ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନେଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନେଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର

ରାଉରକେଲା : ହିନ୍ଦ୍ ମଜଦୁର ସଭା ପକ୍ଷରୁ ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନେଇ କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ଇନସୁରାନ୍ସ କମିଶନର ଓ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

     ଜେଲ ରୋଡ ସ୍ଥିତ ଇଏସ୍ଆଇସି ମଡେଲ ହସ୍ପିଟାଲର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ହିନ୍ଦ୍ ମଜଦୁର ସଭାର ଏକ ପ୍ରତିନିଧି ମଣ୍ଡଳୀ, ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ଜଗବନ୍ଧୁ ଜେନା, ଦିଲ୍ଲୀପ ଜେନା, ବିମଳ ବେହୁରିଆ, ରାକେଶ ଚାନ୍ଦ, ତନ୍ମୟ ରଥ, ଅଶୋକ କୁମାର ଦାଶ, ଶ୍ରୀମତୀ ବିଦୁରେଖା ସାହୁ ପ୍ରମୁଖ ଇନସୁରାନ୍ସ କମିଶନର ପ୍ରଣୟ ସିଂହ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ରୁଦ୍ରଦୀପ ଦତ୍ତଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ସ୍ଥାପନା ସହିତ ମଡେଲ ହସ୍ପିଟାଲକୁ ତୁରନ୍ତ ୧୫୦ ଶଯ୍ଯା ବିଶିଷ୍ଟ କରାଯିବା ନେଇ ଆଲୋଚନା କରିଥିଲେ। ଏଥିସହ ଖାଲିଥିବା ଅସ୍ଥିସଲ୍ୟ ଓ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ନିଯୁକ୍ତି ଏବଂ ଡିଜିଟାଲ ଏକ୍ସରେ ତୁରନ୍ତ ସ୍ଥାପନ କରିବାକୁ ପ୍ରତିଶ୍ରୁତି ସହିତ ଆଇ.ଜି.ଏଚ୍.ରେ ରେଫର ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ଓ ଔଷଧ ରୋଗୀଙ୍କୁ ପୂର୍ବଭଳି କିଣିବାକୁ ପଡ଼ିବନି, ଆଇ.ଜି.ଏଚ୍. କତ୍ତୃପକ୍ଷ ରୋଗୀ ସୁସ୍ଥ ହେବା ପର୍ଯ୍ୟନ୍ତ ଜିରୋ ଵା ଵିନା ଖର୍ଚ୍ଚରେ ଚିକିତ୍ସା କରିବା, ମଡେଲ ହସ୍ପିଟାଲରେ ମେଲ ଇଣ୍ଡୋର ଵା ପୁରୁଷ ଅର୍ନ୍ତ ବିଭାଗରେ ସେଣ୍ଟ୍ରାଲ ଏୟାର କଣ୍ଡିସନ କାମ କରୁନଥିବାରୁ ଚାରୋଟି ଚେମ୍ବରରେ ଚାରୋଟି ଏୟାର କଣ୍ଡିସନ ଲଗାଇବାକୁ ନିଷ୍ପତ୍ତି ଓ ମଡେଲ ହସ୍ପିଟାଲରେ ଇଞ୍ଜିନିୟରିଂ ବିଭାଗରେ ହୋଇଥିବା ଅର୍ଥ ଅନିୟମିତତାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଲୋଚନା ପରେ ପ୍ରତିଶୃତି ଦେଇଥିଲେ। 

   ଏହି ଆଲୋଚନାରେ ମଡେଲ ହସ୍ପିଟାଲ ଅଧ୍ୟକ୍ଷ ମାସିହ ପ୍ରକାଶ ମିଞ୍ଜ, ଇଏସ୍ଆଇସି ଷ୍ଟେଟ ମେଡିକାଲ ଅଫିସର ଡାକ୍ତର ଆଭା ତିର୍କୀ, ମଡେଲ ହସ୍ପିଟାଲର ନୋଡାଲ ଅଫିସର ଡାକ୍ତର ଲାଲମୋହନ ମିଶ୍ର, ଉପନିର୍ଦ୍ଦେଶକ ସଂଜୀବ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟବାସୀଙ୍କୁ BSKY ଆଶ୍ୱସ୍ତି, ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା!

masiha

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

ନବରଙ୍ଗପୁର ଠାରେ ଓଡିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ” 

masiha

Leave a Comment

error: Content is protected !!