମପୁର ବ୍ଳକର ଉପାନ୍ତ ଅଞ୍ଚଳରେ ମୌଳିକ ସୁବିଧା ସୁଯୋଗ ଲୋକଙ୍କ ପାଖକୁ ପହଞ୍ଚିବ ସେଦିନ ମାନଙ୍କୁ ଅପେକ୍ଷା କରିବାକୁ ପଡିବ ବୋଲି ଦୁର୍ଗମ ଅଞ୍ଚଳର ଲୋକେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। 

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚାରବାହାଲକୁ ବ୍ଲକ ଦାବି ଜୋର୍ ଧରିଲା 

masiha

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ 

masiha

କଳାକାର ବଞ୍ଚିଲେ ଦେଶ ସୁନ୍ଦର ହେବ : ସୀମାନ୍ତ ନଟରାଜ 

Sunil Chandra Nayak

Leave a Comment

error: Content is protected !!