ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନ ପରେ ମିଳିଲା ନାବାଳିକା ର ମୃତ ଦେହ

ଦୁଇ ଦିନ ପରେ ମିଳିଲା ନାବାଳିକା ର ମୃତ ଦେହ

ଝଂଜାବତି ନଦୀରେ ୮ ମାସର ଗର୍ଭବତୀ ମାଆ ଓ ୬ବର୍ଷର ଝିଅ ଭାସିଯିବା ଘଟଣାର ୨ ଦିନ ପରେ କୋରାପୁଟ ଓଡ଼୍ରାଫ ଟିମ୍ କୁ ଗର୍ଭବତୀ ମାଆ ର ମୃତ ଦେହ ମିଳିଥିବା ବେଳେ ଆଜି ସକାଳେ ନାରାୟଣପାଟଣା ଅଗ୍ନିଶମ ବାହିନୀ ନାବାଳିକା ର ମୃତ ଦେହ ଉଧାର କରିଛି।ଉଧାର କାରି ଦଳକୁ ଘଟଣା ସ୍ଥଳରୁ ପ୍ରାୟ ଗୋଟେ କିଲୋମିଟର ଦୂର କେନ୍ଦୁଗୁଡା ଗାଁ ନିକଟ ନଦୀରେ ଭାସୁଥିବା ଅବସ୍ଥାରେ ନାବାଳିକା ର ମୃତ ଦେହ ମିଳିଛି।ଫଳରେ ଘଟଣା ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ନାରାୟଣପାଟଣା ଅଗ୍ନିଶମ ଟିମ୍ ରାତି ତମାମ ଖୋଜାଖୋଜି ଚଳାଇଥିବା ବେଳେ ତିନି ଦିନ ପରେ ଆଜି ସକାଳେ ନାବାଳିକା ଝିଅଟିର ମୃତ ଦେହ ଉଦ୍ଧାର କରିବାରେ ସଫଳ ହୋଇଛି। 

ଏଇ ଘଟଣା ଏବେ କୋରାପୁଟ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ କାହା ଅବହେଳା ପାଇଁ ଚାଲିଗଲା ତିନୋଟି ଜୀବନ,ଏଥି ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି,,?

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

୩ ଦଫା ଦାବି ନେଇ ସମଗ୍ର ଦେଶରେ ଔଷଧ ଦୋକାନ ଵନ୍ଦ; ରାଇରଙ୍ଗପୁରରେ ମଧ୍ୟ ତାର ପ୍ରଭାବ

କଣ୍ଟାବାଞ୍ଜି ପ୍ରେସ କ୍ଲବ ଭବନ ପାଇଁ ଭୂମି ପୂଜନ

Sunil Chandra Nayak

ସୁନ୍ଦରଗଡ଼ ଠାରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!