ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛରୁ ପଡି ଯୁବକ ଗୁରୁତର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

କଲମପୁର // କଲମପୁର ବ୍ଲକ ଅଧିନସ୍ଥ ହାରାମାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମ ଠାରେ ଆଜି ଭୋରରୁ ଘଟିଛି ଏକ ଅଘଟଣ। ଜଣେ ଯୁବକ ଆମ୍ବ ତୋଳିବାକୁ ଯାଇ ଗଛର ୨୦ଫୁଟ ଉଚ୍ଚ ରୁ ଆସି ପଡି ଗୁରୁତର ହେଇ ପଡିଥିଲେ। ଯୁବକ ଏକାକୀ ଥିବାରୁ ଯନ୍ତ୍ରଣା ରେ ଛଟପଟ ହେଉଥିଲେ । ଭୋର ସମୟ ଏବଂ ଜଙ୍ଗଲି ଭାଲୁର ପ୍ରଭାବ ଯୋଗୁଁ କେହି ଯାତାୟତ କରୁନଥିଲେ। କିନ୍ତୁ ଉକ୍ତ ଯୁବକଙ୍କ ପାଇଁ ଦେବଦୂତ ଭଳି ପ୍ରାତଃ ଭ୍ରମଣରେ ଯାଉଥିବା ପୂର୍ବତନ ସରପଞ୍ଚ ସଞ୍ଜୀବ କୁମାର ଠାକୁର ଘଟଣା ସ୍ଥଳରେ ପହଞ୍ଚି କିଛି ସହଯୋଗୀ ଙ୍କ ସହାୟତା ରେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏହାସହ ଚିକିତ୍ସା ସହାୟତା ଯୋଗାଇବା ପାଇଁ ତୁରନ୍ତ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ପାଇଁ ଯୋଗାଯୋଗ କରିଥିଲେ। କିନ୍ତୁ ପରିତାପର ବିଷୟ ଏଭଳି ଏକ ଜରୁରୀ ସମୟରେ କଲମପୁର, ଜୟପାଟଣା, ଥୁଆମୁଳ ରାମପୁର, ଚାରବାହାଲ, ଜୁନାଗଡ଼,ଓ କୋକସରା ପାଇଁ ନିୟୋଜିତ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଯେଉଁଥିପାଇଁ ଶେଷରେ କଲମପୁର ଅଗ୍ନିଶମ ବିଭାଗ କୁ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ଦେଇ ଯୁବକଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ଏ ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଓ.ଆଇ.ସି. ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ବରେ ନିରଞ୍ଜନ ଦାସ, ଆଶିଷ କୁମାର ନନ୍ଦ ଏବଂ ଡିସେମ୍ବର ବୁଡେକ ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଯୁବକ ଜଣକ ହେଉଛନ୍ତି ପାଣିଗାଁ ର ପୁଲସ୍ତ୍ୟ ନାଏକ ବୋଲି ସୂଚନା ମିଳିଛି। ତାଙ୍କ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଗୁରୁତର ଆହତ ହେଇଥିବା ପୁଲସ୍ତ୍ୟ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ରବିନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୂରଣ ପାଇଁ ବିଭାଗୀୟ ମନ୍ତୀଙ୍କୁ ଦାବି ପତ୍ର

Sunil Chandra Nayak

ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଟିତ

Sunil Chandra Nayak

ନୂତନ ବର୍ଷ ଉପଲକ୍ଷେ ସମାଜସେବୀଙ୍କ ବିଭିନ୍ନ ସ୍ଥାନ ପରିଭ୍ରମଣ

Sunil Chandra Nayak

Leave a Comment

error: Content is protected !!