ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ସ୍ମୃତିଚାରଣ ଶ୍ରାଦ୍ଧ ଦିବସ ଓ ଗୁରୁଦିବସ-୨୦୨୬ ପାଳିତ 

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ସ୍ମୃତିଚାରଣ ଶ୍ରାଦ୍ଧ ଦିବସ ଓ ଗୁରୁଦିବସ-୨୦୨୬ ପାଳିତ 

 ନିର୍ଲିପ୍ତ ନିର୍ବିକାର ବହୁମୁଖୀ ପ୍ରତିଭାଧର ନିଆରା ସଂଗ୍ରାମୀ ମଣିଷ ପରି ମଣିଷ ଥିଲେ ଶିକ୍ଷାବିତ୍ ଗଦାଧର ମିଶ୍ର 

ଢେଙ୍କାନାଳ ତା.୦୫.୦୯.୨୦୨୬ ରିଖ : (ମ ନି ସ   ) ଗୁରୁ ଦିବସରେ ଗୁରୁପୂଜନ ପରମ୍ପରାକୁ ଅନୁପାଳନ କରି ଓଡ଼ିଶାର ମହାମହିମ ତତ୍କାଳୀନ ରାଜ୍ୟପାଳଙ୍କଠାରୁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶତାୟୁ,ବ୍ରଜନାଥ ବଡ଼ଜେନା ହାଇସ୍କୁଲ, ଢେଙ୍କାନାଳର ହିନ୍ଦୀ ଶିକ୍ଷକ,ଶିଖରେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ,କାଇମାଟିର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଗଦାଧର ମିଶ୍ରଙ୍କର କନିଷ୍ଠା କନ୍ୟା ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର ଶ୍ୟାମାଚରଣପୁରସ୍ଥିତ ଆଦୃତା ଗୃହର ପିଲାମାନଙ୍କ ସହିତ ସ୍ଵର୍ଗତଃ ପିତାଙ୍କର ସ୍ମୃତିଚାରଣ ଶ୍ରାଦ୍ଧ ଦିବସ ଓ ଗୁରୁଦିବସ-୨୦୨୬ ପାଳନ କରିଛନ୍ତି।ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ବରିଷ୍ଠ ନାଗରିକ,ନାଟ୍ୟକାର ଶତ୍ରୁଘ୍ନ ମାଟି ଯୋଗଦାନ କରି ଶିକ୍ଷାବିତ୍ ମିଶ୍ରଙ୍କ ବହୁମୁଖୀ ପ୍ରତିଭାର ପରିବ୍ୟାପ୍ତ ଦିଗବଳୟର ସୁଦୂର ପ୍ରସାରୀ ଆଭା ସବୁଦିନ ପାଇଁ ଜ୍ଞାନାଲୋକରେ ବିଶ୍ବକୁ ତାର ବିଚିତ୍ର ବର୍ଣ୍ଣବିଭାରେ ଉଦ୍ ଭାସିତ କରୁଥିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥଲେ।ସ୍ବର୍ଗତ ମିଶ୍ର ଥିଲେ ଜଣେ ନୀର୍ଲିପ୍ତ,ନିର୍ବିକାର,ସ୍ଵାଭିମାନୀ,ଆଦର୍ଶ ଶିକ୍ଷକ,କବି ଓ ପ୍ରାବନ୍ଧିକ ତଥା ସମୟକୁ ପରଖି ଥିବା ନିଆରା ସଂଗ୍ରାମୀ ମଣିଷ ପରି ମଣିଷଟିଏ ଥିଲେ ବୋଲି ମଧ୍ୟ ସଭାପତି ମତବ୍ୟକ୍ତ କରିଥିଲେ।ଅନ୍ୟତମ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ଗଦାଧର ସାର୍ ମହାନ୍ ଆଧ୍ୟାତ୍ମ୍ୟ ମାନବ ବାଦୀ,ହେତୁବାଦୀ,ସଂଗ୍ରାମୀ ଶିକ୍ଷକ ଭାବରେ ସର୍ବ ଜନାଦୃତ ହୋଇ ରହିବେ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ସ୍ୱର୍ଗତଃ ମିଶ୍ର ଜଣେ ଆଦର୍ଶ ରାଜ୍ଯ ପୁରସ୍କାର ପ୍ରାପ୍ତ ଶିକ୍ଷକ ରୂପେ ଚିରଦିନ ପାଇଁ ଢେଙ୍କାନାଳ ତଥା ଓଡ଼ିଶାର ଶତାଧିକ ଛାତ୍ରୀ,ଛାତ୍ରମାନଙ୍କ ହୃଦୟରେ ସ୍ଵତନ୍ତ୍ର ଭାବେ ସ୍ଥାନିତ ହୋଇ ପାରିଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସ୍ୱର୍ଗତଃ ମିଶ୍ରଙ୍କ ସ୍ମୃତିଚାରଣ ଅବସରରେ ଅନ୍ୟତମ ସମ୍ମାନୀତ ଅତିଥି ବୃନ୍ଦ ସ୍ବର୍ଗତ ମିଶ୍ର ଜଣେ ବ୍ୟକ୍ତି ନୁହଁନ୍ତି ସେ ଶିକ୍ଷାଜଗତର ଜଣେ ଅମଳିନ ଧ୍ରୁବତାରା ଯିଏକି ଚିରଦିନ ପାଇଁ ଶିକ୍ଷା କ୍ଷେତ୍ରରେ ପଥ ପ୍ରଦର୍ଶକ ହୋଇ ରହିଥିବେ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ସେ ଜଣେ ଅତ୍ୟନ୍ତ ସ୍ନେହୀ,ସଦଗୁଣଧାରୀ,ଅମାୟିକ, ଉଦାରବାଦୀ,ପରୋପକାରୀ,ଜଣେ ନିଷ୍ଠାପର କର୍ମଜୀବୀ, ଧର୍ମପ୍ରାଣ,ମାନବ ବାଦୀ,ହେତୁବାଦୀ, ସଂଗ୍ରାମୀ ଶିକ୍ଷାବିତ୍ ପ୍ରବାଦ ପୁରୁଷ ଭାବରେ ଅନାକୃତିକୁ ଆକୃତି,ଅଦୃଶ୍ୟକୁ ଦୃଶ୍ୟ ଦେବାର ସର୍ବଜନାଦୃତ ଜଣେ ନିଆରା କାରିଗର ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ଦୃଢ଼ ମତ ପ୍ରକାଶ କରିଥିଲେ।ପ୍ରାରମ୍ଭରେ ଅନ୍ତେବାସୀ ଓ ନିମନ୍ତ୍ରିତ ଅତିଥିଗଣ ସ୍ବର୍ଗତ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସ୍ମୃତିଚାରଣ କରିଥିଲେ lଏହା ପରେ ପିଲାମାନଙ୍କ ସହିତ ସମସ୍ତ ଅତିଥି ସେଠାରେ ମଧ୍ୟାନ୍ନ ଭୋଜନ କରିଥିଲେ ଏବଂ ପିଲାମାନଙ୍କ ପାଇଁ କିଛି ଶୁଖିଲା ଭୋଜନ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ।ସେଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବୀଣା ମିଶ୍ର,ପ୍ରାକ୍ତନ ପ୍ରଧାନ ଶିକ୍ଷିକା ଶାରଦା ମିଶ୍ର,ନାଟ୍ୟକାର ଶତ୍ରୁଘ୍ନ ମାଟି,ଡ.ଅନୁପମା ମିଶ୍ର, ଡ଼ା.ଦେବୀ ପ୍ରସାଦ ମିଶ୍ର,ସ୍ଵର୍ଣ୍ଣଲତା ମାଟି,ବିନାୟକ ପ୍ରସାଦ ନନ୍ଦ,ରୁଦ୍ର ନନ୍ଦ,ବିଶିଷ୍ଟ ଗାୟିକା ସ୍ନିଗ୍ଧା ନନ୍ଦ,ବିଶିଷ୍ଟ ଗାୟକ କମଳ ନନ୍ଦ,ଚକ୍ରଧର ପାତ୍ର,ସାହିତ୍ୟିକା ନିର୍ମଳା ମହାପାତ୍ର, ରାଧାନାଥ ରଥ,ସାମ୍ବାଦିକ ପ୍ରଶାନ୍ତ ତ୍ରିପାଠୀ,ଅନିତା ରଥ, କିଶୋର ଚନ୍ଦ୍ର ମିଶ୍ର,ସତ୍ୟଭାମା ମିଶ୍ର,ଚନ୍ଦନ ମିଶ୍ର,ସୌମେନ୍ଦ୍ର ପଟ୍ଟନାୟକ,ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ,ହିମାଦ୍ରୀ ମହାନ୍ତି, ଜ୍ୟୋତିର୍ମୟୀ ନାୟକ,ସୋନାଲି ପଣ୍ଡା,ପ୍ରକାଶ ମହାନ୍ତି,ନୃସିଂହ ନାୟକ,ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର,ପ୍ରାକ୍ତନ ପ୍ରଧାନ ଶିକ୍ଷିକା ଶାରଦା ମିଶ୍ର,ଡ.ଅନୁପମା ମିଶ୍ର,ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର,ସୁଶାନ୍ତ ପଟ୍ଟନାୟକ ଆଦୃତ ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦଙ୍କ ସମେତ ସମସ୍ତେ ସପରିବାର ଉପସ୍ଥିତ ରହି ସ୍ବର୍ଗତ ମିଶ୍ରଙ୍କର ସହଯୋଗ କରିଥିଲେ ସ୍ମୃତିଚାରଣ କରିଥିଲେ।ଏଥିରେ ଆଦୃତ ଗୃହର ନୀଳମଣି ମହାପାତ୍ର ଓ ସୁଶାନ୍ତ ପଟ୍ଟନାୟକ ସୁଶ୍ରୀ ମିଶ୍ରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିଲେ।ସ୍ବର୍ଗତଃ ଗଦାଧର ମିଶ୍ର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ରାଜ୍ୟ ପୁରସ୍କାର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଥିଲେ ମଧ୍ୟ ସମସ୍ତ ବିଷୟ ଶିକ୍ଷାଦାନରେ ନିପୁଣ ଥିଲେ। ଅବସର ଗ୍ରହଣ ପରେ ଶିଖରେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ,କାଇମାଟି, ଢେଙ୍କାନାଳର ପ୍ରଧାନ ଶିକ୍ଷକ ଭାବରେ ବହୁ ବର୍ଷ ଧରି ଗୁରୁ ଦାୟିତ୍ୱ ତୁଲାଇଥିଲେ।ପରିଶେଷରେ ସ୍ବର୍ଗତ ଗଦାଧର ମିଶ୍ରଙ୍କର କନିଷ୍ଠା କନ୍ୟା ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଗୁଡିଖାଳ ସାର୍ଵଜନୀନ ଦୋଳ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

masiha

ବଜ୍ରାଘାତରେ ବଳଦର ମୃତ୍ୟୁ

masiha

Leave a Comment

error: Content is protected !!