ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଯୋଡ଼ିରେ କ୍ୟାନଭାସ୍ ଆନୁକୂଲ୍ୟରେ ରକ୍ତଦାନ ଶିବିର

ବାଲିଯୋଡ଼ିରେ କ୍ୟାନଭାସ୍ ଆନୁକୂଲ୍ୟରେ ରକ୍ତଦାନ ଶିବିର

ରାଉରକେଲା : କ୍ୟାନଭାସ୍, ରାଉଲକେଲା ଆନୁକୂଲ୍ୟରେ ବାଲିଯୋଡ଼ିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। 

ଶିବିରର ମୁଖ୍ୟ ଅତିଥି ଭାବେ ଟାଙ୍ଗରପାଲ୍ଲି ଥାନାର ଭାରପ୍ରାପ୍ତ ଅଧିକାରୀ ତ୍ରୀନାଥ ସେଠୀ ଯୋଗଦାନ କରି କ୍ୟାନଭାସ ର ପ୍ରୟାସ କୁ ଭୂରିଭୂରି ପ୍ରଶଂସା କରିଥିଲେ। କ୍ୟାନଭାସ୍‌ର ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ ରକ୍ତଦାନ ମହତ୍ଵ ଓ ଗୁରୁତ୍ୱ ସମ୍ପର୍କ ରେ ବିଶଦ ଭାବରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଦେବାଶିଷ ମହାନ୍ତି ସମନ୍ୱୟ କରିଥିଲେ। ଏହି ଅବସରରେ କ୍ୟାନଭାସ ର ସଦସ୍ୟ ବଲୀ ଚୌଧୁରୀ, ରଞ୍ଜିତ ନାୟକ, ସଂଗ୍ରାମ କେଶରୀ ମହାନ୍ତି, ଗୋପାଳ ଜେନା, ଲିନା ନାୟକ, ସୁଶ୍ରୀ ମୋନାଲିସା ସାହୁ ଓ ଆର୍. ରମେଶ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ଓ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଶିବିର ସଫଳତାର ସହିତ ସମାପ୍ତ ହୋଇଥିଲା। ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

କ୍ୟାନଭାସ ଆନୁକୂଲ୍ୟରେ ଅଗଷ୍ଟ ୧୫ ତାରିଖରୁ ଆୟୋଜିତ ଏହି ରକ୍ତଦାନ ଶିବିର ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ସହରର ବିଭିନ୍ନ ପ୍ରାନ୍ତ ରେ ଆୟୋଜିତ ହେବା ର ଲକ୍ଷ୍ୟ ରଖା ଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା ଚୟନ

masiha

ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି 

masiha

୧- ପ୍ରଭୁ ଅଷ୍ଟଶମ୍ଭୁଙ୍କ ମନ୍ଦିର ଇତିହାସ, ୨- ମଠକରଗୋଳା ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ,୩- ଢେଙ୍କାନାଳ-ଭୁବନ ରାସ୍ତାରେ ମରଣଯନ୍ତା, ବୁଲାଣିରେ ବଡ଼ ଗାତ ,୪- ମହାବିରୋଡ ରେଞ୍ଜରୁ ହାତୀ ଦାନ୍ତ ଜବତ, ୪ ଗିରଫ ,୫- ଢେଙ୍କାନାଳ ଜିଲାରେ ବଢିଚାଲିଛି ଗୋରୁ ଚାଲାଣ, ପୋଲିସ ନିଷ୍କ୍ରିୟ , ୬- କରେଣ୍ଟରେ ହାତୀ ମରିବା ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ, ୭- ପୁଣି ଅଣନିଶ୍ୱାସୀ ହୋଇ ୪ ଛାତ୍ରୀ ଅସୁସ୍ଥ , ୮-ଅବସରପ୍ରାପ୍ତ ଭେଷଜଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!