ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରଙ୍କ ହଷ୍ଟେଲ ଛାଡିବା ଘଟଣା ନେଇ ସାନଟେମରା ବିଦ୍ୟାଳୟରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଜିଲାପାଳ, ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଜିଲ୍ଲା ଶିକ୍ଷାଅଧିକାରୀ

ଛାତ୍ରଙ୍କ ହଷ୍ଟେଲ ଛାଡିବା ଘଟଣା ନେଇ ସାନଟେମରା ବିଦ୍ୟାଳୟରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଜିଲାପାଳ, ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଜିଲ୍ଲା ଶିକ୍ଷାଅଧିକାରୀ

ଝରିଗାଁ: (ତା – ୭ /୮/ ୨୬) (ରବି ନାରାୟଣ ମହାନ୍ତି) +ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ପଞ୍ଚାୟତ ଅନ୍ତର୍ଗତ ସାନଟେମରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ପ୍ରତିବାଦରେ ଶତାଧିକ ଛାତ୍ର ହଷ୍ଟେଲ ଛାଡ଼ି ଚାଲିଯିବା ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ବିଦ୍ୟାଳୟ ପରିଦର୍ଶନ ଲାଗି ପହଞ୍ଚିଥିବା ବେଳେ ,ଜିଲ୍ଲା ଶିକ୍ଷାଅଧିକାରୀ ଛତ୍ରପତି ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ବାଳ,ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ , ବିଡିଓ ମଧୁସୂଦନ ମାଝୀ,ଏ ବି ଓ ଦଶରଥ ଗଣ୍ଡ ପହଞ୍ଚିଥିଲେ। ଏହି ବିଦ୍ୟାଳୟରେ ସମୁଦାୟ ୩୬୦ ପିଲା ପାଠ ପଢୁଥିବା ବେଳେ ହଷ୍ଟେଲ ଛାତ୍ର ୧୮୦ ଜଣ ଅଛନ୍ତି।ହଷ୍ଟେଲ ଛାଡ଼ି ଯାଉଥିବା ଛାତ୍ରଙ୍କ ଦାବୀ ପ୍ରକାରେ ସ୍ୱତନ୍ତ୍ର ହଷ୍ଟେଲ ଗୃହ ନିର୍ମାଣ, ଶୌଚାଳୟ ବ୍ୟବସ୍ଥା, ଶ୍ରେଣୀ ଗୃହ ମରାମତି, ନିର୍ଦ୍ଧାରିତ ଖାଦ୍ୟ ତାଲିକା ପ୍ରକାରେ ନିମ୍ନମାନର ଖାଦ୍ୟ ପରିବର୍ତ୍ତେ ଗୁଣବତ୍ତା ଯୁକ୍ତ ଖାଦ୍ୟ ପ୍ରଦାନ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିର୍ଦ୍ଧାରଣ ସମୟ ମଧ୍ୟରେ ବିଦ୍ୟାଳୟରେ ଉପସ୍ଥିତ ରହି ଶିକ୍ଷା ପ୍ରଦାନ ଆଦି ଦାବୀ ରଖି ପୁରଣ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଫେରିବା ପାଇଁ ବାରଣ କରିଥିଲେ ହଷ୍ଟେଲ ଛାତ୍ର ଗୋଷ୍ଠୀ। ଘଟଣା ଗଣମାଧ୍ୟମରେ ପ୍ରଚାର ପରେ ଆଜି ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରିବାକୁ ଜିଳ୍ଲାପାଳ,ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସମେତ ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚିଥିଲେ। ବିଦ୍ୟାଳୟ ପରିଚାଳନା କମିଟି,ବିଦ୍ୟାଳୟ କତୃପକ୍ଷ,ଅବିଭାବକ,ସ୍ଥାନୀୟ ବୁଦ୍ଧିଜୀବୀ ଓ ଛାତ୍ର ଗୋଷ୍ଠୀଙ୍କ ସହ ଜିଲ୍ଲାପାଳ ଡ଼ ସ୍ୱାଇଁ ଆଲୋଚନା କରିବା ସହ ରହିଥିବା ସମସ୍ୟା ତଥା ଭିତ୍ତିଭୂମିର ଅଭାବ ନେଇ ସ୍ଥିତି ସମୀକ୍ଷା କରିଥିଲେ। ଯେଉଁ ସବୁ ଆନୁଷଙ୍ଗିକ ଆବଶ୍ୟକତା ରହିଛି ,ସେସବୁ କିପରି ତୁତନ୍ତ୍ ସମାଧାନ ହେବ, ସେନେଇ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରୟାସ କରାଯିବ ବୋଲି କହିଥିଲେ।ବିଦ୍ୟାଳୟରେ ରହିଥିବା ସମସ୍ତ ପ୍ରକାର ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାୟୀତ୍ୱରେ ଅବହେଳା କରୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ବିଦ୍ୟାଳୟ ଗସ୍ତ ବେଳେ ଅନ୍ୟ ପ୍ରମୁଖ ମଧ୍ୟରେ ବିଧାୟକ୍ ପ୍ରତିନିଧି ଗଣପତି ସାହୁ, ସ୍ଥାନୀୟ ସରପଞ୍ଚ ଯମୁନା ମୁଦୁଲି, ସମିତି ସଭ୍ୟ ଶୈଳବାଳା ବେହେରା, ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଓ ପ୍ରଶାସନର ହସ୍ତକ୍ଷେପ ପରେ ହଷ୍ଟେଲ ଛାତ୍ର ସମୂହ ନିୟମିତ ବିଦ୍ୟାଳୟରେ ରହିବାକୁ ରାଜି ହୋଇଥିଲେ। ତେବେ ଆସନ୍ତା କାଲି ପ୍ରଥମ ପର୍ଯାୟରେ ଛାତ୍ରଙ୍କ ପାଇଁ ନୂତନ ଶୌଚାଳୟ ନିର୍ମାଣ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ରେ…

Sunil Chandra Nayak

ବାସନ୍ତୀ ସ୍ବାଇଁଙ୍କ କବିତା ସଙ୍କଳନ ଗୀତିଧାରା ଲୋକାର୍ପିତ

Sunil Chandra Nayak

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

masiha

Leave a Comment

error: Content is protected !!