ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣ୍ଡାବାହାଳୀଠାରେ ୭୭ତମ ବନ ମହୋତ୍ସବ–୨୦୨୬ ଅନୁଷ୍ଠିତ 

ଗଣ୍ଡାବାହାଳୀଠାରେ ୭୭ତମ ବନ ମହୋତ୍ସବ–୨୦୨୬ ଅନୁଷ୍ଠିତ 

ସିନାପାଲି, ୭ ଜୁଲାଇ: ( ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଳ୍ୟରେ ସିନାପାଲି ବନାଞ୍ଚଳ, ଖଡ଼ିଆଳ ବନଖଣ୍ଡ ପକ୍ଷରୁ ରାମଗଡ଼ ଗଣ୍ଡାବାହାଳୀଠାରେ ୭୭ତମ ବନ ମହୋତ୍ସବ–୨୦୨୬ ଉତ୍ସାହର ସହ ପାଳନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଏସିଏଫ୍ ପ୍ରସଞ୍ଜିତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ, ବନ ସଂରକ୍ଷଣ ଓ ପରିବେଶ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭଗବାନ ଚଳାନ, ଗଣ୍ଡାବାହାଳୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ପ୍ରତ୍ୟେକ ଗଛର ଯତ୍ନ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।

ସମ୍ମାନିତ ଅତିଥି ଭାବେ ସୁବ୍ରତ ଠାକୁର, ଗଣ୍ଡାବାହାଳୀ ପଞ୍ଚାୟତର ସରପଞ୍ଚ କୌଶଲ୍ୟା ମେହେର, ଗଣ୍ଡାବାହାଳୀ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠୀ, ଗୁଣଧର ମେହେର ଓ ଷଡାନନ ସୁନାନୀ ଯୋଗଦେଇ ବନ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ନିଜ ମତ ପ୍ରକାଶ କରିଥିଲେ।

କାମେଶ୍ୱର ତାଣ୍ଡି ଆବାହକ ଭାବେ କାର୍ଯ୍ୟକ୍ରମର ସମନ୍ୱୟ କରିଥିବା ବେଳେ ମହାଦେବ ବନ୍ଦୀଛୋର ଦକ୍ଷତାର ସହ ମଞ୍ଚ ପରିଚାଳନା କରିଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବନ ବିଭାଗର କନ୍ଦର୍ପ ସୁନାନୀ, ରମାରଞ୍ଜନ ରାଉତ ଓ ସମୀର ରଞ୍ଜନ ଠାକୁରଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

ଶେଷରେ ସ୍ଥାନୀୟ ଜନପ୍ରତିନିଧି, ଗଣ୍ଡାବାହାଳୀ ଶିଶୁ ବିଦ୍ୟାମନ୍ଦିର ଏବଂ ପଞ୍ଚାୟତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନେଇଥିଲେ ।

 

Related posts

ରାଜନଗର ବିଜେଡି ବିଧାୟକ ପ୍ରାଥୀ ଧ୍ରୁବ ଙ୍କ ଶୋଭାଯାତ୍ରା ସମୟରେ ଫୁଟୁଥିବା ବାଣପଡି ଜଳିଗଲା ଘର

masiha

ଟ୍ରକ ଚାପରେ ଜଣେ ଗୁରୁତର

masiha

ସାମ୍ବାଦିକଙ୍କ କଥା ରଖିଲେ ବିଭାଗୀୟ ଅଧିକାରୀ, ମରାମତି ହେଲା ରାସ୍ତା

masiha

Leave a Comment

error: Content is protected !!