ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକାଦାର ଓ ଅଧିକାରୀ ମଧୁଚନ୍ଦ୍ରିକା , ଜାତୀୟ ରାଜପଥ ଖାଲଖମା ନିମ୍ନମାନର ପିଚୁକାମ

ଠିକାଦାର ଓ ଅଧିକାରୀ ମଧୁଚନ୍ଦ୍ରିକା , ଜାତୀୟ ରାଜପଥ ଖାଲଖମା ନିମ୍ନମାନର ପିଚୁକାମ 

ହିଞ୍ଜିଳିକାଟୁ ୮/୯ ହିଞ୍ଜିଳିକାଟୁ ସହରକୁ ଅତିକ୍ରମ କରୁଥିବା ୫୯ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦୀର୍ଘ ଦିନ ଧରି ବହୁ ଖାଲଖମା ଗର୍ତ ସୃଷ୍ଟି ହୋଇଥିଲା। ବିଶେଷ କରି ସହରର ସବୁଠାରୁ ବ୍ୟସ୍ତବହୁଳ ବିଜୁ ପଟ୍ଟନାୟକ ଛକ ଠାରୁ ଘୋଡାହଡ ସେତୁ ଏବଂ ବିଜୁ ପଟ୍ଟନାୟକ ଛକ ଠାରୁ ସୋମପୁର ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ବଡ଼ ପ୍ରାୟ ୫୦ ରୁ ଅଧିକ ଖାଲଖମାରେ ଭରି ରହିଛି। ଦୈନିକ ପ୍ରାୟ ଶହ ଶହ ଛୋଟ ବଡ଼ ଭାରିଯାନ ଓ ହାଲୁକା ଯାନ ଯାତାୟାତ କରୁଥିବା ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ମାନ ଘଟୁଥିବା ନଜିର ରହିଛି। ଏଭଳି ଅଭାବନୀୟ ପରିସ୍ଥିତି ନେଇ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ଗତ ଦୁଇ ଦିନ ଧରି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଖାଲଖମା ଗୁଡିକୁ ମରାମତି କାମ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ମରାମତି ନାମରେ ତାଳିପକା ପିଚୁକାମକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘଦିନ ଧରି ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଖମାକୁ ସ୍ଥାୟୀ ଭାବେ ମରାମତି କରିବା ପରିବର୍ତ୍ତେ କେବଳ ନାମକୁ ମାତ୍ର ତାଳିପକା କାମ କରାଯାଉଥିବା ଅଭିଯୋଗ ହୋଇଛି।କିଛି ଦିନର ବର୍ଷା ପରେ ରାଜପଥର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ଶୋଚନୀୟ ଅବସ୍ଥା ସୃଷ୍ଟି ହୋଇଥିଲା। ତେବେ ସମ୍ପୃକ୍ତ ବିଭାଗ ଓ ଠିକାସଂସ୍ଥା ପକ୍ଷରୁ ଗୁଣବତ୍ତା ପ୍ରତି ଧ୍ୟାନ ନଦେଇ କେବଳ ଅସ୍ଥାୟୀ ଭାବେ ଖାଲଖମା ଗୁଡ଼ିକୁ ବୁଜି ଦିଆଯାଉଛି। ଫଳରେ ମାତ୍ର କିଛି ଦିନର ଗାଡ଼ି ଚଳାଚଳ ପରେ ପୁନର୍ବାର ସେହି ସ୍ଥାନଗୁଡ଼ିକରୁ ପିଚୁ ଓ ଗୋଡ଼ି ଛାଡ଼ିଯାଉଛି। ରାସ୍ତାରେ ଅସମାନ ଭାବେ ପିଚୁ ଢଳେଇ କାମ ସରିଲା ପରେ ଦ୍ରୁତଗତିରେ ଆସୁଥିବା ବାଇକ୍‌ ଓ ଅନ୍ୟାନ୍ୟ ଯାନବାହନ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ରାତି ସମୟରେ ଏହି ଅସମାନ ତାଳିପକା ସ୍ଥାନଗୁଡ଼ିକ ଚାଳକଙ୍କୁ ସ୍ପଷ୍ଟ ଦୃଶ୍ୟମାନ ହେଉନଥିବାରୁ ବିପଦ ଆହୁରି ବୃଦ୍ଧି ପାଉଛି ।ସ୍ଥାୟୀ ନିର୍ମାଣ ପରିବର୍ତ୍ତେ ବାରମ୍ବାର ତାଳିପକା କାମ କରି ସରକାରୀ ଅର୍ଥର ଶ୍ରାଦ୍ଧ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ମରାମତି କାମ ଆରମ୍ଭ ପୂର୍ବରୁ ଖାଲଖମା ଗୁଡିକୁ ଉପଯୁକ୍ତ ଭାଵେ ସଫା ନ କରିବା ଓ ଜରୁରୀ ତରଳ ରସାୟନ ଦ୍ରବ୍ୟ ମିଶ୍ରିତ ନ ହୋଇ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ତାଳିପକା ପିଚୁ କାମ କରା ଯାଉଥିବା ଦେଖିବାକୁ ମିଳିଛି। ଏଣୁ ଠିକା ସଂସ୍ଥା ପକ୍ଷରୁ ମରାମତି କାମରେ ହେଉଥିବା ଅନିୟମିତତାକୁ ନେଇ ସହରର ସଚେତନ ନାଗରିକ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Related posts

ଧର୍ମଗଡ କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ପ୍ରବଳ ଜନ ସମାଗମ

Sunil Chandra Nayak

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା, ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ 2-ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

masiha

ସତ୍ୟ ସାଈ ସେବା ସଂଗଠନ ର ରକ୍ତ ଦାନ ଶିବିର

masiha

Leave a Comment

error: Content is protected !!