ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ବିକାଶ ମଞ୍ଚର ୧୧ ଦଫା ଦାବି ନେଇ ଜନସଚେତନତା କାର୍ଯ୍ୟକ୍ରମ

ବେଦବ୍ୟାସ ବିକାଶ ମଞ୍ଚର ୧୧ ଦଫା ଦାବି ନେଇ ଜନସଚେତନତା କାର୍ଯ୍ୟକ୍ରମ

 ରାଉରକେଲା: ଝୁଲାପୋଲ ଦାବି ପୁରଣ ହେବାପରେ ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ବ୍ୟାସକ୍ଷେତ୍ରର ଉନ୍ନତି ପାଇଁ ୧୧ଟି ଦାବି ଓଡ଼ିଶା ସରକାରଙ୍କ ପାଖରେ ରଖାଯାଇଛି । ଯାହାର ପରିପୂରଣ ନିମନ୍ତେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଇଂରାଜୀ ନବବର୍ଷ ୨୦୨୫ ଅବସରରେ ରିଙ୍ଗରୋଡ଼-ଛେଣ୍ଡ ଭି.ଏସ.ଏସ. ମାର୍କେଟ ଛକରେ ଉପସ୍ଥିତ ହୋଇ ଜନସଚେତନତା ସୃଷ୍ଟି କରିଥିଲେ l ଏହି ୧୧ଦଫା ଦାବିଗୁଡ଼ିକ ହେଲା ୧) ସଙ୍ଗମ ସ୍ଥଳରେ ଅନ୍ୟୁନ ଦଶ କିଲୋମିଟର ପରିମିତ ଅଞ୍ଚଳରେ ଜଳଭଣ୍ଡାର ସୃଷ୍ଟି ,୨) ରିଙ୍ଗରୋଡ଼-ଛେଣ୍ଡ ଭି.ଏସ.ଏସ. ମାର୍କେଟ ଛକ ନିକଟରେ ବ୍ୟାସବାଟିକା ନିର୍ମାଣ ତଥା ଉକ୍ତ ଛକକୁ ବ୍ୟାସଛକ ନାମରେ ନାମିତ କରିବା ୩)ବ୍ରାହ୍ମଣୀ ନଦୀର ମଧ୍ୟ ଭାଗରେ ଭଗବାନ ବ୍ୟାସଦେବଙ୍କ ବିଶାଳ ପ୍ରତିମୂର୍ତ୍ତ ସ୍ଥାପନ ୪) ବେଦବ୍ୟାସ ପୀଠକୁ ତପୋଭୂମିର ମାନ୍ୟତା ପ୍ରଦାନ ୫) ବର୍ଷକରେ ପନ୍ଦର ଦିନ ପାଇଁ ଭାରତବର୍ଷର ବିଭିନ୍ନ ସ୍ଥାନର ସାଧୁସନ୍ଥଙ୍କୁ ନେଇ ବାର୍ଷିକ ଉତ୍ସବ ଆୟୋଜନ ୬) ପୂଜାର୍ଚ୍ଚନା ତଥା ଆରାଧନା ପାଇଁ ପରିବେଶ ସୃଷ୍ଟି ୭) ବୋଟନିକାଲ ଗାର୍ଡେନ ସ୍ଥାପନ ୮) ଯୋଗଶିକ୍ଷା କେନ୍ଦ୍ର ସ୍ଥାପନ ୯) ଧ୍ୟାନ କକ୍ଷ ନିର୍ମାଣ ୧୦) ପାଠାଗାର ତଥା ଆଲୋଚନା କକ୍ଷ ନିର୍ମାଣ ୧୧)ଧର୍ମଶାଳା ତଥା ପାନ୍ଥଶାଳା ନିର୍ମାଣ ପ୍ରମୁଖ ଦାବି ରଖାଯାଇଛି। ଏହି ଜନସଚେତନତା କାର୍ଯ୍ୟକ୍ରମରେ ସଂଗଠନର ମାର୍ଗଦର୍ଶକ ମହେନ୍ଦ୍ର କୁମାର ପଟ୍ଟନାୟକ, ସଭାପତି ବଦ୍ରୀନାରାୟଣ ପାଢ଼ୀ, ଉପସଭାପତି ରମାକାନ୍ତ ପାଣ୍ଡେ, ନରେନ୍ଦ୍ର କୁମାର ଦାଶ, ରାଜକୁମାର ମହାନ୍ତି, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ, ବିଜୟାନନ୍ଦ ଅଗ୍ରୱାଲ, ଅର୍ଜୁନ ଚନ୍ଦ୍ର ସାହୁ, ଅପୂର୍ଵ କୁଣ୍ଡୁ ଏବଂ କୋଷାଧ୍ୟକ୍ଷ ମଧୁସୂଦନ ସାହୁ ତଥା ବିଜୟଲକ୍ଷ୍ମୀ ପଟ୍ଟନାୟକ, କେଦାରନାଥ ପାଢ଼ୀ, ଲଷ୍ମୀନାରାୟଣ ମିଶ୍ର, ହରିହର ଶତପଥି, ବିଭୁଦତ୍ତ ବେହେରା, ନୀଳାଞ୍ଚଳ ପାଢ଼ୀ, ଯୋଗେନ୍ଦ୍ର କୁମାର ସିହ୍ନା, ଅନ୍ତର୍ଯ୍ୟାମୀ ଓଝା, ମଳୟ କୁମାର ଆଚାର୍ଯ୍ୟ, ଈଶ୍ୱର ଚନ୍ଦ୍ର ମହନ୍ତ, ଧନଞ୍ଜୟ ପଣ୍ଡା, ଟିକେଶ୍ୱର ପ୍ରଧାନ, ଶ୍ୟାମସୁନ୍ଦର ଜେନା, ବୀରକିଶୋର ପାଢ଼ୀ, ନିମାଇଁ ଚରଣ ରାଉତ, ପ୍ରମୋଦ ସିଂହ, ଭାଗ୍ୟଧର ରାଉତ, ଲଷ୍ମୀଧର ମିଶ୍ର ଏବଂ ଜଗନ୍ନାଥ ରାଉତ ପ୍ରମୁଖ ଟ୍ରଷ୍ଟିଗଣଙ୍କ ଉପସ୍ଥିତ ରହି ଏହି ଜନସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁଇ ଶହ ପାଞ୍ଚ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ,ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

କୁଲିହlରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ

masiha

ନର୍ଲା ବ୍ଲକରେ ପୁଣି କାଳ ବୈଶାଖୀର ତାଣ୍ଡବ, କଟିଲା ବିଜୁଳି, ପବନର ବେଗ କମ ଅନୁଭୂତ ହୋଇଥିବା ବେଳେ ଅଧ ଘଣ୍ଟା ଧରି ହୋଇଥିଲା ପ୍ରବଳ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି 

Leave a Comment

error: Content is protected !!