ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ଭବାନୀପାଟଣା ତା ୯.୬.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ରଥ ଜିଲ୍ଲା ର ବିଭିନ୍ନ ବ୍ଲକ , ଏନ୍ ଏ ସି ଅଂଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ ଓ ଶିଶୁ ତଥା କିଶୋର ମାନଙ୍କୁ ବିଭିନ୍ନ କର୍ମସଂସ୍ଥାନ ରେ ନିୟୋଜନ ନିଷେଧ ଉପରେ ସଚେତନତା ସୃଷ୍ଟି କରିବ ।ଶିଶୁ ଓ କିଶୋର ( ନିରାକରଣ ଓ ନିୟନ୍ତ୍ରଣ) ୧୯୮୬ ନିୟମ ଅନୁଯାୟୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ବିଭିନ୍ନ ବୃତ୍ତି ରେ ନିଯୁକ୍ତି ଦେବା ନିଷେଧ ଏବଂ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ କିଶୋର ମାନଙ୍କୁ ବିପଦ ସଙ୍କୁଳ କର୍ମ ସଂସ୍ଥାନ ଓ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ।ଏଭଳି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ୫୦,୦୦୦ ଟଙ୍କା ଆର୍ଥିକ ଜୋରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ। ଦେଖାଯାଉଛି ବିଭିନ୍ନ ହୋଟେଲ , ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଅସାଧୁ ବ୍ୟବସାୟୀ କମ ପାରିଶ୍ରମିକ ଦେଇ ଶିଶୁ ଶ୍ରମିକ ନିୟୋଜନ କରୁଛନ୍ତି ଏହି ବିଷୟରେ ଜନ ସାଧାରଣ ସଚେତନ ହୋଇ ଶ୍ରମ କାର୍ଯ୍ୟାଳୟ ରେ ଅଭିଯୋଗ କରିପାରିଲେ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ର ସଂକଳ୍ପ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି । ସଚେତନତା ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ,ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଜିତମ୍ ମାଝୀ, ଟ୍ରେଡ ୟୁନିଅନ୍ ସଭାପତି ଶ୍ରୀ ଶିଶିର ପଟ୍ଟନାୟକ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ର କର୍ମଚାରୀ ଶ୍ରୀ ଅଂଶୁମାନ ବାବୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

Sunil Chandra Nayak

ମଦବିକ୍ରି ବନ୍ଦ କରିବାକୁ ମହିଳା ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

ସେକ୍ଟର ୧୬ ଡିଏଭି ପବ୍ଲିକବିଦ୍ୟାଳୟରେ ଶିଶୁଦିବସ ପାଳନ 

masiha

Leave a Comment

error: Content is protected !!