ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟଶକ୍ତି ଓ ସଚେତନତା ବୈଠକ 

ଭବାନୀପାଟଣା ତା ୨୮.୬.୨୦୨୩: ଆଜି ସ୍ଥାନୀୟ ପ୍ଲାନିଂ (ଡି ପି ଏମ ୟୁ) ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ନିରାକରଣ ପାଇଁ ଏକ ଟାସ୍କ ଫୋର୍ସ ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ଭଦୀ ୟ ଟାସ୍କ ଫୋର୍ସ ଏବଂ ସଚେତନତା ଉପରେ ବିଶେଷ ଆଲୋଚନା ହୋଇଥିଲା। ଅତିଥି ରୁପେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା,ଜିଲ୍ଲା ଶାରୀରିକ ନିରୀକ୍ଷକ ଶ୍ରୀ ସଞ୍ଜୟ ମିଶ୍ର,ଶିଶୁ ସୁରକ୍ଷା ଅଧିକାରି (ଆନୁଷ୍ଠାନିକ ଯତ୍ନ) ଶ୍ରୀ ଅଂଶୁମାନ ବାବୁ ଯୋଗ ଦେଇଥିଲେ।ବୈଠକରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ଲଗାଇବା,୧୫ ରୁ ୧୮ ବର୍ଷ ବୟସର କିଶୋର ମାନଙ୍କୁ ବିପଦସଂକୁଲ କାମରେ ନିୟୋଜନ ଏବଂ ଏପରି ଅପରାଧ ପାଇଁ କାରାଦଣ୍ଡ, ଜୋରିମାନା ତଥା ସ୍ଵାଡ୍ ଦ୍ଵାରା ଶିଶୁ ଶ୍ରମିକ ଉଦ୍ଧାର ,ସଚେତନତା ,ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ର ସଂକଳ୍ପ ଉପରେ ଜିଲ୍ଲା ଶ୍ରମ ଅଧିକାରୀ ବୈଠକ ରେ ପ୍ରକାଶ କରିଥିଲେ। ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଜିତମ ମାଝୀ ସଭା କୁ ପରିଚାଳନା କରିଥିଲେ। ବୈଠକ ରେ ‘ଶକ୍ତି ‘, କର୍ତ୍ତବ୍ୟ ଏବଂ ଏଡ୍ ଏଟ୍ ଏକ୍ସନ ସ୍ଵେଚ୍ଛାସେବୀ ସଂସ୍ଥା ର କର୍ମକର୍ତ୍ତା ଶିଶୁ ଶ୍ରମିକ ନିରାକରଣ ଉପରେ କାର୍ଯ୍ୟ କରିଥିବା ଅନୁଭୂତିକୁ ପ୍ରକାଶ କରିବା ସହ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।ବିଶେଷ ଭାବେ ଗ୍ରାମାଞ୍ଚଳ ରେ ଦାଦନ ଶ୍ରମିକ ଯୋଗୁଁ ତାଙ୍କର ସନ୍ତାନ ଯେପରି ଶିଶୁ ଶ୍ରମିକ ନ ହୁଅନ୍ତୁ ଏବଂ ତାଙ୍କର ଶିକ୍ଷା ବ୍ୟବସ୍ଥା କିଭଳି ହୋଇପାରିବ ତା ଉପରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବାଣିଜ୍ୟିକ ଅନୁଷ୍ଠାନ ,ହୋଟେଲ, ଶିଳ୍ପାନୁଷ୍ଠାନ ମାନଙ୍କରେ “ଏଠାରେ ଶିଶୁ ଶ୍ରମିକ ନିୟୋଜନ କରାଯାଇନାହିଁ” ହୋର୍ଡିଁ ବା ବୋର୍ଡ ଲଗାଇବେ ବୋଲି ନିଷ୍ପତି ନିଆଗଲା। ପୌରପାଳିକା, ବିଜ୍ଞାପିତ ପରିଷଦ ରେ ଆବର୍ଜନା ସଂଗ୍ରହଣ ଯାନ ରେ ଆବର୍ଜନା ସଂଗ୍ରହ ପାଇଁ ଗାନ କରାଯାଉଥିବା ସମୟରେ ଶିଶୁ ଶ୍ରମିକ ନିରାକରଣ ଉପରେ ବିଶେଷ ପ୍ରଚାର ପାଇଁ ନିର୍ବାହୀ ଅଧିକାରୀ ଙ୍କୁ ଅନୁରୋଧ କରଯାଇଥିଲା।ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ସ୍ବେଛାସେବୀ ସଂସ୍ଥାର ସଭ୍ୟ,ହୋଟେଲ ମାଲିକ, ବାଣିଜ୍ୟିକ ସଂସ୍ଥା ର ପ୍ରତିନିଧି, ଗ୍ୟାରେଜ ମାଲିକ,ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କୋକସରା ଠାରେ ଏଫ.ଏଲ.ଏନ ମୋଡେଲ ସ୍କୁଲ କୋଠରୀ ଉଦଘାଟନ

Sunil Chandra Nayak

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

masiha

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!