ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡ଼ିବାରୁ ସିନାମାଳ ଗ୍ରାମର ନାବାଳିକା ଗୁରୁତର

ଗୋଳାମୁଣ୍ଡା/୧୦/୭/ମସିହା/ଗୋଲାମୁଣ୍ଡା ଥାନା ସିନାମାଳ ଗ୍ରାମରେ ଆଜି ଭୋର ସକାଳ ସମୟରେ ଜଣେ ନାବାଳିକା କୁ ବିଷାକ୍ତ ସାପ କାମୁଡ଼ିବାରୁ ନାବାଳିକା ଜଣକ ଗୁରୁତର ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ସିନାମାଳ ଗ୍ରାମର ଲକ୍ଷ୍ମଣ ଛତ୍ରିଆ ଙ୍କ ଝିଅ ପ୍ରତିମା ଛତ୍ରିଆ (15) କୁ ଆଜି ସକାଳ ସମୟରେ ଘରେ ଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ଡାହାଣ ଗୋଡ଼ ର ଆଙ୍ଗୁଠି ରେ କାମୁଡି ଦେଇଥିଲା. ସାପ କାମୁଡି ଦେଇଥିବା କଥା ବାପା ଙ୍କୁ ଝିଅଟି କହିଥିଲା। ପରେ ଝିଅ ଟି ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିବା ଜଣାପଡିଛି.।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବୁଢାଡଙ୍ଗର ଲୋକ ମହୋତ୍ସବ ବଜାସାଲ ନାଚରେ ଦୁଲୁକିଲା ମଞ୍ଚ

masiha

ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ବାପ ଛେଉଣ୍ଡ ,ଭିନ୍ନକ୍ଷମ ତଥାପି ନା ରାସନ ପାଉଛନ୍ତି ନା ଭତ୍ତା

Sunil Chandra Nayak

Leave a Comment

error: Content is protected !!