ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ତୃତୀୟ ପର୍ଯ୍ଯାୟ ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର ଜିଲ୍ଲା

ବାଲେଶ୍ଵର,୦୨/୦୩/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଫେସବୁକ୍ ଗୃପରେ ତା ୦୧/୦୩/୨୦୨୩ ରିଖ ବୁଧବାର ପ୍ରତିମାସ ପରି ରାଜ୍ୟ ସ୍ତରୀୟ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର ସୁ ନିର୍ବାଚିତ ଫଟୋ ପୋଷ୍ଟ କରିଥିଲେ । ଏଥିରେ ସିଦ୍ଧି ବିନାୟକ ମହାବିଦ୍ୟାଳୟ, ବାଲେଶ୍ଵରର ଯୁକ୍ତଦୁଇ ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ରୀ ସୁଶ୍ରୀ ବାଗ୍ମିତା ମହାପାତ୍ର, ରଞ୍ଜିତା ସାହୁ(ଗୃହିଣୀ), ପାରାଦୀପଗଡ, ଜଗତସିଂହପୁର, କୁମୁଦିନୀ ବେହେରା(ଶିକ୍ଷୟିତ୍ରୀ), ଅନୁଗୋଳ ଓ ସରସ୍ୱତୀ ପଣ୍ଡା(ଗୃହିଣୀ), ଯାଜପୁର ପ୍ରମୁଖ ଅଂଶ କରିଥିଲେ । ଫଟୋ ଗୁଡିକୁ ସମୀକ୍ଷା କରିଥିଲେ ସୁଜାତା ଦାସ ମହାନ୍ତି, ଯେ କି ଅନୁଷ୍ଠାନର ସମୀକ୍ଷା ଦାୟିତ୍ୱରେ ଅଛନ୍ତି । ତାଙ୍କ ସମୀକ୍ଷାରୁ ଯାହାକୁ ଯାହା ସ୍ଥାନ ମିଳିବାର କଥା ମିଳିଛି । ଏଥର ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ବାଗ୍ମିତା ମହାପାତ୍ର, ବାଲେଶ୍ବରଙ୍କୁ ମିଳିଛି ପ୍ରଥମ ସ୍ଥାନ । ସେହିପରି ରଞ୍ଜିତା ସାହୁ, ଜଗତସିଂହପୁରଙ୍କୁ ଦ୍ବିତୀୟ ଓ କୁମୁଦିନୀ ବେହେରାଙ୍କୁ ତୃତୀୟ ସ୍ଥାନ ମିଳିଛି । ବିଭିନ୍ନ ପ୍ରକାର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ମୋ ଅନୁଷ୍ଠାନ ପ୍ରତ୍ୟେକ ସ୍ଥାନ, ପ୍ରତ୍ୟେକ ବ୍ଯକ୍ତି ଓ ପ୍ରତ୍ୟେକ ସାହିତ୍ୟ ପ୍ରେମୀ ବନ୍ଧୁ ମାନଙ୍କ ନିକଟତର ହୋଇପାରିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ମହାବିଦ୍ୟାଳୟର ଛାତ୍ରୀଙ୍କ ନିକଟରେ ପହଞ୍ଚିବାର ସକ୍ଷମ ହୋଇଛି । ଆଗାମୀ ଦିନରେ ଆହୁରି ଅଧିକ ବ୍ଯକ୍ତି ବିଶେଷ ଓ ସାହିତ୍ୟ ତଥା ଅନୁଷ୍ଠାନକୁ ଭଲ ପାଉଥିବା ପ୍ରତ୍ୟେକ ସାହିତ୍ୟ ବନ୍ଧୁ ମାନଙ୍କ ହୃଦୟକୁ କିପରି ସ୍ପର୍ଶ କରିବ ସେଥିପାଇଁ ଅହରହ ଉଦ୍ୟମ ଜାରି ରହିଛି ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ବାର୍ଷିକ ଉତ୍ସବରେ ପ୍ରଥମ ସ୍ଥାନକୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ, ଅନ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରିବାରେ ଅବହେଳା କରିବ ନାହିଁ ଅନୁଷ୍ଠାନ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାପାଙ୍କର ଏକ ମାତ୍ର ରୋଜଗାରିଆ ପୁଅର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ

masiha

ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

Sunil Chandra Nayak

ଧର୍ମଗଡ ରେ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

masiha

Leave a Comment

error: Content is protected !!