ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହ୍ୟୁମାନିଟି ଫାଉଣ୍ଡେସନ ଆଶ୍ରମରେ ପାଳିଲା ରଜଉତ୍ସବ 

ହ୍ୟୁମାନିଟି ଫାଉଣ୍ଡେସନ ଆଶ୍ରମରେ ପାଳିଲା ରଜଉତ୍ସବ 

‌ରାଉରକେଲା: ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ରଜଉତ୍ସବ ପାଳନ କରିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟଙ୍କ ଆବାହକତ୍ୱ ଅଧ୍ୟକ୍ଷା ଦିପ୍ତୀ ସୁନ୍ଦରାୟ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଅନ୍ତେବାସୀ ମାନଙ୍କ ମଧ୍ୟରେ ଉପମା, ଘୁଗୁନି,ମିଠା, କେକ୍ କାଟି ଖାଇବାକୁ ଦେବା ସହ ସମସ୍ତଙ୍କ ଅଳତା,ଟିକିଲି,କଲମ ଓ ଅନ୍ୟାନ୍ୟ ଉପହାର ପ୍ରଦାନ କରିଥିଲେ। ସେହିପରି ଅନୁଷ୍ଠାନ ର ଦୁଇଜଣ ସଦସ୍ୟା ଶୁଭଲକ୍ଷ୍ମୀ ପାତ୍ର ଓ ପ୍ରିୟଙ୍କା ପାଣି ଙ୍କ ଜନ୍ମ ଦିବସ ପାଳନ କରାଯାଇ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରତିଷ୍ଠାନର ପରିଚାଳିକା ହେମନ୍ତା ତାଣ୍ଡିଆ ଙ୍କ ଉପସ୍ଥିତି ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସମ୍ପାଦିକା ଲୀନା ତ୍ରିପାଠୀ, ଶୁଭଲକ୍ଷ୍ମୀ ପାତ୍ର, ପ୍ରିୟଙ୍କା ପାଣି,ଲିପ୍ସା ମହାରଣା, କବିତା ଦଳାଇ, ଶର୍ମିଲା ଦୀପ,ଅମ୍ରିତ କୈ।ର, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଗୀତାରାଣୀ ଆଚାର୍ଯ୍ୟ, ସ୍ନିଗ୍ଧା ପୁହାଣ, ସୁମିତ୍ରା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିମ୍ନ ମାନର ରାସ୍ତା କାମ ନିର୍ମାଣ ଅଭିଯୋଗ ରାସ୍ତା କାମ କୁ ନେଇ ତାତିଲେ ଅଂଚଳବାସୀ କିଛି ସମୟ ଯାଏ ଏସଡ଼ିଓ ଙ୍କୁ ଅଟକ ରଖିଲେ ଆନ୍ଦୋଳନ କାରି ପଦା ରେ ପଡିଲା ବିଭାଗୀୟ ଅଧିକାରୀ ଏବି ଠିକାଦାର ଙ୍କ ମଧୁଚନ୍ଦ୍ରିକା  

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

Leave a Comment

error: Content is protected !!