ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନିୟମିତତା ବର୍ଷାରେ ଗୋଲାମୁଣ୍ଡା ବ୍ଲକ ସମ୍ପୂର୍ଣ୍ଣ ଗଜା ମରୁଡି , ଚାଷୀଙ୍କ କାମରେ ଆସୁନି ବ୍ଲକ ସ୍ତରୀୟ ଚେକଡ୍ୟାମ

ଗୋଳାମୁଣ୍ଡା/1/9/23 /ନିର୍ଭୟ, ନିରପେକ୍ଷ ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଅନିୟମିତତା ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଗଜା ମରୁଡି ଦେଖା ଦେଇଛି । ବ୍ଲକରେ ୨୮ ଗୋଟି ପଞ୍ଚାୟତ ଥିବା ବେଳେ ଚାଷୀଙ୍କ ପାଇଁ ପ୍ରତି ପଞ୍ଚାୟତରେ ଚାରି ରୁ ପାଞ୍ଚଟି ଲେଖାଏଁ ଚେକଡ୍ୟାମ ଗୁଡିକ ନିର୍ମାଣ କରାଯାଇଥିଲେ ସୁଦ୍ଧା କାମରେ ଆସୁ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀଙ୍କ କହିବା ଅନୁଯାୟୀ ଚେକଡ୍ୟାମ ଗୁଡିକ ଠିକାଦାର, ରାଜନେତା ଓ କର୍ମଚାରୀଙ୍କ ପାଇଁ ତିଆରି ହୋଇଛି ଚାଷୀଙ୍କ ପାଇଁ ତିଆରି ହୋଇ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ବ୍ଲକର କେତେ ପଞ୍ଚାୟତ ରୁଆ ବେଉଷଣ କାର୍ଯ୍ୟ ସରିଥିବା ବେଳେ ଆଉ କେତେ ପଞ୍ଚାୟତ ରୁଆ ବେଉଷଣ ହୋଇପାରି ନାହିଁ । ବର୍ତ୍ତମାନ ବର୍ଷା ଋତୁ ଶେଷ ହେଲାଣି ଜମି ବାଡ଼ିରେ ପାଣି ଟୋପାଏ ଦେଖିବାକୁ ମିଳୁନି । ଯେଉଁ ଜମି ଗୁଡିକ ରୁଆ ବେଉଷଣ ହୋଇଥିଲେ ସୁଦ୍ଧା ସେହି ଜମିଗୁଡିକ ଫାଟି ଆଁ କଲାଣି । ଯଦି ବ୍ଲକ ସ୍ତରୀୟ ଚେକଡ୍ୟାମ ଚାଷୀଙ୍କ କାମରେ ଆସନ୍ତା ହେଲେ କିଛି ଜମିଗୁଡିକ ମରୁଡ଼ିରୁ ବଞ୍ଚିତ ହୋଇଥାନ୍ତା ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି । ସରକାର ଜୟ ଯବାନ ଜୟ କିଷାନ ନାରାବାଜି ଦେଉଥିବା ବେଳେ ଚାଷୀଙ୍କ ପ୍ରତି କଣ କରିଛନ୍ତି ବୋଲି ଚାଷୀ ମହଲରେ ପ୍ରଶ୍ନ ଉଠିଛି । ଚାଷୀ ବ୍ୟାଙ୍କ ଋଣ କିମ୍ବା ହାତ କରଜ କରି ଚାଷ କରିଥିବା ବେଳେ ଅଭାବି ବର୍ଷା ଚାଷୀଙ୍କ ପାଇଁ ବାଧକ ସାଜିଛି । ଏପରି ସ୍ଥିତିରେ ଚାଷୀ ବ୍ୟାଙ୍କ ଋଣ ସୁଝିବ ନା ନିଜର ପରିବାର ପ୍ରତିପୋଷଣ କରିବ ଚିନ୍ତାରେ ଚାଷୀକୁଲ । ଏପଟେ ଭୟାଭୟ ମରୁଡି ଦେଖାଦେଇଥିବା ବେଳେ କୃଷି ବିଭାଗ କର୍ମଚାରୀ ମାନେ ନିରବ ଦ୍ରଷ୍ଟା ସାଜିଛନ୍ତି । ଗତ ମଙ୍ଗଳବାର ଦିନ ନକଟିକାନି ଗ୍ରାମପଞ୍ଚାୟତକୁ ତୁରନ୍ତ ମରୁଡି ଘୋଷଣା କରାଯାଉ ବୋଲି ଗୋଲାମୁଣ୍ଡା ତହସିଲଦାର ଏବଂ କୃଷି ଅଧିକାରୀଙ୍କୁ ଉକ୍ତ ପଞ୍ଚାୟତର ଅନେକ ଚାଷୀ ଦାବିପତ୍ର ଦେଇ ଆସନ୍ତା ୮ଦିନ ଭିତରେ ମରୁଡି ଘୋଷଣା ନ କଲେ ତହସିଲ ଅଫିସ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବ୍ଲକ କୃଷି ବିଭାଗ ସହ ଗୋଳାମୁଣ୍ଡା ବ୍ଲକ ସମସ୍ତ ପଞ୍ଚାୟତ ତଦନ୍ତ କରି ସହାୟତା ଦେବାକୁ ଚାଷୀ ମହଲରେ ଦାବି ହେଉଛି ।

ଗୋଲାମୁଣ୍ଡାବ୍ଲକ ରୁ ରାମ କୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ନିଉଜ

Related posts

ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ 

masiha

ପରିଣତ ବୟସ ରେ ହାର ମାନୁନାହାନ୍ତି ବୃଦ୍ଧା ରୁକୁଣୀ

କାନ୍ଥ ଛାତରୁ ପାଣି ଝରୁ ଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ପଢୁଥିବା ପ୍ରସଙ୍ଗ: ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କଲେ ସମସ୍ୟାର ସମାଧାନ ହେବ ଜିଲ୍ଲା ଶିକ୍ଷା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort