ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥେ ଶ୍ରୀଜଗନ୍ନାଥ ନୃତ୍ୟ ନାଟିକା* ପ୍ରଥମ କରି ରଜ ସଂକ୍ରାନ୍ତି ରେ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ଭୁବନେଶ୍ୱର ରେ ପ୍ରଦର୍ଶିତ ହେବ

ରଥେ ଶ୍ରୀଜଗନ୍ନାଥ ନୃତ୍ୟ ନାଟିକା* ପ୍ରଥମ କରି ରଜ ସଂକ୍ରାନ୍ତି ରେ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ଭୁବନେଶ୍ୱର ରେ ପ୍ରଦର୍ଶିତ ହେବ

ଭୁବନେଶ୍ବର; (ଲିପିକା ରାଣୀ ରାଉତ), ଡ଼ ନାରାୟଣ ମହାପାତ୍ର ,ସୁରେଶ ମିଶ୍ର, ତ୍ରିଲୋଚନ ନାୟକ ,ଭାରତୀ ଭୂଷଣ ପଟ୍ଟନାୟକ ,ବିଜୟ ମୋହନ ପଣ୍ଡା, ଶରତ ମାହାପାତ୍ର ,ଶ୍ରୀନିବାସ ରାଓ ସଂଯୋଜନା ରେ ଅନୂଷ୍ଠିତ ଆଜିର ବୈଠକ ରେ ନିଷ୍ପତି ଅନୁଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ମିଳିତ ଭାବେ ଆୟୋଜିତ ନବମ ବାର୍ଷିକୀ ରଜ ସଂକ୍ରାନ୍ତି ଉସ୍ତବ ୧୫/୬/୨୬ ସଂଦ୍ଧ୍ୟା ୬.୩୦ ରେ ପ୍ରଥମ କରି ଉତ୍କଳ ରଙ୍ଗମଞ୍ଚ ଗୁରୁ କେଳୁଚରଣ ନାଚ ଗବେଷଣା କେନ୍ଦ୍ର ଜୟଦେବ ବିହାର ଭୁବନେଶ୍ୱର ଠାରେ ଶାସ୍ତ୍ର ଓ ପରମ୍ପରା ଅନୁଯାଇ ରଥେ ଶ୍ରୀ ଜଗନ୍ନାଥ ନୃତ୍ୟ ନାଟିକା ପ୍ରଦର୍ଶିତ ହେବ,ଏଥି ସାଙ୍ଗେ ରଜ ଦୋଳି ରଜ ପାନ ରଜ ପିଠା ଓ ବହୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଏହି କାର୍ଯ୍ୟକ୍ରମ ରେ ନିଜକୁ ସମାଜ ରେ ପ୍ରତିଷ୍ଠିତ କରି ଥିବା ମହାନ ବ୍ୟକ୍ତି ଓ ମହିଳା ଙ୍କୁ ଉତ୍କଳ ଶ୍ରୀ ଓ ସେବା ରତ୍ନ ସମ୍ମାନ ୨୦୨୬ ପ୍ରଦାନ କରାଯିବ ଏହି କାର୍ଯ୍ୟକ୍ରମ ରେ ଛୋଟ ପିଲା ଙ୍କ ନାଚ, ରାମକୃଷ୍ଣ ବାଳାଶ୍ରମ ର ପିଲାମାନ ଙ୍କ ଦ୍ୱାରା ପ୍ରସ୍ତୁତ ଭଜନ ଓ ନାଚ ମଧ୍ୟ ପ୍ରଦର୍ଶନ କରାଯିବ,ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଲେଡ଼ିଜ ଫୋରମ ଓ ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ସଂସ୍କୃତି ଭାରତୀ ଖୋର୍ଦ୍ଧା ଓ ତ୍ରିଶକ୍ତି ଗ୍ରୁପ ର କଳାକାର ମାନଙ୍କ ଦ୍ୱାରା ପ୍ରସିଦ୍ଧ ଭଜନ ରେ ନାଚ ଓ ଓଡ଼ିଆ ଲଘୁ ଗୀତରେ ଗ୍ରୁପ ଡାନ୍ସ ମଧ୍ୟ କରାଯିବାକୁ ବ୍ୟବସ୍ଥା ହୋଇଛି, ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆପଣ ଙ୍କୁ ସାଦର ନିମନ୍ତ୍ରଣ |

Related posts

ଗାଁ ଗହଳିରେ ପାଚିଲା ଆମ୍ବ ପାଇଁ ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼ 

masiha

ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

Sunil Chandra Nayak

Hindalco’s Baphlimali becomes India’s first bauxite mine to secure ASI certification

Sunil Chandra Nayak

Leave a Comment

error: Content is protected !!