ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ତମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 31 ତମ ବାର୍ଷିକ ଉତ୍ସବ 

ମୁଣ୍ତମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 31 ତମ ବାର୍ଷିକ ଉତ୍ସବ 

ଆସିକା ,୦୩/୦୧/୨୫ // ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 31 ତମ ବାର୍ଷିକ ଉତ୍ସବ ରାଜନୀତି ବିଜ୍ଞାନ ଅଧ୍ୟାପକ ଦୁର୍ଗା ପ୍ରସାଦ ଅଚାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଗାମ୍ବର ବିଶୋଇ ଏଥିରେ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ମୁଖ୍ୟ ବକ୍ତା ଭାବେ ଏ ବି ଡି ଓ ସୁଶିଲ ପଟ୍ଟନାୟକ,ସମ୍ମାନିତ ଅତିଥି ଭାବରେ ଧରାକୋଟ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା,ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ,ସମାଜସେବୀ ପର୍ଶୁରାମ ସାହୁ ଓ ଆନନ୍ଦ ରାଓ ସୁବୁଦ୍ଧି ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। 2024 ବର୍ଷରେ ବାର୍ଷିକ ପରୀକ୍ଷାରେ ଟପର ହୋଇଥିବା ବିଜ୍ଞାନ ବିଭାଗର ପବିତ୍ର ପ୍ରଧାନ,ସଞ୍ଜୟ ଦେବ ଶର୍ମା,ଚନ୍ଦନ ମୁନି ଓ କଳା ବିଭାଗର ଛାତ୍ର ଛାତ୍ରୀ ପୂଜା ସାହୁ,ଶିବାନୀ ତ୍ରିପାଠୀ, ରଣଜିତ ବିଶୋଇ ଙ୍କୁ ଯଥା କ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜାତୀୟ ଖେଳରେ ଅଂଶ ଗ୍ରହଣ କରିଥିବା ସୁଶ୍ରୀ ଚାନ୍ଦିନୀ ପ୍ରଧାନ ଓ ପୁଷ୍ପାଞ୍ଜଳି ପଣ୍ଡା ଙ୍କୁ ସ୍ଵତନ୍ତ୍ର ଭାବରେ ପୁରସ୍କୃତ କରାଯାଇଥିଲା । କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରି ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ରାଜେଶ ସାହୁ ଓ ଅର୍ପା ଗମାଙ୍ଗ ଚାମ୍ପିଅନ ହୋଇଥିଲେ। ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗ ର ଅଧ୍ୟାପକ ରଞ୍ଜନ କୁମାର ପଟଯୋଷି ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଆଉ କିଛି ସମୟର ଅପେକ୍ଷା ପରେ ପ୍ରଭୁ ଯୀଶୁ ଧରାବତରଣ କରିବେ – ଚଳ ଚଞ୍ଚଳ କନ୍ଧମାଳ

Sunil Chandra Nayak

ମହାବୀର ଜୟନ୍ତୀ ଅବସରରେ ରାଉରକେଲାରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

masiha

Leave a Comment

error: Content is protected !!