ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୋର ସନ୍ଦେହରେ ଯୁବକଙ୍କୁ ଥାନାରେ ଜିମାଦେଲେ ଲୋକ

ଚୋର ସନ୍ଦେହରେ ଯୁବକଙ୍କୁ ଥାନାରେ ଜିମାଦେଲେ ଲୋକ

ବସ୍ତା,31/03: ବସ୍ତା ଥାନା ବାହାର୍ଦ୍ଦା ବଜାରରେ ଗୋଟିଏ ଦୋକାନରୁ ଚୋରି କରିଥିବା ସନ୍ଦେହରେ ବାହାର ରାଜ୍ୟର ସନ୍ଦିଗ୍ଧ ଯୁବକକୁ ସ୍ଥାନୀୟ ଲୋକ ମାଡ଼ ମାରି ଥାନାରେ ଜିମା ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ରବିବାର ଅପରାହ୍ନ ସମୟରେ ବାହାର୍ଦ୍ଦା ବଜାରରେ ଜଣେ ଯୁବକ ସନ୍ଦିଘ୍ଡ ଭାବେ ବୁଲାବୁଲି କରିବା ସହିତ ଗୋଟିଏ ଦୋକାନରୁ ଚୋରି ଉଦ୍ୟମ କରିଥିଲେ। ପରେ ସ୍ଥାନୀୟ ଲୋକ ଜାଣି ତାଙ୍କୁ ଧରିବା ସହିତ ତାଙ୍କର ପରିଚୟ ମାଗିଥିଲେ। ମାତ୍ର ଯୁବକ ଜଣକ ପ୍ରଥମେ ନିଜକୁ ପାଗଳ ଅଭିନୟ କରିଥିବା ବେଳେ ନିଶା ଶକ୍ତ ଥିବା ଜାଣି ସ୍ଥାନୀୟ ଲୋକ ମାଡ଼ ମାରିଥିଲେ। ପରେ ସେ ହିନ୍ଦୀ ଭାଷାରେ କଥା ବାର୍ତ୍ତା କରୁଥିବା ବେଳେ କାହିଁକି ଏଠାକୁ ଆସିଛନ୍ତି ତାହା ଜାଣିବାକୁ ଚେଷ୍ଠା କରିଥିଲେ। ମାତ୍ର ଯୁବକ ଏଣୁ ତେଣୁ କହିଵା ସହିତ ନିଜର ପରିଚୟ ଦେଇନଥିଲେ। ଶେଷରେ ସ୍ଥାନୀୟ ଲୋକ ଯୁବକଙ୍କୁ ଥାନାରେ ଜିମା ଦେଇଥିଲେ। ପୋଲିସ ସଂପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆର,ଏସ.ପି ର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ରିକ୍ସ ର ଋଣ ହୁଙ୍କାର

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ପଡ଼ି କାର୍ଡ ଓ ବାର୍ଦ୍ଧକ୍ୟଭତ୍ତା

masiha

କୋଟିଆ ପାଳିଲା ଓଡ଼ିଶା ଦିବସ ଗୋଟିଏ ମଞ୍ଚରେ ଏକାଠି ହେଲେ ସର୍ବ ଦଳୀୟ ନେତା ଏକାଠି ହେଲେ ବିବାଦୀୟ ଗ୍ରାମବାସି

masiha

Leave a Comment

error: Content is protected !!