ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ

ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ 

ତୁରେକେଲା ତା ୧୮. ୩ // ତୁରକେଲା ବ୍ଲକ ଝରନି ପଞ୍ଚାୟତ ର ରାଉତମୁଣ୍ଡା ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ଚୌବନ କିଶୋର ମାଝୀ ଙ୍କ ସଭାପତିତ୍ବ ରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭ ରୁ ବୁଢ଼ା ଦେଓ, ଜଂଘା ଦେଓ, ଲିଙ୍ଗା ଦେଓ, ଶବରୀ ନାରାୟଣ, ଜାଡେନ, ବିନ୍ଧ୍ୟବାସିନୀ,ଙ୍କୁ ପୂଜାର୍ଚନା କରି ରାମୋଡ଼ ଗାଁ ରେ ଆଦିବାସୀ ଙ୍କ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସଭାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଆଦିବାସୀ ସମ୍ପ୍ରଦାୟ ବର୍ତ୍ତମାନ ସମୟରେ ଶସକ୍ତିକରଣ ହେବାର ସମୟ ଆସିଛି l ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଛି l ଆଦିବାସୀ କଳା ସଂସ୍କୃତି ର ସୁରକ୍ଷା, ବିଲୁପ୍ତପ୍ରାୟ ନୃତ୍ୟ, ଗୀତ,ସଙ୍ଗୀତ,ବାଦ୍ୟ, କ୍ରୀଡା କସରତ, ଜଡିବୁଟି ଔଷଧ ସେବା, ଭାଷା, ଧର୍ମ କୁ ପୁନଃଉଦ୍ଧାର ଏବଂ ସଂରକ୍ଷଣ କରିବାକୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ଜମି,ଜଳ, ଜଙ୍ଗଲ,ଜୀବଜନ୍ତୁ, ଆଦିବାସୀ ଙ୍କ ଜୀବନ ଜୀବିକା ସଂରକ୍ଷଣ ର ଉତ୍ସ, ଏସବୁର ସୁରକ୍ଷା ପାଇଁ ପୂର୍ବଜ ଆଦିବାସୀ ନେତା ବିର୍ସା ମୁଣ୍ଡା, ରେଣ୍ଡୋ ମାଝୀ, ଲଖ୍ମଣ ନାୟକ, ମାଧ ସିଂ, କୁଞ୍ଜଳ ସିଂ, ସୁରେନ୍ଦ୍ର ସାଏ ତାନ୍ତିଆ ଭୀଲ, ସିଧୁ କାନୁ ଭଳି ଲକ୍ଷ ଲକ୍ଷ ଆଦିବାସୀ ସହିଦ ହୋଇଛନ୍ତି l ତେଣୁ ସମସ୍ତ ଆଦିବାସୀ ଏକଜୁଟ ହୋଇ ପୂର୍ବଜ ଙ୍କ ଅଧୁରା ସପ୍ନ କୁ ସାକାର କରିବାକୁ ପଡିବ ବୋଲି ଆଦିବାସୀ ସଂକଳ୍ପ କରିଥିଲେ l ସମ୍ମାନିତ ଅତିଥି ଭାବେ ତୁରକେଲା ବ୍ଲକ ସଭାପତି ଚଉବନ ମାଝୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ଲଳିତ ଯାନୀ, ଚକ୍ର ଯାନୀ, ନରୋତ୍ତମ ମାଝୀ, ସୁରୁ ଝାଙ୍କର, ଗିରିଧାରୀ ଭୋଇ,ଶ୍ରୀମତୀ ଖେଳନ୍ତି ସମରଥ, ଅମର ସିଂ ମାଝୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ. ସଭାରେ ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଟ୍ରେନରୁ ପଡ଼ି ଜଣେ ଅଜଣା ମହିଳାଙ୍କ ମୃତ୍ୟୁ 

Sunil Chandra Nayak

ରାହାମାସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ମୁହାଁମୁହିଁ

masiha

Leave a Comment

error: Content is protected !!